ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଥିବା ଭାରତୀୟ ଏୟାରବେସ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆତଙ୍କବାଦୀ ବାୟୁସେନାର ଦୁଇ ଏୟାରବେସକୁ ଉଡାଇବା ପାଇଁ ଯୋଜନା କରୁଥିବା ନେଇ ସୂଚନା ଦେଇଛନ୍ତି ଗୁଇନ୍ଦା ବିଭାଗ। ତେଣୁ ବାୟୁସେନାର ସମସ୍ତ ଏୟାରବେସ୍ ଗୁଡିକରେ ହାଇଆର୍ଲଟ ଜାରି କରାଯାଇଛି ।
ସରକାରୀ ସୂଚନା ମୂତାବକ, ଜମ୍ମୁକାଶ୍ମୀର ସ୍ଥିତ ଭାରତୀୟ ବାୟୁସେନାର ଦୁଇ ଏୟାରବେସ୍ ଉଡାଇବା ପାଇଁ ଆତଙ୍କବାଦୀମାନେ ଯୋଜନା କରୁଛନ୍ତି । ଏଥିସହ ଆତଙ୍କବାଦୀମାନେ ଶ୍ରୀନଗର ଏବଂ ଅବନ୍ତିପୂରାରେ ଥିବା ଏୟାରବେସରେ ବିସ୍ଫୋରଣ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ଏକ ଗୁଇନ୍ଦା ବିଭାଗରୁ ସୂଚନା ମିଳିଛି ।