ETV Bharat / bharat

ଆମେରିକୀୟ-ଭାରତୀୟଙ୍କ କୋରୋନା ମୁକାବିଲା - Opinion piece of Seema Sirohi

କୋରୋନା ଦ୍ବାରା ବିଶେଷ ଭାବେ ପ୍ରଭାବିତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ଆମେରିକୀୟ ଭାରତୀୟ ଲୋକ ଅସାଧାରଣ ଉପାୟରେ ଆହ୍ବାନର ମୁକାବିଲା କରୁଛନ୍ତି । ସେଠାରେ ସେମାନେ ନିଜ ସମୁଦାୟ ସମେତ ବିମାନ ବାତିଲ ଯୋଗୁ ସ୍ବଦେଶ ଫେରି ନ ପାରି ଫସି ରହିଥିବା ଭାରତୀୟ ଛାତ୍ର ଓ ଟୁରିଷ୍ଟମାନଙ୍କ ସହାୟତା କରୁଛନ୍ତି । ଅଧିକ ପଢନ୍ତୁ...

Indian Americans coping with corona
ଆମେରିକୀୟ-ଭାରତୀୟଙ୍କ କୋରୋନା ମୁକାବିଲା
author img

By

Published : Apr 4, 2020, 1:16 PM IST

କୋରୋନା ଦ୍ବାରା ବିଶେଷ ଭାବେ ପ୍ରଭାବିତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ଆମେରିକୀୟ ଭାରତୀୟ ଲୋକ ଅସାଧାରଣ ଉପାୟରେ ଆହ୍ବାନର ମୁକାବିଲା କରୁଛନ୍ତି । ସେଠାରେ ସେମାନେ ନିଜ ସମୁଦାୟ ସମେତ ବିମାନ ବାତିଲ ଯୋଗୁ ସ୍ବଦେଶ ଫେରି ନ ପାରି ଫସି ରହିଥିବା ଭାରତୀୟ ଛାତ୍ର ଓ ଟୁରିଷ୍ଟମାନଙ୍କ ସହାୟତା କରୁଛନ୍ତି । ଆମେରିକୀୟ ଭାରତୀୟ ଡାକ୍ତରମାନେ ମାଗଣା ଡାକ୍ତରୀ ପରାମର୍ଶ ଯୋଗାଇବା ସହ ହୋଟେଲ ମାଲିକମାନେ ରହିବା ପାଇଁ ରୁମ ଦେଉଛନ୍ତି । କେତେକ କ୍ଷେତ୍ରରେ କମ୍ୟୁନିଟି ଲିଡରମାନେ ଫସିଥିବା ଭାରତୀୟଙ୍କୁ ନିଜ ଘରେ ରହିବା ପାଇଁ ପ୍ରସ୍ତାବ ଦେବା ସହ ଛାତ୍ରଛାତ୍ରୀଙ୍କ ଘରକୁ ସଉଦାପତ୍ର ଯୋଗାଇ ଦେଉଛନ୍ତି ।

କୋରୋନା ଦ୍ବାରା ବର୍ତ୍ତମାନ ସବୁଠାରୁ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଆମେରିକା ଅନ୍ୟତମ । ଆମେରିକାର ସ୍ଥିତି ସଂପର୍କରେ ବାପାମାଆ ଓ ସଂପର୍କୀୟମାନେ ପ୍ରତିଦିନ ଖବର ଦେଖୁଥିଲା ବେଳେ ସେଠାରେ ଥିବା ନିଜର ପୁଅଝିଅଙ୍କୁ ସାହାଯ୍ୟ ସହଯୋଗ ମିଳୁଥିବା ଖବର ବି ସେମାନଙ୍କୁ ଆନନ୍ଦିତ କରିବ ନିଶ୍ଚୟ । ଆମେରିକାର ସମସ୍ତ ୫୦ଟି ରାଜ୍ୟକୁ ବର୍ତ୍ତମାନ କୋରୋନା ବ୍ୟାପିଛି । ନ୍ୟୁୟର୍କ ପାଲଟିଛି କେନ୍ଦ୍ରସ୍ଥଳ । ମୋଟ ୨ ଲକ୍ଷ ୧୬ ହଜାର ୭୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୫ ହଜାର ୧୩୭ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ନିଃସନ୍ଦେହରେ ଏସବୁ ସଂଖ୍ୟା ସ୍ଥିତିର ଗମ୍ଭୀରତାକୁ ଦର୍ଶାଉଛି । ଆଉ ହଜାର ହଜାର ମାଇଲ ଦୂରରେ ଥିବା ଭାରତୀୟଙ୍କ ପରିବାର ସଦସ୍ୟ ଓ ସଂପର୍କୀୟଙ୍କ ପାଇଁ ଏହା ଚିନ୍ତାର ବିଷୟ ନିଶ୍ଚିତ । କିନ୍ତୁ ଏହି ଅସାଧାରଣ ବିଷମ ପରିସ୍ଥିତିରେ ବିଭିନ୍ନ ପ୍ରତିଷ୍ଠାନ ଓ ସଂଗଠନ ରାତାରାତି ନିଜ ନିଜର ନିୟମ ବଦଳାଇ ଆମେରିକାରେ ରହୁଥିବା ଭାରତୀୟଙ୍କୁ ସହାୟତାର ହାତ ବଢାଇଛନ୍ତି । ସ୍ଥାନାନ୍ତର ପାଇଁ ଭାରତୀୟଙ୍କ ଇଚ୍ଛା ଥିଲେ ମଧ୍ୟ ଆମେରିକାର ହେଲ୍‌ଥ ଗାଇଡ ଲାଇନ୍‌ସ ଅନୁସାରେ ଏହା ସମ୍ଭବ ହୋଇପାରୁନି । କୋରୋନା ଭୂତାଣୁ କିଛି ନିର୍ଦ୍ଦିଷ୍ଟ ନାଗରିକଙ୍କ ପାଇଁ ବିଶେଷ ରିହାତିକୁ ଅନୁମତି ଦେଉନାହିଁ , ଯାହା କି ସେମାନେ ଚାହୁଁଥିବେ ।

ହ୍ବାର୍ଟସ ଆପ ମେସେଜ ଓ ଗୁଜବରେ ବିଶ୍ବାସ କରିବା ବଦଳରେ ଆମେରିକା ସରକାରଙ୍କ ୱେବସାଇଟରେ ପ୍ରତିଦିନ ଅପଡେଟ୍ ହୋଇ ପୋଷ୍ଟ ହେଉଥିବା ସରକାରୀ ମାର୍ଗଦର୍ଶିକା ଓ ନିର୍ଦ୍ଦେଶାବଳୀ ମାନି ଚଳିବା ହିଁ ସବୁଠୁ ଭଲ । ଦେଖିବାକୁ ଗଲେ, ବିଭିନ୍ନ ଗୁଜବ ହିଁ ଭାରତୀୟ ନାଗରିକଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିବା ଭାରତୀୟ ଅଧିକାରୀଙ୍କ ମୁଣ୍ଡବ୍ୟଥା ବଢାଇ ଦେଇଛି । ସୀମିତ ସମ୍ବଳ ଓ ଲୋକବଳ ସତ୍ତ୍ବେ ଭାରତୀୟ ଅଧିକାରୀମାନେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ସହାୟତା କରିବାକୁ ଚାହୁଁଛନ୍ତି । ନିଜର ଉପସ୍ଥିତି ପ୍ରକାଶ କରିବାକୁ ଟୁଇଟର ଆକାଉଣ୍ଟ ଖୋଲିଦେଇ ଅଭିଯୋଗ କରିଦେଲେ କାମ ହେବ ନାହିଁ । କାହାର ପୁଅ ବା ଝିଅକୁ ଏୟାରଲିଫ୍ଟ କରିବା ପାଇଁ କୌଣସି ରାଜନେତାଙ୍କ ଚିଠି ମଧ୍ୟ କୌଣସି କାମରେ ଆସିବ ନାହିଁ । ଭାରତରେ ଶହ ଶହ କିଲୋମିଟର ଚାଲି ଚାଲି ଶ୍ରମିକମାନଙ୍କ ଘର ବାହୁଡାର ଦୃଶ୍ୟକୁ ଦୃଷ୍ଟିରୁ ଏହା ଅତି ଦୟନୀୟ ମନେ ହୁଏ । କାରଣ ଶ୍ରମିକମାନଙ୍କ ଟ୍ବିଟର ଆକାଉଣ୍ଟ ନ ଥିଲା । ବର୍ତ୍ତମାନ ଆମେରିକାରେ ସଦ୍ୟତମ ହ୍ବାଟସଆପ୍ ଗୁଜବ ହେଲା ଯେ, ଏୟାର ଇଣ୍ଡିଆ ଆମେରିକୀୟ ନାଗରିକଙ୍କୁ ସ୍ବଦେଶ ନେଉଛି ଓ ରିଟର୍ନ ଫ୍ଲାଇଟରେ ଭାରତୀୟଙ୍କୁ ସ୍ବଦେଶ ଆଣୁଛି । କିନ୍ତୁ ଏହା ସତ ନୁହେଁ । ଭାରତରୁ ନିଜ ନାଗରିକଙ୍କୁ ଫେରାଇ ନେବା ପାଇଁ ଆମେରିକୀୟ ଦୂତାବାସ ନିଜ ସମ୍ବଳ ଓ ୟୁଏସ କ୍ୟାରିଅରକୁ କାମରେ ଲଗାଇଛି । ଏଥିପାଇଁ ଏୟାର ଇଣ୍ଡିଆ ନୁହେଁ, ଡେଲଟା ଏୟାର ଲାଇନ୍‌ସ ବ୍ୟବହାର କରୁଛି ଆମେରିକା ।

ହ୍ବାର୍ଟସଆପ ଫରଓ୍ବାର୍ଡରୁ ଆସୁଥିବା ଭୁଲ ସୂଚନା ଦ୍ବାରା ହିଁ ସ୍ଥିତି ସଂଶୟପୂର୍ଣ୍ଣ ହେଉଛି । ତେଣୁ ସଠିକ ତଥ୍ୟକୁ ହିଁ ଗ୍ରହଣ କରିବା ସବୁଠୁ ଭଲ ବୋଲି ଅଧିକାରୀମାନେ କହୁଛନ୍ତି । ଯେଉଁଠି ଅଛ, ସେଇଠି ହିଁ ରୁହ । ବର୍ତ୍ତମାନ ଏହା ହିଁ ଭଲ ପରାମର୍ଶ ହୋଇଛି । କମ ସଂଖ୍ୟକ କର୍ମଚାରୀ ସହ ଖୁବ୍ ସତର୍କତାର ସହ ଭାରତୀୟ ଦୂତାବାସ କାମ କରୁଛି । କେବଳ ଏକ ତୃତୀୟାଂଶ କର୍ମଚାରୀ ହିଁ ଅଫିସ ଆସୁଛନ୍ତି । ସାମାଜିକ ଦୂରତ୍ବ ରଖିବା ପାଇଁ ବାକି କର୍ମଚାରୀ ଘରୁ କାମ କରୁଛନ୍ତି । ଭାରତୀୟ ଦୂତବାସ ଓ ଏହାର ୫ଟି ବାଣିଜ୍ୟ ଦୂତାବାସ ଧୀରେ ଧୀରେ ଜଟିଳ ହେଉଥିବା ପରିସ୍ଥିତିର ସାମନା କରୁଛନ୍ତି । ସହାୟତା ମାଗୁଥିବା ଭାରତୀୟ ଓ ଆମେରିକା ସରକାରଙ୍କ ବିଭିନ୍ନ ଏଜେନ୍ସିଙ୍କ ସହ ଯୋଗାଯୋଗ ରଖିଛି ଭାରତୀୟ ଦୂତାବାସ । ଆମେରିକୀୟ ବୈଦେଶିକ ବିଭାଗ, ଡିପାର୍ଟମେଣ୍ଟ ଅଫ ହୋମଲାଣ୍ଡ ସିକ୍ୟୁରିଟି, ୟୁଏସ ସିଟିଜେନସିପ୍ ଆଣ୍ଡ୍ ଇମିଗ୍ରେସନ ସର୍ଭିସେସ୍ ଭାରତୀୟ ଦୂତବାସକୁ ଆଶ୍ବାସନା ଦେଇଛନ୍ତି ଯେ ଭାରତୀୟ ଛାତ୍ର, ଭିସା ଅବଧି ଶେଷ ହେବାକୁ ଥିବା ଏଚ-୧ବି ଭିସା ହୋଲଡର ଓ ଆମରିକା ଗସ୍ତରେ ଥିବା ସେମାନଙ୍କର ପରିବାର ସଦସ୍ୟଙ୍କ ସମସ୍ୟା ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯିବ । ଆମେରିକାରେ ରହୁଥିବା ଅନ୍ୟ ଦେଶର ନାଗରିକଙ୍କ ବି ଏକା ଅବସ୍ଥା । କୋରୋନା ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ଅସାଧାରଣ ପରିସ୍ଥିତିକୁ ବିଚାରକୁ ନେଇ ୟୁଏସ ସିଟିଜେନସିପ୍ ଆଣ୍ଡ୍ ଇମିଗ୍ରେସନ ସର୍ଭିସେସ୍ ସମସ୍ତଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବ ବୋଲି ଆଶା କରାଯାଉଛି । ବିଶେଷ କରି ଯାହାର ଭିସା ଅବଧି ସରିବାକୁ ଥିବା ବିଦେଶୀ ନାଗରିକଙ୍କ ପାଇଁ କୋହଳ ୟୁଏସସିଆଇଏସ କୋହଳ ହେବ ବୋଲି ଆଶା । ଭାରତୀୟ ନାଗରିକମାନେ ଅନଲାଇନରେ ନିଜର ଭିସା ଅବଧି ବୃଦ୍ଧି ପାଇଁ ଆବେଦନ କରିପାରିବେ ।

ପରିସ୍ଥିତି ଦୃଷ୍ଟିରୁ ଆମେରିକାର ଅନେକ ବିଶ୍ବବିଦ୍ୟାଳୟ ଅନ୍ତତଃ ଗୋଟିଏ ଡର୍ମିଟୋରି ଖୋଲା ରଖିଛନ୍ତି । ଆଉ ଅଧିକାଂଶ ଭାରତୀୟ ସେମାନଙ୍କ ରୁମରେ ରଖିବା ଜାରି ରଖିଛନ୍ତି । ଖର୍ଚ୍ଚ ସବସିଡି ପାଇଁ ଅନ୍ କ୍ୟାମ୍ପସ କାମ ବର୍ତ୍ତମାନ ନଥିବାରୁ କିଛି ବିଶ୍ବବିଦ୍ୟାଳୟ ବିଦେଶୀ ଛାତ୍ରଙ୍କୁ ଷ୍ଟାଇପେଣ୍ଡ୍ ଦେଇଛନ୍ତି । ଭାରତ ଆନ୍ତର୍ଜାତିକ ବିମାନ ସେବା ବାତିଲ କରିବା ଆଗରୁ ଅଧିକାଂଶ ଭାରତୀୟ ଛାତ୍ର ପ୍ରାରମ୍ଭିକ ପ୍ରୟାସରେ ଆମେରିକା ଛାଡିଥିଲେ । ତେଣୁ ଭାରତୀୟ ଦୂତାବାସ ଓସିଆଇ କାର୍ଡ ହୋଲଡରମାନଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସଂପୂର୍ଣ୍ଣ ନୂଆ ପ୍ରକ୍ରିୟା ଆରମ୍ଭ କରିଥିଲେ । କିନ୍ତୁ ସଟଡାଉନ ପାଇଁ ଭାରତର କଟ ଅଫ୍ ଟାଇମକୁ ବିଦେଶୀ ଏୟାରଲାଇନ ଗୁଡିକ ଭୁଲ ବୁଝିଥିବା ଯୋଗୁଁ ସଂଶୟ ସୃଷ୍ଟି ହୋଇଥିଲା । ଏଥିପାଇଁ ଅନେକ ଭାରତୀୟ ଛାତ୍ର ଦୁବାଇ ଓ ଆବୁଧାବିରେ ଅଟକି ରହିଥିଲେ । କାରଣ ବିଦେଶୀ ଏୟାରଲାଇନ ଗୁଡିକ ସେମାନଙ୍କୁ ନେବାକୁ ମନା କରିଥିଲେ ।

ବର୍ତ୍ତମାନ ୨ ଲକ୍ଷରୁ ଅଧିକ ଭାରତୀୟ ଛାତ୍ର ବିଭିନ୍ନ ଆମେରିକୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଛନ୍ତି । ଆଉ ଅଧିକାଂଶ ସେଠାରେ ରହୁଛନ୍ତି । କୋରୋନା ମହାମାରୀ ବ୍ୟାପିବାର ମାତ୍ର କିଛି ଦିନ ପରେ ହିଁ ପରେ ଭାରତୀୟ ଦୂତାବାସ ପକ୍ଷରୁ ଛାତ୍ରଙ୍କ ପାଇଁ ଏକ ୨୪ ଘଣ୍ଟିଆ ହେଲପଲାଇନ ଆରମ୍ଭ କରାଯାଇଥିଲା । ପ୍ରଥମ ସପ୍ତାହରେ ହିଁ ପ୍ରଶିକ୍ଷିତ ଭାରତୀୟ ଛାତ୍ରମାନେ ଅନ୍ୟ ଭାରତୀୟ ଛାତ୍ରଙ୍କଠାରୁ ୨୦୦ଟି କଲ୍ ପାଇଥିଲେ । ୭୫ ପ୍ରତିଶତ କଲ୍ ସ୍ଥାନାନ୍ତର ଓ ଭିସା ପ୍ରସଙ୍ଗ ଉପରେ ସୂଚନା ଜାଣିବା ପାଇଁ କରାଯାଇଥିଲା । ଏକ କଠିନ ପରିସ୍ଥିତିରେ ୫୦ ହଜାରରୁ ଅଧିକ ଭାରତୀୟ ବଂଶୋଦ୍ଭବ ଛାତ୍ରଛାତ୍ରୀଙ୍କୁ ସହାୟତା କରିଛି ଭାରତୀୟ ଦୂତାବାସ । ସେମାନଙ୍କୁ ସ୍ଥିତି ସଂପର୍କରେ ତାଜା ସୂଚନା ଦେବା ସହ ମନୋବଳ ବୃଦ୍ଧି କରୁଛି ଭାରତୀୟ ଦୂତାବାସ । ଭାରତୀୟ ଦୂତାବାସର ଏହି ପ୍ରୟାସରେ ସ୍ବେଚ୍ଛାକୃତ ଭାବେ ସାମିଲ ହୋଇଥିଲେ ଅନେକ ଭାରତୀୟ ଛାତ୍ର । ଷ୍ଟୁଡେଣ୍ଟ ହବ କ୍ୟାମ୍ପସ ଲିଡ୍, ଛାତ୍ରଦୂତ ଓ ୟୁନିଭର୍ସିଟି ଇଣ୍ଟରନ୍ୟାସନାଲ ଷ୍ଟୁଡେଣ୍ଟ୍ସ ଅଫିସ ଜରିଆରେ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ସହାୟତା କରିଛି ଭାରତୀୟ ଦୂତାବାସ । ଆମେରିକାନ ଆସୋସିଏସନ ଅଫ ଫିଜିସିଆନ୍ସ ଅଫ୍ ଇଣ୍ଡିଆନ ଅରିଜିନ୍ –ଏଏପିଆଇର ଡାକ୍ତରମାନେ ମଧ୍ୟ ଭାରତୀୟଙ୍କୁ ସହାୟତା କରିଛନ୍ତି । ଆମେରିକାରେ ଅଟକିଥିବା ଭାରତୀୟ ଟୁରିଷ୍ଟଙ୍କୁ ମୂଲ୍ୟବାନ ଡାକ୍ତରୀ ପରାମର୍ଶ ଦେଇଛନ୍ତି ଏଏପିଆଇର ଡାକ୍ତର । ସେହିପରି ଭାରତୀୟ ଛାତ୍ରଛାତ୍ରୀଙ୍କୁ ମାଗଣାରେ ହୋଟେଲ ରୁମ ଯୋଗାଇ ଦେବାରେ ଏସିଆନ ଆମେରିକାନ ହୋଟେଲ ମାଲିକ ସଂଘ ବା ଏଏଏଚ୍‌ଓଏ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି । କୋରୋନା ଯୋଗୁଁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ତେଣୁ ଭାରତୀୟ ଛାତ୍ରମାନେ ଏଏଏଚଓଏର ବଦାନ୍ୟତା ଦ୍ବାରା ବେଶ ଉପକୃତ ହେଉଛନ୍ତି । କିଛି ହୋଟେଲିୟର ଛାତ୍ରଙ୍କ ପାଇଁ ଖାଇବା ବ୍ୟବସ୍ଥା ମଧ୍ୟ କରିଛନ୍ତି । ଆମେରିକା ଓ ଭାରତ ସମେତ ସାରା ବିଶ୍ବକୁ କୋରୋନା ମହାମାରୀ ପ୍ରଭାବିତ କରିଥିଲା ବେଳେ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବା ଦରକାର । ଏହା ହିଁ ସମସ୍ତେ ଚାହାନ୍ତି ।

ସୀମା ସିରୋହି, ଭାରତୀୟ ବଂଶୋଦ୍ଭବ ସାମ୍ବାଦିକ, ୱାଶିଂଟନ

( ସୀମା ସିରୋହି ହେଉଛନ୍ତି ଆମେରିକାରେ ବସବାସ କରୁଥିବା ସାମ୍ବାଦିକ । ସେ ଭାରତ-ଆମେରିକା ସଂପର୍କ ଆଧାରିତ ବିଭିନ୍ନ ପ୍ରସଙ୍ଗରେ ଲେଖାଲେଖି କରନ୍ତି )

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.