ନୂଆଦିଲ୍ଲୀ: ଦେଶରେ କ୍ରମାଗତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ 24 ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ 10 ହଜାର 956 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 396 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 2ଲକ୍ଷ 97 ହଜାର 535 ରେ ପହଞ୍ଚିଛି ।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 141842 ଆକ୍ଟିଭ,147195 ସୁସ୍ଥ ଏବଂ 8498 ଆକ୍ରାନ୍ତଙ୍କ ବର୍ତ୍ତମାନ ସୁଦ୍ଧା କୋରୋନାରେ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶୁକ୍ରବାର ସୂଚନା ଦେଇଛନ୍ତି ।
ଜନ ହପକିନ୍ସ ରିପୋର୍ଟ ଅନୁଯାୟୀ, କୋରୋନା ଦୃଷ୍ଟିରୁ ଭାରତ ବିଶ୍ବର ଚତୁର୍ଥ ସ୍ଥାନରେ ରହିଛି । ଏହି କ୍ରମରେ ପ୍ରଥମରେ ଆମେରିକା(2023347), ଦ୍ବିତୀୟରେ ବ୍ରାଜିଲ(802828) ଏବଂ ତୃତୀୟରେ ଋଷିଆ(501800) ରହିଛି ।