ETV Bharat / bharat

'ଭାରତ-ଚୀନ ସୀମାରେ ଉତ୍ତେଜନା: ଏପରି ହରକତକୁ ହାଲୁକାରେ ଗ୍ରହଣ ନକରୁ ଭାରତ'

author img

By

Published : May 21, 2020, 10:40 AM IST

ନିଜ ହରକତରୁ ପଛକୁ ହଟୁନି ଚୀନ । ଗତ କିଛି ଦିନ ହେବ ପେଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ଚୀନ ସୈନ୍ୟ ନିଜର ଉପସ୍ଥିତି ଜାହିର କରିଥିଲା । ଅଧିକ ପଢନ୍ତୁ...

'ଭାରତ-ଚୀନ ସୀମାରେ ଉତ୍ତେଜନା: ଏପରି ହରକତକୁ ହାଲୁକାରେ ଭାବେ ଗ୍ରହଣ ନକରୁ ଭାରତ'

ୱାଶିଂଟନ: ଚୀନ ସହ ସୀମା ବିବାଦରେ ଆମେରିକା ଭାରତକୁ ସମର୍ଥନ କରିଛି । ଆମେରିକା କହିଛି ଯେ, ଭାରତ-ଚୀନ ସୀମାରେ ଉତ୍ତେଜନା ଏକ ଚେତାବନୀ ଅଟେ, ଭାରତ ଚୀନର ଏହି କାର୍ଯ୍ୟକୁ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ । ଚୀନର ଆକ୍ରୋଶ ସବୁବେଳେ କେବଳ ବୟାନବାଜି ନୁହେଁ ।

ଟ୍ରମ୍ପ ପ୍ରଶାସନରେ ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟୁରୋର ବିଦାୟୀ ମୁଖ୍ୟ ଏଲିସ ୱେଲ୍ସ କହିଛନ୍ତି ଯେ, ଏହା ଦକ୍ଷିଣ ଚୀନ ସାଗରରେ ହେଉ କିମ୍ବା ଭାରତ ସହିତ ସୀମାରେ ହେଉ, ଆମେ ଚୀନ ପକ୍ଷରୁ ଉତ୍ତେଜନାମୂଳକ ତଥା ବିବ୍ରତ କରିବା ପରି ଆଚରଣ ଦେଖୁଛୁ । ଚୀନର ଏହି ଉତ୍ତେଜନା ମୂଳକ ବ୍ୟବାହରର ବିରୋଧରେ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଏବଂ ଏସିଆ ଦେଶ ଗୁଡିକ ଏକତ୍ର ହେବା ଦେଖାଦେଇଛି ।

ଭାରତ-ଚୀନ ସୀମା ବିବାଦକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଏଲିସ ୱେଲ୍ସ ଏକ ଅନଲାଇନ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ଏହା କହିଛନ୍ତି। ବାସ୍ତବରେ, ନୂଆଦିଲ୍ଲୀର ସାମରିକ ସୂତ୍ର ଅନୁଯାୟୀ, ଗତ କିଛି ଦିନ ହେବ ପେଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ଚୀନ ସୈନ୍ୟ ନିଜର ଉପସ୍ଥିତି ଜାହିର କରିଥିଲା । ଏପରିକି ହ୍ରଦରେ ଅତିରିକ୍ତ ବୋଟ ମଧ୍ୟ ଦେଖାଯାଉଛି । ଏଭଳି ପରିସ୍ଥିତିରେ ଭାରତ ଡେମଚୌକ ଏବଂ ଦୌଲତ ବେଗ ଓଲ୍ଡି ଭଳି ସ୍ଥାନରେ ଅଧିକ ସୈନ୍ୟ ମୁତୟନ କରିଛି ।

ଏଲିସ ୱେଲ୍ସ ଦକ୍ଷିଣ ଚୀନ ସାଗରରେ ଚୀନର ଆକ୍ରମଣାତ୍ମକ ଆଚରଣ ବିଷୟରେ ମଧ୍ୟ କହିଥିଲେ। ସେ କହିଛନ୍ତି, ସମଗ୍ର ଦକ୍ଷିଣ ଚୀନ ସାଗର ଉପରେ ଚୀନ୍ ସାର୍ବଭମତ୍ୱ ଦାବି କରୁଛି। ଯେଉଁଠାରେ ଭିଏତନାମ, ମାଲେସିଆ, ଫିଲିପାଇନ୍ସ, ବ୍ରୁନେଇ ଏବଂ ତାଇୱାନର ବିପରୀତ ଦାବି ରହିଛି।

ଉଭୟ ଦକ୍ଷିଣ ଚୀନ ସାଗର ଏବଂ ପୂର୍ବ ଚୀନ ସାଗର ଆଞ୍ଚଳିକ ବିବାଦରେ ଚୀନ ଜଡିତ ଅଛି। ବେଜିଂ ଅନେକ ଦ୍ୱୀପ ନିର୍ମାଣ ଏବଂ ସାମରିକକରଣ କରିଛି । ଏହି ଦୁଇଟି କ୍ଷେତ୍ର ଖଣିଜ ପଦାର୍ଥ, ତୈଳ ଏବଂ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦରେ ଭରପୂର ବୋଲି କୁହାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.