ETV Bharat / bharat

ସିକ୍କିମ ଘଟଣା ପରେ ଲଦାଖରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ

author img

By

Published : May 11, 2020, 12:41 PM IST

ଉତ୍ତର ସିକ୍କିମର ନାକୁଲା ସେକ୍ଟରରେ ଭାରତୀୟ ଏବଂ ଚୀନ୍ ବାହିନୀ ମଧ୍ୟରେ ସଂଘର୍ଷ ଘଟିଥିବାର ଦିନକ ପରେ ସୋମବାର ଭାରତୀୟ ଏବଂ ଚୀନ୍ ସେନାଙ୍କ ମଧ୍ୟରେ ଲଦାଖରେ ସଂଘର୍ଷ ଘଟିଛି।

indian-and-chinese-soldiers-clashed-in-ladakh
ସିକ୍କିମ ଘଟଣା ପରେ ଲଦାଖରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ

ସିକିମ୍: ଭାରତୀୟ ଏବଂ ଚୀନ୍ ସେନାଙ୍କ ମଧ୍ୟରେ ଲଦାଖରେ ସଂଘର୍ଷ ଘଟିଛି। ଉଭୟ ପକ୍ଷରୁ ସେନା ମୁହାଁମୁହିଁ ହେବା ଘଟଣା, ଉଭୟ ପକ୍ଷର ସମ୍ପର୍କକୁ ଖରାପ କରୁଛି। ଏଭଳି ମହାମାରୀ ସମୟରେ ସଂଘର୍ଷ ଘଟିବା ଘଟଣାକୁ ଭାରତ ନିନ୍ଦା କରିଛି। ପୂର୍ବରୁ ପଥର ମାଡ ହେବାର ଖବର ପାଇବା ପରେ ଉତ୍ତର ସୀମାରେ(ଲଦାଖ୍) ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ଆକ୍ରମଣ ଆରମ୍ଭ ହୋଇଥିଲା।

ତେଵେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମେ ୨ ତାରିଖ ଓ ୬ ତାରିଖ ମଧ୍ୟରାତ୍ରିରେ ଲଦାଖର ପାଙ୍ଗଙ୍ଗ ହ୍ରଦ କୂଳରେ ଥିବା ଫିଙ୍ଗର୍ ଅଞ୍ଚଳରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ଝଗଡା ଓ ପଥର ଫିଙ୍ଗିବା ଘଟଣା ଘଟିଥିଲା। ସୀମାର ଉଭୟ ପାର୍ଶ୍ୱରୁ ସେନାବାହିନୀ ସାମାନ୍ୟ ଆହତ ହୋଇଥିବା ଖବର ଆସିଛି।

ଘଟଣାରୁ ପ୍ରକାଶ ଲଦାଖ୍ ଅଞ୍ଚଳ ଏକ ବିବାଦୀୟ ପୃଷ୍ଟଭୂମି ଏବଂ 1962 ମସିହାରେ ଏହି ଅଞ୍ଚଳରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଦୁଇ ବର୍ଷ ପୂର୍ବେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ଘଟିଥଲା। ପ୍ରତିଷ୍ଠିତ ପ୍ରୋଟୋକଲ୍ ଅନୁଯାୟୀ, ସ୍ଥାନୀୟ କମାଣ୍ଡ୍ ସ୍ତରରେ ସୈନ୍ୟମାନେ ଏହିପରି ସମସ୍ୟାର ପାରସ୍ପରିକ ସମାଧାନ କରି ଥାଆନ୍ତି। କିନ୍ତୁ ଏପରି ହୋଇନଥିଲା। ପରେ କମାଣ୍ଡରଙ୍କ ସହ ଆଲୋଚନା ପରେ ଏହି ସମସ୍ୟାର ସମାଧାନ ହୋଇଛି। ହେଲେ ସେନା ମଧ୍ୟରେ ତିକ୍ତତା ବଢି ଚାଲିଛି।

ଏହାପୂର୍ବରୁ ରବିବାର ଉତ୍ତର ସିକ୍କିମର ନାକୁଲା ସେକ୍ଟରରେ ଭାରତୀୟ ଏବଂ ଚୀନ୍ ବାହିନୀ ମଧ୍ୟରେ ସଂଘର୍ଷ ଘଟିଥିବାର ରିପୋର୍ଟରେ ଦର୍ଶାଯାଇଛି। ଏହି ଅଞ୍ଚଳରେ କୌଣସି ସଡ଼କ ସଂଯୋଗ ନାହିଁ ଏବଂ ହେଲିକପ୍ଟର ଦ୍ୱାରା ଗମନାଗମନ ଓ ରକ୍ଷଣାବେକ୍ଷଣ କରାଯାଏ।

ଜାଣିବାକୁ ମିଳିଛି ଯେ କିଛି ଦିନ ପୂର୍ବରୁ ଘଟିଥିବା ମୁହାଁମୁହିଁରେ ସମୁଦାୟ 150 ସୈନିକ ଜଡିତ ଥିଲେ। ଭାରତ-ଚୀନ୍ ସୀମା ବିବାଦ 3,488 କିଲୋମିଟର ଲମ୍ବା ଲାଇନ୍ ଅଫ୍ କଣ୍ଟ୍ରୋଲ୍, ଦୁଇ ଦେଶ ମଧ୍ୟରେ ଡି-ଫାକ୍ଟୋ ସୀମାକୁ ଅନ୍ତର୍ଭୁକ୍ତ କରିଛି। ଚୀନ୍ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତର ଏକ ଅଂଶ ବୋଲି ଦାବି କରୁଥିବାବେଳେ ଭାରତ ଏହାକୁ ବିରୋଧ କରୁଛି। ଏହି ରାଗରୁ ଚିନ୍ ଅନେକ ସମୟରେ ଯୁଦ୍ଧର ସୂତ୍ରପାତ କରୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.