ETV Bharat / bharat

ଆମେରିକାକୁ ଘାରିଛି ଟିକସ ନିଶା, କହିଲା ମାଗଣା ଯୁଗ ଆଉ ନାହିଁ

ମୋଦିଙ୍କୁ ବନ୍ଧୁ କହି ବି ଭାରତକୁ ଟାର୍ଗେଟ କରିଚାଲିଛନ୍ତି ଟ୍ରମ୍ପ । ଭାରତ ଅଧିକ ଟିକସ ନେଉଥିବା ଦର୍ଶାଇ ବାରମ୍ବାର ସମାଲୋଚନା କରୁଛନ୍ତି ସେ । ଏପରିକି ଦେଶରେ ‘ଆମେରିକା ଫାଷ୍ଟ’ ନୀତି ଲାଗୁ କରିବାକୁ ଯୋଜନା ଚଳାଇଛନ୍ତି ।

ଫାଇଲ ଫଟୋ
author img

By

Published : Apr 29, 2019, 7:19 PM IST

ନୂଆଦିଲ୍ଲୀ: ଭାରତକୁ ସମାଲୋଚନା କରିବାକୁ ମୌକା ଛାଡୁନି ଆମେରିକା । ଆମଦାନୀ ଶୁକ୍ଲକୁ ନେଇ ବାରମ୍ବାର କରୁଛି ତୀବ୍ର ଭତ୍ସନା । ଟାରିଫ କିଙ୍ଗ (ଟିକସ ରାଜା) କହି ପରୋକ୍ଷରେ କରୁଛି ନିନ୍ଦା ବର୍ଷା । ସେପଟେ ଦେଶରେ ‘ଆମେରିକା ଫାଷ୍ଟ’ (ପ୍ରଥମେ ଆମେରିକା ) ନୀତି ଲାଗୁ କରିବାକୁ କରୁଛି ଯୋଜନା ଆମେରିକା ।

ଭାରତକୁ ପ୍ରଂଶସା, ମୋଦିଙ୍କୁ ବନ୍ଧୁ କହି ବି ଭାରତକୁ ଟାର୍ଗେଟ କରି ଚାଲିଛନ୍ତି ଟ୍ରମ୍ପ । ଗୋଟିଏ ପଟେ ଆମେରିକା ଏପରି ବହୁ ସାମଗ୍ରୀ ଉପରେ ଟିକସ ନେଉନଥିବା ବେଳେ ଭାରତ ଚଢା ଦରରେ 100 ପ୍ରତିଶତରୁ ଅଧିକ ଟିକସ ଆଦାୟ କରୁଛି ବୋଲି କ୍ଷୋଭ କରିଛନ୍ତି ଟ୍ରମ୍ପ ।

କେବଳ ଭାରତ ନୁହେଁ ଚୀନ ଓ ଜାପାନ ଭଳି ବହୁ ରାଷ୍ଟ୍ର ଯୋଗୁଁ ଆମେରିକାକୁ ଲକ୍ଷ ଲକ୍ଷ ଡଲାର କ୍ଷତି ସହିବାକୁ ପଡୁଛି । ହେଲେ ଏବେ ଆଉ ନୁହେଁ । ଏଣିକି ଆମେରିକା ପେପର ପ୍ରଡକ୍ଟସ ରପ୍ତାନୀ ଉପରେ ଭାରୀ ଟିକସ ଆଦାୟ କରିବ ବୋଲି ରୋକଠୋକ ଶୁଣାଇଦେଇଛନ୍ତି ଟ୍ରମ୍ପ । ଆମେରିକା ଜନତା ମଧ୍ୟ ‘ଆମେରିକା ଫାଷ୍ଟ’ ପଲିସି ଲାଗୁ କରିବାକୁ ସରକାରଙ୍କ ପାଖରେ ଦାବି କରୁଛନ୍ତି ।

ପ୍ରକାଶ ଥାଉ ଯେ, ପୂର୍ବରୁ ମଧ୍ୟ ଟିକସ ମାମଲାରେ ଟ୍ରମ୍ପ ଭାରତକୁ କଡା ଶବ୍ଦରେ ଚେତାବନୀ ଦେଇଥିଲେ । ଭାରତ ଠାରୁ ଅଧିକ ଟିକସ ଆଦାୟ କରିବେ ବୋଲି ଧମକ ଦେଇଥିଲେ । ଏକ ଉଦାହରଣ ଦେଇ ଟ୍ରମ୍ପ କୁହନ୍ତି କି, ଯେତେବେଳେ ଆମେ ଭାରତକୁ ହାର୍ଲି ଡାଭିଡସନ ବାଇକ ପଠାଉଛୁ ସେମାନେ ତାହା ଉପରେ 100% ଟିକସ ଲଗାଉଛନ୍ତି । କିନ୍ତୁ ଯେବେ ଭାରତ ଆମକୁ କୌଣସି ବାଇକ ରପ୍ତାନୀ କରେ ସେଥିରେ ଆମେ ଆଦୌ ଟିକସ ଲଗାଉନାହିଁ ।

ଆମେରିକା ଫାଷ୍ଟ’ ନୀତି କଣ ?

ପ୍ରଥମେ ଆମେରିକା । ଆମେରିକା ବାସୀଙ୍କୁ ସବୁ କ୍ଷେତ୍ରରେ ପ୍ରାଥମିକତା ଦିଆଯିବ । ଅନ୍ୟପଟେ ଏହି ନୀତି ମଧ୍ୟ ମାଗଣାରେ ଅନ୍ୟ ଦେଶକୁ କିଛି ନ ଦେବାକୁ ସୂଚାଉଛି । ଏହା ଏକ ରାଷ୍ଟ୍ରବାଦୀ ନୀତି । ଯାହାକି ଦେଶର ହିତକୁ ସବୁଠାରୁ ଅଧିକ ପ୍ରାଧାନ୍ୟ ଦେଇଥାଏ । ସମସ୍ତ ରାଜନୈତିକ, ଆର୍ଥିକ ଓ ସୁରକ୍ଷା ସମ୍ବନ୍ଧୀୟ ଦୃଷ୍ଟିରୁ ଦେଶର ଜାତୀୟବାଦର ବାର୍ତ୍ତା ପ୍ରେରଣ କରିଥାଏ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.