ETV Bharat / bharat

ବାୟୁସେନା ଦିବସର ଜୋରଦାର ପ୍ରସ୍ତୁତି, ଆକାଶରେ ପରାକ୍ରମ ଦେଖାଇଲେ ଯୁଦ୍ଧ ବିମାନ - ବାୟୁସେନା ଦିବସ

ଭାରତୀୟ ବାୟୁସେନା ନିଜର 88 ତମ ପ୍ରତିଷ୍ଠା ଦିବସକୁ ନେଇ ଜୋରସୋରରେ ଜାରି ରଖିଛି ପ୍ରସ୍ତୁତି । ଆକାଶ ମାର୍ଗରେ ପରାକ୍ରମ ଦେଖାଇଲେ ମିଗ ଓ ରୁଦ୍ର । 8 ଅକ୍ଟୋବରରେ ରହିଛି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ବାୟୁସେନା ଦିବସର ଜୋରଦାର ପ୍ରସ୍ତୁତି, ଆକାଶରେ ପରାକ୍ରମ ଦେଖାଇଲେ ଯୁଦ୍ଧ ବିମାନ

author img

By

Published : Oct 6, 2020, 5:40 PM IST

ଗାଜିଆବାଦ: ଭାରତୀୟ ବାୟୁସେନା ନିଜର 88 ତମ ପ୍ରତିଷ୍ଠା ଦିବସକୁ ନେଇ ଜୋରସୋରରେ ଜାରି ରଖିଛି ପ୍ରସ୍ତୁତି । ଏହି ଅବସରରେ ଏୟାରଫୋର୍ସ ବିବାନ ଗାଜିୟାବାଦର ହିଣ୍ଡନ ଏୟାରଫୋର୍ସ ଷ୍ଟେସନରେ ଦେଖାଇଛନ୍ତି ନିଜ ନିଜର ପରାକ୍ରମ । ଏମାନଙ୍କ ମଧ୍ୟରେ ମିଗ-21 ଓ ଏଏଲଏଚ ରୁଦ୍ର ସାମିଲ ରହିଥିଲା । ତେବେ କାର୍ଯ୍ୟକ୍ରମରେ ରାଫେଲ ଓ ତେଜସ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିବେ ।

ବାୟୁସେନା ଦିବସର ଜୋରଦାର ପ୍ରସ୍ତୁତି, ଆକାଶରେ ପରାକ୍ରମ ଦେଖାଇଲେ ଯୁଦ୍ଧ ବିମାନ

ରିହର୍ସଲ ସମୟରେ ଆକାଶରେ ବାଣ ମଧ୍ୟ ଫୁଟାଯାଇଥିବା ଦେଖିବାକୁ ମିଳିଛି । ଭାରତୀୟ ବାୟୁସେନା ହେଉଛି ବିଶ୍ବର ଚତୁର୍ଥ ଶକ୍ତିଶାଳୀ ବାୟୁସେନା। ଏହାର ପ୍ରତିଷ୍ଠା ଦିବସ ପ୍ରତିବର୍ଷ 8 ଅକ୍ଟୋବରରେ ପାଳନ କରିଥାଏ ।

ବାୟୁସେନା ଦିବସରରେ ସାମିଲ ହେବାକୁ ହିଣ୍ଡନ ଏୟାରଫୋର୍ସ ଷ୍ଟେସନ ପହଞ୍ଚିବେ ଏୟାର ଚିଫ ମାର୍ଶାଲ ଆରକେଏସ ଭଦୋରିଆ । କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ହିଣ୍ଡନ ଏୟାରଫୋର୍ସ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ତେବେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର କମ ଦର୍ଶକଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଢେଇରୁ 3 ହଜାର ଲୋକ ଯୋଗଦେବେ ବୋଲି ଆଶା କରାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.