ETV Bharat / bharat

'ଆଗାମୀ ସମୟରେ ଯୁବପିଢିଙ୍କୁ ଚାକିରୀ ଦେବାକୁ ସକ୍ଷମ ହେବନି ଭାରତ'

author img

By

Published : Aug 20, 2020, 4:56 PM IST

ଇଏମଆଇ ସ୍ଥଗିତ ଅବଧି ଶେଷ ହେବା ପରେ ଦେଶରେ ବହୁ ସଂଖ୍ୟକ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ବନ୍ଦ ହୋଇଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦେଶର ଅର୍ଥ ବ୍ୟବସ୍ଥା ଏବଂ ବେକାରୀ ସମସ୍ୟାକୁ ନେଇ ପୁଣି ଥରେ ଚେତାବନୀ ଦେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଇଏମଆଇ ସ୍ଥଗିତ ଅବଧି ଶେଷ ହେବା ପରେ ଦେଶରେ ବହୁ ସଂଖ୍ୟକ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ବନ୍ଦ ହୋଇଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ । ଏଥିସହ ଦେଶର ଇତିହାସରେ ପ୍ରଥମ ଥର ପାଇଁ ସରକାର ଯୁବପିଢୀଙ୍କୁ ରୋଜଗାର ଯୋଗାଇବାରେ ଅସକ୍ଷମ ହେବେ ବୋଲି ସେ କହିଛନ୍ତି ।

ରାହୁଲ ଗାନ୍ଧୀ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦେଶରେ 90 ପ୍ରତିଶତ ନିଯୁକ୍ତି ପାଇଁ ଅସଂଗଠିତ କ୍ଷେତ୍ର ଦାୟୀ । ଇଏମଆଇ ସ୍ଥଗିତ ଅବଧି ଶେଷ ହେବା ପରେ ସେମାନଙ୍କ ମଧ୍ୟରୁ ଅନେକ ବ୍ୟବସାୟର ବନ୍ଦ କରିବେ ଏବଂ ଏକ ନିଯୁକ୍ତି ସଙ୍କଟ ସୃଷ୍ଟି କରିବେ। ଏହି ଲୋକମାନେ କିଏ ? ଏମାନେ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ, କୃଷକ । ନରେନ୍ଦ୍ର ମୋଦି ବର୍ତ୍ତମାନ ଏହି ବ୍ୟବସ୍ଥାକୁ ନଷ୍ଟ କରିଦେଇଛନ୍ତି। ବର୍ତ୍ତମାନ ଆପଣ ଦେଖିବେ, ଇଏମଆଇ ସ୍ଥଗିତ ଅବଧି ଶେଷ ହେବା ମାତ୍ରେ, କମ୍ପାନୀଗୁଡିକ ଗୋଟିଏ ପରେ ଗୋଟିଏ ଖସିଯିବେ ବୋଲି ଗାନ୍ଧୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଅନେକ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ବନ୍ଦ ହୋଇଯିବ ଏବଂ ସେମାନଙ୍କ ମଧ୍ୟରୁ ଅନେକ ବ୍ୟବସାୟ ବନ୍ଦ କରିଦେବେ । ସେତେବେଳେ ଦେଶରେ କ’ଣ ହେବ? ଦେଶ ନିଜ ଲୋକଙ୍କୁ ରୋଜଗାର ଦେବାରେ ସକ୍ଷମ ହେବ ନାହିଁ। ଆଗାମୀ ଦିନରେ ଭାରତ ତା’ର ଯୁବକମାନଙ୍କୁ ରୋଜଗାର ଯୋଗାଇ ପାରିବ ନାହିଁ। ଏହା ଆମ ଇତିହାସରେ ପ୍ରଥମ ଥର ପାଇଁ ଘଟିବ । ଗତ 70 ବର୍ଷ ମଧ୍ୟରେ ଏହା କେବେ ହୋଇ ନାହିଁ ବୋଲି ଗାନ୍ଧୀ କହିଛନ୍ତି।

ଯେତେବେଳେ ମୁଁ ଦେଶକୁ ଚେତାବନୀ ଦେଇଥିଲି ଯେ କୋରୋନା କାରଣରୁ ବହୁ କ୍ଷତି ହେବ। ସେତେବେଳେ ଗଣମାଧ୍ୟମ ମୋତେ ପରିହାସ କଲା । ଆଜି ମୁଁ କହୁଛି ଆମ ଦେଶ ଚାକିରୀ ଦେଇ ପାରିବ ନାହିଁ। ଯଦି ଆପଣ ରାଜି ନୁହଁନ୍ତି ତେବେ 6-7 ମାସ ଅପେକ୍ଷା କରନ୍ତୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.