ETV Bharat / bharat

ଭାରତ-ବ୍ରିଟେନ ପାର୍ଟନରସିପ, ଆର୍ଥିକ ଦୂର୍ବଳ ଦେଶକୁ ଯୋଗାଇବେ କୋଭିଡ ଭ୍ୟାକ୍ସିନ - ଭାରତ-ବ୍ରିଟେନ ପାର୍ଟନରସିପ

ଆର୍ଥିର ରୂପେ ଦୁର୍ବଳ ଦେଶଗୁଡିକୁ କୋରୋନା ଟୀକା ଯୋଗାଇଦେବା ନେଇ ନିଷ୍ପତ୍ତି ନେଇଛନ୍ତି ଭାରତ ଓ ବ୍ରିଟେନ । ଅଧିକ ପଢନ୍ତୁ...

ଭାରତ-ବ୍ରିଟେନ ପାର୍ଟନରସିପ, ଆର୍ଥିକ ଦୂର୍ବଳ ଦେଶକୁ ଯୋଗାଇବେ କୋଭିଡ ଭ୍ୟାକ୍ସିନ

author img

By

Published : Dec 15, 2020, 10:46 PM IST

ନୂଆଦିଲ୍ଲୀ: ମହାମାରୀର ମୁକାବିଲା ପାଇଁ ସାରା ବିଶ୍ବ ଅଦୃଶ୍ୟ ଶିକ୍ତି ବିରୋଧରେ ଯୁଦ୍ଧ ଲଢୁଥିବା ବେଳେ ବଡ ନିଷ୍ପତ୍ତି ନେଇଛନ୍ତି ଭାରତ ଓ ବ୍ରିଟେନ । ଉଭୟ ଦେଶ ଆର୍ଥିର ରୂପେ ଦୁର୍ବଳ ଦେଶଗୁଡିକୁ ଯୋଗାଇବେ କୋରୋନା ଟୀକା । ଭାରତ ଗସ୍ତରେ ଥିବା ବ୍ରିଟେନ ବୈଦେଶିକମନ୍ତ୍ରୀ ଡୋମନିକ ରାବ ଓ ତାଙ୍କ ପ୍ରତିପକ୍ଷ ଏସ ଜୟଶଙ୍କରଙ୍କ ମଧ୍ୟରେ ଆଲୋଚନା ସମୟରେ ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା-ସେରମ ଇନଷ୍ଟିଚ୍ୟୁଟର ଦ୍ବାରା ପ୍ରସ୍ତୁତ କୋରୋନା ଟୀକାର ବ୍ୟବହାର ନେଇ ଚର୍ଚ୍ଚା ହେବା ସହ ସହଯୋଗ ଉପରେ ସହମତି ପ୍ରକାଶ ପାଇଛି ।

ବୈଦେଶିକମନ୍ତ୍ରୀ ଜୟଶଙ୍କରଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା ପରେ ବ୍ରିଟେନ ବୈଦେଶିକମନ୍ତ୍ରୀ କହିଛନ୍ତି, ଭାରତ ଓ ବ୍ରିଟେନ କୋରୋନା ଟୀକାକୁ ଆର୍ଥିକ ରୂପେ ଦୁର୍ବଳ ଦେଶଗୁଡିକୁ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା-ସେରମ ଇନଷ୍ଟିଚ୍ୟୁଟର ଦ୍ବାରା ପ୍ରସ୍ତୁତ କୋରୋନା ଟୀକାର ଏକ ଆରବ ଡୋଜ ଆସନ୍ତା ବର୍ଷ ସୁଦ୍ଧା ଉତ୍ପାଦନ କରାଯିବ । ଏହାସହ ଆମେ କୋରୋନା ଟୀକାର ଅର୍ଥ ବୋଝ ଉଠାଇ ନ ପାଇବା ଭଳି ଦେଶଗୁଡିକୁ ମଧ୍ୟ ଭ୍ୟାକ୍ସିନ ଯୋଗାଇ ଦେବୁ ବୋଲି କହିଛନ୍ତି ବ୍ରିଟେନ ବୈଦେଶିକମନ୍ତ୍ରୀ ଡୋମନିକ ରାବ ।

ବିଶ୍ବରେ ପ୍ରସ୍ତୁତ ହେଉଥିବା 60 ପ୍ରତିଶତ ଟୀକାର ଉତ୍ପାଦକ ହେଉଛି ଭାରତ । ଏହି କାରଣରୁ ସମସ୍ତ ବଡ ବଡ କମ୍ପାନୀ ଓ ଟୀକା ପ୍ରସ୍ତୁତ କରୁଥିବା ଦେଶ ଭ୍ୟାକ୍ସିନର ବ୍ୟାପକ ଉତ୍ପାଦନ ପାଇଁ ଭାରତ ସହ ପାର୍ଟନରସିପରେ ଲାଗିଛନ୍ତି । ଏହି କ୍ରମରେ ଭାରତର ପଡୋଶୀ ବାଂଲାଦେଶକୁ ଟୀକା ଯୋଗାଇଦେବା ନେଇ ନିଷ୍ପତ୍ତି ନିଆଯାଇଛି । ଭାରତୀୟ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ବାଂଲାଦେଶର ସ୍ବାସ୍ଥ୍ୟମନ୍ତ୍ରଣାଳୟ ଓ ସ୍ଥାନୀୟ କମ୍ପାନୀ ଭ୍ୟାକ୍ସିମକୋ ସହ 3 କୋଟି ଟୀକାର ଡୋଜ ଯୋଗାଇବା ପାଇଁ ଚୁକ୍ତ କରିଛି ।

ମଙ୍ଗଳବାର ଦୁଇ ଦେଶର ଦ୍ବିପାକ୍ଷିକ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର କେ ବିଜୟ ରାଘୱନ ମଧ୍ୟ ଉପସ୍ଥିତ ଥିଲେ । ଅକ୍ସଫୋର୍ଡ-ଏଷ୍ଟ୍ରାଜେନିକା-ସେରମ୍ ଇନଷ୍ଟିଚ୍ୟୁଟର ମିଳିତ ପ୍ରୟାସରେ ପ୍ରସ୍ତୁତ ଟୀକାକୁ ସ୍ବଳ୍ପ ମୂଲ୍ୟ ଏବଂ ପ୍ରଭାବଶାଳୀ ବୋଲି ବିବେଚନା କରାଯାଉଛି । ଏହାର ଗୋଟିଏ ଡୋଜର ଆନୁମାନିକ ମୂଲ୍ୟ ପ୍ରାୟ 250 ଟଙ୍କା ରହିବ ବୋଲି ଅନୁମାନ ରହିଛି ।

ସୂଚନାନୁସାରେ ଜରୁରୀକାଳୀନ ବ୍ୟବହାର ପାଇଁ ଭୁଟାନ, ମାଲଦ୍ବୀପ ସମେତ କିଛି ପଡୋଶୀ ଦେଶକୁ ଏହି ଆଣ୍ଟି-କୋଭିଡ ଟୀକା ଉପଲବ୍ଧ କରାଇବା ପାଇଁ ଭାରତ ଆର୍ଥିକ ସହାୟତା ଯୋଗାଇବାକୁ ଚିନ୍ତା କରିପାରେ । ନିକଟରେ ନେପାଳ ଗସ୍ତ ସମୟରେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ନେପାଳ ସେଠାକାର ସରକାରଙ୍କୁ ଟୀକା ଯୋଗାଣରେ ପ୍ରାଥମିକତା ଦିଆଯିବବୋଲି ଆଶ୍ବାସନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.