ETV Bharat / bharat

କୋରୋନା ମୃତ୍ୟୁହାରରେ ଇଟାଲୀକୁ ପଛରେ ପକାଇଲା ଭାରତ

author img

By

Published : Jul 31, 2020, 1:34 PM IST

Updated : Jul 31, 2020, 2:22 PM IST

କୋରୋନା ଭାଇରସ୍ ମୃତ୍ୟୁ ସଂଖ୍ୟାରେ ଦେଶ ଏକ ଭୟଙ୍କର ମାଇଲଖୁଣ୍ଟ ଅତିକ୍ରମ କରିଛି । ଆଜି 779 ଜଣଙ୍କ ମୃତ୍ୟୁ ପରେ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା 35 ହଜାର ପାର କରିଛି । ଅଧିକ ପଢନ୍ତୁ...

କୋରୋନା ମୃତ୍ୟୁହାରରେ ଇଟାଲୀକୁ ପଛରେ ପକାଇଲା ଭାରତ
କୋରୋନା ମୃତ୍ୟୁହାରରେ ଇଟାଲୀକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ଦେଶରେ ଅତି ଭୟାବହ ହେଉଛି କୋରୋନା ସ୍ଥିତି । କୋରୋନା ସଂକ୍ରମଣ ସାଙ୍ଗକୁ ବଢୁଛି ମୃତ୍ୟୁ ମାମଲା । କୋରୋନା ଭାଇରସ୍ ମୃତ୍ୟୁ ସଂଖ୍ୟାରେ ଦେଶ ଏକ ଭୟଙ୍କର ମାଇଲଖୁଣ୍ଟ ହାସଲ କରିଛି । ଗତ 25 ଘଣ୍ଟାରେ ଦେଶରେ ପୁଣି 779 ଜଣ ଜୀବନ ହାରିବା ପରେ ମୋଟ ମୃତ୍ୟୁ ସଂଖ୍ୟା 35 ହଜାର 968 କୁ ଛୁଇଁଛି । ଶୁକ୍ରବାର ରିପୋର୍ଟ ମୁତାବକ ଏହା ଇଟାଲୀ ପଛରେ ପକାଇ ଭାରତ ଏବେ ମୃତ୍ୟୁହାରରେ ପଞ୍ଚମ ସ୍ଥାନରେ ପହଞ୍ଚିଛି ।

ସେପଟେ, ଦିନକରେ ସର୍ବାଧିକ 52 ହଜାର ନୂତନ ମାମଲା ରେକର୍ଡ କରାଯାଇଛି। ମୋଟ ସଂକ୍ରମିତ ମାମଲା 15 ଲକ୍ଷ 83 ହଜାର 792ରେ ପହଞ୍ଚିଛି ।

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ କୋରୋନା ଭାଇରସ୍ ମୃତ୍ୟୁ ହାରରେ ଭାରତ ଠାରୁ 4 ଦେଶ ଆଗରେ ରହିଛି । କୋରୋନା ମୃତ୍ୟୁ ହାରରେ ଆମେରିକା ସବୁଠାରୁ ଊର୍ଦ୍ଧ୍ବରେ ରହିଛି । ଏଠାରେ କୋରୋନାରେ 1 ଲକ୍ଷ 52 ହଜାର 70 ଜଣଙ୍କ ଜୀବନ ଯାଇଛି । ଦ୍ବିତୀୟରେ ରହିଛି ବ୍ରାଜିଲ । ବ୍ରାଜିଲ ଗତ କିଛି ଦିନ ଧରି ଦୈନିକ 50 ହଜାର ନୂତନ ସଂକ୍ରମିତ ମାମଲା ଚିହ୍ନଟ କରାଯାଉଛି । ମୃତ୍ୟୁ ସଂଖ୍ୟାରେ ମଧ୍ୟ ରୋକ ଲାଗୁନାହିଁ । ଏହି ଦେଶରେ ମୋଟ ମୃତ୍ୟୁହାର 91, 263 ରେ ପହଞ୍ଚିଛି । ତା ପଛକୁ 46,000ଜଣଙ୍କ ମୃତ୍ୟୁ ସହ ତୃତୀୟରେ ମେକ୍ସିକୋ ରହିଛି ।

ଭାରତରେ 5.45 ଲକ୍ଷରୁ ଅଧିକ ସକ୍ରିୟ କୋରୋନା ଭାଇରସ ମାମଲା ରହିଛି । ମୋଟ 10,57,805 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଶୁକ୍ରବାର ଦିନ, ଦେଶରେ 55,000 ରୁ ଅଧିକ ମାମଲାର ଏକ ବୃହତ ଦିନିକିଆ ପଞ୍ଜିକୃତ ହୋଇଛି, ଯାହା ଦେଶର କୋଭିଡ୍ -19 କ୍ୟାସଲୋଡ୍ 16,38,870 କୁ ନେଇଛି।

Last Updated : Jul 31, 2020, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.