ETV Bharat / bharat

ଆମେରିକା-ଭାରତ ଭର୍ଚୁଆଲ ବୈଠକ: ମୁକ୍ତ-ଶାନ୍ତିପୂର୍ଣ୍ଣ କାରବାରକୁ ସହମତି - peaceful Indo-Pacific region

ଶାନ୍ତି, ମୁକ୍ତ, ଅନ୍ତର୍ଭୁକ୍ତ ତଥା ସମୃଦ୍ଧ କାରବାର କରିବା ନେଇ ଆମେରିକା ଓ ଭାରତ ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି । ଭାରତ-ପ୍ରଶାନ୍ତ ମହାସାଗରରେ କାରବାରକୁ ସୁନିଶ୍ଚିତ କରିବା ଦିଗରେ ଏହି ପ୍ରୟାସ ।

ଆମେରିକା-ଭାରତ ଭର୍ଚୁଆଲ ବୈଠକ
ଆମେରିକା-ଭାରତ ଭର୍ଚୁଆଲ ବୈଠକ
author img

By

Published : Jul 8, 2020, 1:16 PM IST

ନୂଆଦିଲ୍ଲୀ: ଶାନ୍ତି, ମୁକ୍ତ, ଅନ୍ତର୍ଭୁକ୍ତ ତଥା ସମୃଦ୍ଧ କାରବାର କରିବା ନେଇ ଆମେରିକା ଓ ଭାରତ ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି । ମିଳିତ ଜାତିସଂଘ ସହ ଗଭୀର ସମ୍ପର୍କ ଯୋଡିବା ପାଇଁ ଭାରତ ପୂର୍ବରୁ ମଧ୍ୟ ସମର୍ଥନ ଜଣାଇଥିଲା, ଯେତେବେଳେ ଭାରତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟତା ଗ୍ରହଣ କରିଥିଲା ।

ମଙ୍ଗଳବାର ଦୁଇ ଦେଶ ମଧ୍ୟରେ ଭର୍ଚୁଆଲ୍ ବୈଦେଶିକ ପରାମର୍ଶ ସମୟରେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗାଲା ଓ ଆମେରିକାର ବୈଦେଶିକ ବ୍ୟାପାର ସଚିବ ଡେଭିଡ ହାଲେ ଅନେକ ଆଞ୍ଚଳିକ ତଥା ବିଶ୍ବସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିଥିଲେ। ସେମାନେ ରାଜନୈତିକ, ଅର୍ଥନୈତିକ, ବାଣିଜ୍ୟିକ, ଆଞ୍ଚଳିକ ଓ ଅନ୍ତର୍ଜାତୀୟ ସହଯୋଗ ସମେତ ଭାରତ-ଆମେରିକାର ବିସ୍ତୃତ ଗ୍ଲୋବାଲ୍ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଅଧୀନରେ ଥିବା ସମଗ୍ର ଯୋଗଦାନର ସମୀକ୍ଷା କରିଥିଲେ ।

କୋଭିଡ-19 ମହାମାରୀ ସମୟରେ ଫାର୍ମାସ୍ୟୁଟିକାଲ୍ସ ଓ ଟୀକା ବିକାଶ ସମେତ ଦ୍ବିପାକ୍ଷିକ ସ୍ବାସ୍ଥ୍ୟ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ସହମତ ହୋଇଥିଲେ। 22 ମନ୍ତ୍ରୀସ୍ତରୀୟ ଭଳି ଅନେକ ପ୍ରକ୍ରିୟା ମାଧ୍ୟମରେ ଦ୍ବିପାକ୍ଷିକ ଏଜେଣ୍ଡା ଆଗକୁ ବଢିବ ବୋଲି ଦୁଇ ଦେଶ ସହମତି ପ୍ରକାଶ କରିଛି । ଏହାସହ ଦୁହିଁଙ୍କ ମଧ୍ୟରେ ଛାତ୍ରଙ୍କ ପାଇଁ ଏଫ-1 ଭିଜାକୁ ନେଇ ମଧ୍ୟ କଥା ହୋଇଥିଲେ । ପରସ୍ପର ବାଣିଜ୍ୟ ସମ୍ପର୍କ ବୃଦ୍ଧି କରିବାକୁ ମଧ୍ୟ ଦୁହେଁ ସହମତି ପ୍ରକାଶ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.