ETV Bharat / bharat

ଭିଡିଓ ଗେମରେ ଆସିବେ ଅଭିନନ୍ଦନ - ଅଭିନନ୍ଦନ

31 ଜୁଲାଇରେ ଭାରତୀୟ ବାୟୁସେନା ଲଞ୍ଚ କରିବ ଅଭିନନ୍ଦନ ଭିଡିଓ ଗେମ । ଏହା ପୂର୍ବରୁ ଏକ ଡେମୋ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଗେମରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ବିରତ୍ବର କାହାଣୀ ଦର୍ଶାଯାଇଛି । ଏହି ଭିଡିଓ ଗେମ ମୋବାଇଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ ।

ଡିଜାଇନ ଫଟୋ
author img

By

Published : Jul 26, 2019, 1:22 AM IST

ନୂଆଦିଲ୍ଲୀ: ଆପଣମାନେ ଭିଡିଓ ଗେମ୍‌ ଖେଳିବାକୁ ପସନ୍ଦ କରନ୍ତି କି ତେବେ ଜାଣିରଖନ୍ତୁ ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ଅଭିନନ୍ଦନ ଗେମ୍‌ । ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ବିରତ୍ବର କାହାଣୀ ଏବେ ଭିଡିଓ ଗେମରେ ନଜର ଆସିବ । ଏଥିପାଇଁ ଭାରତୀୟ ବାୟୁସେନା ନିଜ ଭିଡିଓ ଗେମ ଲଞ୍ଚ କରିବାକୁ ଯାଉଛି ।

ବାୟୁସେନା ଲଞ୍ଚ କରିବାକୁ ଯାଉଥିବା ଏହି ଭିଡିଓ ଗେମରେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ଲିଡ ହିରୋ ରହିବେ । ଏହି ଭିଡିଓ ଗେମ ମୋବାଇଲ ପ୍ଲେ ଷ୍ଟୋରର ଆଣ୍ଡ୍ରଏଡ ଓ ଆଇଓଏସ ପ୍ଲାଟଫର୍ମରେ ଉପଲବ୍ଧ ରହିବ । ଏହାର ଏକ ଡେମୋ ଭିଡିଓ ଏବେ ନଜରକୁ ଆସିଛି ।

ମୋବାଇଲ ଗେମର ଆରମ୍ଭ ମିଗ-21 ଯୁଦ୍ଧ ବିମାନରୁ ହୋଇଛି, ଯାହାକୁ କମାଣ୍ଡର ଅଭିନନ୍ଦନ ଉଡାଇ ପାକିସ୍ତାନର ଏଫ 16କୁ ମାରି ଖସାଇ ଦେଇଥିଲେ । ଅଭିନନ୍ଦନ ମିଗ-21 ସହ ଛିଡା ହୋଇଥିବାର ଦେଖିବାକୁ ମିଳିଛି । ଆରମ୍ଭରୁ ଏହା ସିଙ୍ଗଲ ପ୍ଲେୟର ମୋଡରେ ଉପଲବ୍ଧ ହେବ । ପରେ ଏହାକୁ ମଲ୍ଟି ପ୍ଲେୟର ମୋଡରେ ମଧ୍ୟ ବିକଶିତ କରାଯିବ । 31 ଜୁଲାଇରେ ଏହି ଭିଡିଓ ଗେମ ଲଞ୍ଚ ହେବା ନେଇ ଦିଲ୍ଲୀ ସ୍ଥିତ ବାୟୁସେନା ମୁଖ୍ୟାଳୟରେ ଓ୍ବିଙ୍ଗ କମାଣ୍ଡର ଅନୁପମ ବାନାର୍ଜୀ କହିଛନ୍ତି ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.