ETV Bharat / bharat

ଅନୁପ୍ରବେଶକାରୀ ନିପାତ, ସେନା ଜାରି କଲା ଅଗଷ୍ଟ ମାସର ଭିଡିଓ - ଅନୁପ୍ରବେଶକାରୀ ଆତଙ୍କୀ ନିପାତ

ପାକିସ୍ତାନର ବର୍ଡର ଆକ୍ସନ ଟିମ୍‌ (ବ୍ୟାଟ୍‌) ସହଯୋଗରେ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ବେଳ ଭାରତୀୟ ସେନା ସେମାନଙ୍କୁ ନିପାତ କରିବାର ଭିଡିଓ ଜାରି କରିଛି ।

ଫଟୋ ସୌଜନ୍ୟ: ଏନଏଆଇ
author img

By

Published : Sep 9, 2019, 9:43 PM IST

ଶ୍ରୀନଗର: ଭିଡିଓଟି ଅଗଷ୍ଟ ମାସ ପ୍ରଥମ ସପ୍ତାହର ବୋଲି କହିଛି ଭାରତୀୟ ସେନା । ଭିଡିଓରେ ପାକିସ୍ତାନ ସେନାକୁ ଉଚିତ୍‌ ବୁଦ୍ଧି ଶିଖେଇଛି ଭାରତୀୟ ସେନା ବୋଲି ସ୍ପଷ୍ଟ ଭାବରେ ଜଣା ପଡିଛି । ପାକିସ୍ତାନର ବର୍ଡର ଆକ୍ସନ ଟିମ୍‌ (ବ୍ୟାଟ୍‌) ସହଯୋଗରେ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ବେଳ ଭାରତୀୟ ସେନା ସେମାନଙ୍କୁ ନିପାତ କରିବାର ଭିଡିଓ ଜାରି କରିଛି । ଭାରତୀୟ ଯବାନଙ୍କ ଗୁଳିରେ ପାକ୍‌ ଆତଙ୍କବାଦୀଙ୍କ ସମେତ 5ରୁ7 ବ୍ୟାଟ୍‌ର ସେନା ପ୍ରାଣ ହରାଇଥିବା ସୂଚନା ରହିଛି।

ସେନାର ବିବୃତ୍ତି ଅନୁସାରେ ଅଗଷ୍ଟ ପ୍ରଥମ ସପ୍ତାହରେ ‘ବ୍ୟାଟ’ ସହାୟତାରେ କୁପୱାଡା ଜିଲ୍ଲାର କେରନ ସେକ୍ଟର ରାସ୍ତାରେ ଭାରତର ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ଆତଙ୍କବାଦୀ । ହେଲେ ସେମାନଙ୍କ ଉଦ୍ୟମକୁ ପଣ୍ଡ ହେବା ସହ ଭାରତୀୟ ସେନା ଗୁଳିରେ ଟଳି ପଡିଛନ୍ତି ବ୍ୟାଟର କିଛି ଯବାନ ଓ ଆତଙ୍କବାଦୀ ।

ଭିଡିଓ ସୌଜନ୍ୟ: ଏନଏଆଇ

ଭିଡିଓରେ ଅନୁପ୍ରବେଶକାରୀ ଓ ପାକ୍‌ ସେନା ପୋଷାକ ପିନ୍ଧିଥିବା ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି । ଭିଡିଓରେ ସେମାନଙ୍କ ମୃତଦେହ ପାଖରେ ଅସ୍ତ୍ରଶସ୍ତ୍ର ଏବଂ ବ୍ୟାଗ୍‌ ପଡି ରହିଥିବାର ମଧ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଅଗଷ୍ଟ 3 ତାରିଖରେ ଉତ୍ତର-କାଶ୍ମୀରର କୁପୱାଡା ସେକ୍ଟରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାରେ ସହଯୋଗ କରିବା ପାଇଁ ଭାରତୀୟ ପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିବା ପାକ୍‌ । ହେଲେ ସମସ୍ତ ଉଦ୍ୟମକୁ ପଣ୍ଡ କରିଥିଲେ ସଜାଗ ଭାରତୀୟ ଯବାନ । ଭାରତୀୟ ସେନାର ଜୋରଦାର ଆକ୍ରମଣରେ ପାକିସ୍ତାନ ସେନାର କିଛି ଯବାନ ପ୍ରାଣ ହରାଇଥିବା ସୂଚନା ରହିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.