ETV Bharat / bharat

ଫିଙ୍ଗର କ୍ଷେତ୍ରରୁ ସେନା ହଟାଇବା ନେଇ ଚୀନର ସର୍ତ୍ତ, ଜାଣନ୍ତୁ କ'ଣ

author img

By

Published : Aug 23, 2020, 4:56 PM IST

ଫିଙ୍ଗର ଅଞ୍ଚଳରେ ଚୀନ ସହ ଭାରତ ମଧ୍ୟ ସୈନ୍ୟ ପ୍ରତ୍ୟାହାର କରିବା ଉଚିତ ବୋଲି ଭାରତୀୟ ପକ୍ଷକୁ ପରାମର୍ଶ ଦେଇଛି ଚୀନ। ଚୀନର ପ୍ରସ୍ତାବକୁ ଭାରତୀୟ ଦଳ ପ୍ରତ୍ୟାଖ୍ୟାନ କରିଥିବା ସୂତ୍ରରୁ ପ୍ରକାଶ ପାଇଛି ।

ଫିଙ୍ଗର କ୍ଷେତ୍ରରୁ ସେନା ହଟାଇବା ନେଇ ଚୀନର ସର୍ତ୍ତ, ଜାଣନ୍ତୁ କ'ଣ
ଫିଙ୍ଗର କ୍ଷେତ୍ରରୁ ସେନା ହଟାଇବା ନେଇ ଚୀନର ସର୍ତ୍ତ, ଜାଣନ୍ତୁ କ'ଣ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ଦୂର କରିବା ପାଇଁ ଉଭୟ ପକ୍ଷ ଉଦ୍ୟମ କରୁଛନ୍ତି। ଇତି ମଧ୍ୟରେ ପୂର୍ବ ଲଦାଖର ଫିଙ୍ଗର ଅଞ୍ଚଳରେ ଚୀନ ସହ ଭାରତ ମଧ୍ୟ ସମାନ ସଂଖ୍ୟକ ସୈନ୍ୟ ପ୍ରତ୍ୟାହାର କରିବା ଉଚିତ ବୋଲି ଭାରତୀୟ ପକ୍ଷକୁ ପରାମର୍ଶ ଦେଇଛି ଚୀନ। ତେବେ ଚୀନର ପ୍ରସ୍ତାବକୁ ଭାରତୀୟ ଦଳ ପ୍ରତ୍ୟାଖ୍ୟାନ କରିଥିବା ସୂତ୍ରରୁ ପ୍ରକାଶ ପାଇଛି ।

ତିନି ମାସରୁ ଅଧିକ ସମୟ ଧରି ଚାଲିଥିବା ଏହି ବିବାଦର ସମାଧାନ ପାଇଁ ଉଭୟ ପକ୍ଷ କୂଟନୈତିକ ସ୍ତରୀୟ ଆଲୋଚନା କରିବା ପରେ ଏବେ ସାମରିକ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ସୁନିଶ୍ଚିତ କରୁଛନ୍ତି । ତେବେ ସୂତ୍ର ଅନୁଯାୟୀ, ଉଭୟ ଭାରତ ଏବଂ ଚୀନ ଫିଙ୍ଗର -4 ଅଞ୍ଚଳରୁ ସମାନ ପରିମାଣର ସୈନ୍ୟ ପ୍ରତ୍ୟାହାର କରିବା ଉଚିତ ବୋଲି ଚୀନ ପକ୍ଷ ପରାମର୍ଶ ଦେଇଥିଲେ। ହେଲେ ଭାରତୀୟ ଦଳ ଏହି ପରାମର୍ଶକୁ ଗ୍ରହଣ କରିନାହାଁନ୍ତି। ସେପଟେ ପ୍ରକୃତ ନିୟନ୍ତ୍ରଣ ରେଖାରେ ରେ କୌଣସି ଅପ୍ରତ୍ୟାଶିତ କାର୍ଯ୍ୟ କିମ୍ବା ଘଟଣାର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ସେନାର ବରିଷ୍ଠ ସୈନ୍ୟ କମାଣ୍ଡୋମାନେ ସେମାନଙ୍କ ଫିଲ୍ଡ କମାଣ୍ଡୋମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନ ଚୀନ ସୈନ୍ୟ ପେଙ୍ଗୋଙ୍ଗ ସୋ ହ୍ରଦ କ୍ଷେତ୍ରର ଆଖପାଖ ଅଞ୍ଚଳରେ ରହିଛନ୍ତି । ଚୀନ ଫିଙ୍ଗର -5 ରୁ ଫିଙ୍ଗର -8 ଅଞ୍ଚଳରେ ବହୁ ସଂଖ୍ୟକ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଛି। ଏପ୍ରିଲ-ମେ ମାସରେ ଏହି ଅଞ୍ଚଳରେ ଚୀନର ସାମରିକ ବେସ ରହିଥିଲା ​। ତେବେ ଚୀନ ସେନା ଫିଙ୍ଗର ଅଞ୍ଚଳରୁ ସମ୍ପୂର୍ଣ୍ଣରୂପେ ପଛକୁ ଯାଇ ଏହାର ମୂଳ ସ୍ଥାନକୁ ଫେରିବା ଉଚିତ୍ ବୋଲି ଭାରତୀୟ ପକ୍ଷ ସ୍ପଷ୍ଟ କରିଛି ।

ସୂତ୍ରରୁ ପ୍ରକାଶ ଯେ, 1993-1996 ମସିହାରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଚୀନ ଉଲ୍ଲଂଘନ କରୁଛି ବୋଲି ମଧ୍ୟ ଭାରତ କହିଛି। ଏହି ଚୁକ୍ତିନାମା ଅନୁଯାୟୀ, ଏଲଏସିର ଯେଉଁସ୍ଥାନରେ ଦୁଇ ପକ୍ଷ ମଧ୍ୟରେ ସନ୍ଦେହ ରହିଛି ସେହି ସ୍ଥାନରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ । ଅତୀତରେ ଚୀନ ଏହି ଚୁକ୍ତିନାମାକୁ ଉଲ୍ଲଂଘନ କରି ଏଭଳି ଅନେକ ସ୍ଥାନରେ ନିର୍ମାଣ କାର୍ଯ୍ୟ କରିଛି। ଚୀନ ସୈନ୍ୟ ଫିଙ୍ଗର ଅଞ୍ଚଳରେ ମଧ୍ୟ ନିର୍ମାଣ କାର୍ଯ୍ୟ କରିଛନ୍ତି, ଯେଉଁଠି ଭାରତୀୟ ଅଞ୍ଚଳ ଫିଙ୍ଗର 8 ପର୍ଯ୍ୟନ୍ତ ବିସ୍ତୃତ ରହିଛି ।

ତେବେ ସୈନ୍ୟ ପ୍ରତ୍ୟାହାର ଉପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ ରହିଛି । ଚୀନ ସେନା ପ୍ରଥମେ ଫିଙ୍ଗର ଅଞ୍ଚଳରୁ ନିଜର ସୈନ୍ୟମାନଙ୍କୁ ପଛକୁ ଫେରାଇ ନେବା ଉଚିତ। ଏହା ପରେ ଉଭୟ ପକ୍ଷ ପୂର୍ବ ଲଦାଖ, ଡେପସଙ୍ଗ ଏବଂ ଦୌଲତ ବାଗ ଓଲଡି ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ଉପରେ ଆଲୋଚନା କରିପାରିବେ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଏପ୍ରିଲ-ମେ ମାସରୁ ଚୀନ ସୈନ୍ୟମାନେ ପୂର୍ବ ଲଦାଖ ଅଞ୍ଚଳର ଫିଙ୍ଗର, ଗଲୱାନ ଉପତ୍ୟକା, ଗୋଗ୍ରା ଏବଂ ହଟ୍ ସ୍ପ୍ରିଙ୍ଗ୍ସ ଅଞ୍ଚଳରେ ଅନୁପ୍ରବେଶ କରିବା ପରେ ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.