ETV Bharat / bharat

ଜୁଲାଇ 25 ସୁଦ୍ଧା ଶତପ୍ରତିଶତ କୋରୋନା ମୁକ୍ତ ହେବ ଭାରତ: ରିପୋର୍ଟ - କୋରୋନା ମୁକ୍ତ

ଆଗାମୀ ଜୁଲାଇ ୨୦ ସୁଦ୍ଧା ଦେଶରୁ କୋରୋନା ଭାଇରସ୍‌ ଶତପ୍ରତିଶତ ଭବେ ସମାପ୍ତ ହୋଇଯିବ । ଏହି ଆକଳନ ସିଙ୍ଗାପୁର ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ଡିଜାଇନ୍ ଅନୁସନ୍ଧାନକାରୀମାନେ ଲଗାଇଛନ୍ତି । ଅଧିକ ପଢନ୍ତୁ...

ଜୁଲାଇ 25 ସୁଦ୍ଧା ଶତପ୍ରତିଶତ କୋରୋନା ମୁକ୍ତ ହେବ ଭାରତ

author img

By

Published : Apr 28, 2020, 5:28 PM IST

ହାଇଦ୍ରାବାଦ: ସାରା ବିଶ୍ବବାସୀ ଏବେ କୋରୋନା ପ୍ରକୋପରେ ଆତଙ୍କିତ । ଭରତର ମଧ୍ୟ କୋରୋନାରେ ଭୟାକ୍ରାନ୍ତ । ସଂକ୍ରମଣ ରିପୋର୍ଟ ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ପ୍ରତିଦିନ ବୃଦ୍ଧି ପାଉଛି । ଏପରିସ୍ଥଳେ କୋରୋନାର କରାଳ ଗ୍ରାସରେ ସମଗ୍ର ଦେଶ ଓ ବିଶ୍ବ । ଏହା ଭିତରେ ଏକ ଭଲ ଖବର ସାମ୍ନାକୁ ଆସିଛି । ଆଗାମୀ ଜୁଲାଇ ୨୦ ସୁଦ୍ଧା ଦେଶରୁ କୋରୋନା ଭାଇରସ୍‌ ଶତପ୍ରତିଶତ ଭବେ ସମାପ୍ତ ହୋଇଯିବ । ଏହି ଆକଳନ ସିଙ୍ଗାପୁର ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ଡିଜାଇନ୍ ଅନୁସନ୍ଧାନକାରୀମାନେ ଲଗାଇଛନ୍ତି ।

ଅନୁସନ୍ଧାନକାରୀମାନେ ଏକ ରିପୋର୍ଟରେ କହିଛନ୍ତି ଯେ ଜୁଲାଇ 25, 2020 ସୁଦ୍ଧା ଭାରତ ଶତପ୍ରତିଶତ କୋରୋନାଭାଇରସ୍ ମୁକ୍ତ ହେବ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ-ଡ୍ରାଇଭ୍ ଡାଟା ଆନାଲିସିସ୍ ପଦ୍ଧତି ବ୍ୟବହାର କରି ସିଙ୍ଗାପୁର ବିଶ୍ବବିଦ୍ୟାଳୟ ଏହାର ରିପୋର୍ଟରେ କହିଛି ଯେ 97% କୋରୋନାଭାଇରସ୍ ରିପୋର୍ଟ ଭାରତରୁ 22 ମଇ ସୁଦ୍ଧା ହଟିଯିବ । 99 ପ୍ରତିଶତ ଜୁନ୍ 1 ସୁଦ୍ଧା ଦୂର ହେବ । ଏହାସହ ଜୁଲାଇ 25 ସୁଦ୍ଧା ଦେଶ କୋରୋନାଭାଇରସ ରୁ 100 ପ୍ରତିଶତ ମୁକ୍ତ ହେବ ।

ଆମେରିକା, ଫ୍ରାନ୍ସ, ଇଟାଲୀ, ସ୍ପେନ୍, ବ୍ରିଟେନ ସମେତ ବିଶ୍ବ ଏବଂ ଅନ୍ୟ ଦେଶମାନେ କୋରୋନାଭାଇରସ୍ ଠାରୁ କେବେ ମୁକ୍ତ ହେବେ ସେ ପର୍ଯ୍ୟନ୍ତ ଏହି ରିପୋର୍ଟରେ ପୂର୍ବାନୁମାନ କରାଯାଇଛି । ସିଙ୍ଗାପୁର ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ଡିଜାଇନ ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଅଗଷ୍ଟ 27 ସୁଦ୍ଧା ଆମେରିକା କୋରୋନାଭାଇରସରୁ ମୁକ୍ତ ଥିବାବେଳେ ଡିସେମ୍ବର 9, 2020 ସୁଦ୍ଧା ଏହି ଭାଇରସ ସଂପୂର୍ଣ୍ଣଭାବେ ବିଲୋପ ହୋଇଯିବ।

ସିଙ୍ଗାପୁର ବିଶ୍ବବିଦ୍ୟାଳୟର ରିପୋର୍ଟ ଅନୁଯାୟୀ ବିଶ୍ବରେ 97 ପ୍ରତିଶତ କୋରୋନାଭାଇରସ୍ ରିପୋର୍ଟ ମେ 30ସୁଦ୍ଧା ସମାପ୍ତ ହେବ । 99 ପ୍ରତିଶତ ଜୁନ୍ 17 ସୁଦ୍ଧା ଓ ଡିସେମ୍ବର 9, 2020 ସୁଦ୍ଧା 100 ପ୍ରତିଶତ କୋରୋନା ମୁକ୍ତ ହୋଇଯିବ ଆମେରିକା ।

ଫ୍ରାନ୍ସରେ 97 ପ୍ରତିଶତ କୋରୋନାଭାଇରସ ରିପୋର୍ଟ 6 ମଇ ସୁଦ୍ଧା ଶେଷ ହେବ । ମେ 18 ସୁଦ୍ଧା 99 ପ୍ରତିଶତ ଏବଂ ଅଗଷ୍ଟ 5 ସୁଦ୍ଧା 100 ପ୍ରତିଶତ କୋରୋନା ମୁକ୍ତ ହେବ ଫ୍ରାନ୍ସ । ସେହିପରି ଇଟାଲୀରେ ମେ ’8 ସୁଦ୍ଧା 97 ପ୍ରତିଶତ, ମେ 21 ସୁଦ୍ଧା 99 ପ୍ରତିଶତ ଓ ଅଗଷ୍ଟ ସୁଦ୍ଧା 100 ପ୍ରତିଶତ କୋରୋନା କବଳରୁ ରକ୍ଷା ପାଇବ ।

ସ୍ପେନ୍ ମଇ 4 ସୁଦ୍ଧା କୋରୋନାଭାଇରସ୍ ମାମଲାରେ 97 ପ୍ରତିଶତ ହ୍ରାସ ପାଇପାରେ । ସେହିପରି ମେ 16 ସୁଦ୍ଧା 99 ପ୍ରତିଶତ ଏବଂ ଅଗଷ୍ଟ 7 ସୁଦ୍ଧା 100 ପ୍ରତିଶତ କୋରନା ରିପୋର୍ଟ ହ୍ରାସ ପାଇପାରେ ସ୍ପେନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.