ETV Bharat / bharat

ଚୀନର ପ୍ରଭାବ ବୃଦ୍ଧି ସମୟରେ ବାଂଲାଦେଶକୁ ନିଜ ସପକ୍ଷରେ ରଖିବାକୁ ଭାରତର ପ୍ରୟାସ

ମଙ୍ଗଳବାର ଦିନ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଂଲା ଅଚାନକ ଦୁଇଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି ଏବଂ ଏହା ଫଳରେ ବାଂଲାଦେଶକୁ ନିଜ ସପକ୍ଷରେ ରଖିବା ଲାଗି ଭାରତର ଉଦ୍ୟମ ପ୍ରକାଶ ପାଇଛି ବୋଲି ବିଚାର କରାଯାଉଛି । ଅଧିକ ପଢନ୍ତୁ...

ଚୀନର ପ୍ରଭାବ ବୃଦ୍ଧି ସମୟରେ ବାଂଲାଦେଶକୁ ନିଜ ସପକ୍ଷରେ ରଖିବାକୁ ଭାରତର ପ୍ରୟାସ
ଚୀନର ପ୍ରଭାବ ବୃଦ୍ଧି ସମୟରେ ବାଂଲାଦେଶକୁ ନିଜ ସପକ୍ଷରେ ରଖିବାକୁ ଭାରତର ପ୍ରୟାସ
author img

By

Published : Aug 18, 2020, 11:03 PM IST

ନୂଆଦିଲ୍ଲୀ: ବାଂଲାଦେଶ ଉପରେ ଚୀନର ପ୍ରଭାବ ବୃଦ୍ଧି ପାଉଥିବା ସମୟରେ, ମଙ୍ଗଳବାର ଦିନ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଂଲା ଅଚାନକ ଦୁଇଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି ଏବଂ ଏହା ଫଳରେ ବାଂଲାଦେଶକୁ ନିଜ ସପକ୍ଷରେ ରଖିବା ଲାଗି ଭାରତର ଉଦ୍ୟମ ପ୍ରକାଶ ପାଇଛି ବୋଲି ବିଚାର କରାଯାଉଛି ।

ପ୍ରଥମେ ଏହା ଏକ ସଂକ୍ଷିପ୍ତ ଦିନିକିଆ ଗସ୍ତ ହେବ ବୋଲି ଆଶା କରାଯାଉଥିଲେ ହେଁ ପରବର୍ତ୍ତୀ ସମୟରେ ଏହାକୁ ଦୁଇଦିନିଆ ସରକାରୀ ଗସ୍ତର ରୂପ ଦିଆଯାଇଛି । ଏ ବର୍ଷ ମାର୍ଚ୍ଚରେ କୋଭିଡ୍‌-19 କଟକଣା ଜାରି ହେବା ପରେ ଏହା ଶ୍ରୀଂଲାଙ୍କ ପ୍ରଥମ ବିଦେଶ ଗସ୍ତ ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ଧାଡ଼ିକିଆ ବିବୃତିରେ କୁହାଯାଇଛି ଯେ, “ପାରସ୍ପରିକ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା ସହିତ ସହଯୋଗିତାକୁ ଆଗେଇ ନେବା ପାଇଁ” ଅଗଷ୍ଟ 18-19 ତାରିଖରେ ଶ୍ରୀଂଲା ଢାକା ଗସ୍ତ କରୁଛନ୍ତି ।

ହେଲେ, ଭାରତୀୟ ବୈଦେଶିକ ସଚିବଙ୍କ ଗସ୍ତ ଅଚାନକ ହୋଇନାହିଁ ବୋଲି ବାଂଲାଦେଶର ବୈଦେଶିକ ମନ୍ତ୍ରାଳୟରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ସମୟରେ ବାଂଲାଦେଶର ବୈଦେଶିକ ସଚିବ ମାସୁଦ ବିନ୍‌ ମୋମେନ୍‌ କହିଛନ୍ତି ।

ସେ କହିଲେ ଯେ, ବୁଧବାର ଦିନ ଶ୍ରୀଂଲାଙ୍କ ସହ ତାଙ୍କର ପୂର୍ବ ନିର୍ଦ୍ଧାରିତ ବୈଠକ ସମୟରେ ସେ ଭାରତରେ ପରୀକ୍ଷଣ ପର୍ଯ୍ୟାୟରେ ଥିବା ଅକ୍‌ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ କୋଭିଡ-19 ଭୂତାଣୁ ପ୍ରତିଷେଧକ ଟିକା ବାଂଲାଦେଶକୁ ଯୋଗାଇ ଦେବା ସଂପର୍କରେ ଆଲୋଚନା କରିବେ ।

ବିଡିନ୍ୟୁଜ୍‌24 ଡଟ୍‌ କମ୍‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଭାରତର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ଲକ୍ଷ ଲକ୍ଷ ସଂଖ୍ୟାରେ ଉତ୍ପାଦିତ ହେବାକୁ ଥିବା ପ୍ରତିଷେଧକ ଟିକାର ପରୀକ୍ଷଣ ସଫଳ ହେଲେ, ଏହାକୁ ବାଂଲାଦେଶରେ ମଧ୍ୟ ପରୀକ୍ଷଣ କରିବା ସଂପର୍କରେ ଢାକା ପକ୍ଷରୁ ଆଲୋଚନା କରାଯିବ ।

ଢାକାରେ ଥିବା ଜଣେ ସୂତ୍ର ଈଟିଭି ଭାରତକୁ କହିଛନ୍ତି ଯେ, ମୋମେନ୍‌ଙ୍କ କହିବା ଅନୁସାରେ, ଚୀନ ହେଉ କି ରୁଷ କି ଆମେରିକା, ଯେ କୌଣସି ସ୍ଥାନରେ ଉପଲବ୍‌ଧ ପ୍ରତିଷେଧକ ଟିକା ପାଇବା ଲାଗି ବାଂଲାଦେଶ ଚାହୁଁଛି । ଏହି ସୂତ୍ରଙ୍କ କହିବା ଅନୁସାରେ, ଟିକା ପାଇବା ପ୍ରକ୍ରିୟାର ଅଂଶବିଶେଷ ରୂପେ ବାଂଲାଦେଶ ଏହି ପ୍ରସଙ୍ଗରେ ଭାରତ ସହ ଆଲୋଚନା କରିବ ।

ଏହା ପୂର୍ବରୁ ଚୀନ୍‌ର ସିନୋଭାକ୍‌ ବାୟୋଟେକ୍‌ ଲିମିଟେଡ୍‌ ଦ୍ବାରା ପ୍ରସ୍ତୁତ କରାଯାଉଥିବା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବାଂଲାଦେଶରେ କରିବା ପାଇଁ ବାଂଲାଦେଶର ସରକାରୀ ଭେଷଜ ଗବେଷଣା ସଂସ୍ଥା ଅନୁମୋଦନ କରିଥିଲା । କିନ୍ତୁ ଏହି ଅନୁମୋଦନକୁ ଏବେ ସ୍ଥଗିତ ରଖାଯାଇଛି ।

ପୂର୍ବରୁ ବାଂଲାଦେଶରେ ଭାରତର ହାଇକମିସନର ରୂପେ ଦାୟିତ୍ବ ତୁଲାଇଥିବା ଶ୍ରୀଂଲା ତାଙ୍କ ଗସ୍ତ ଅବସରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ବୈଦେଶିକ ମନ୍ତ୍ରୀ ଏ.କେ. ଅବଦୁଲ ମୋମେନ୍‌ଙ୍କ ସହ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି ।

ପର୍ଯ୍ୟବେକ୍ଷକମାନଙ୍କ ମତରେ, ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ବିବାଦୀୟ ସ୍ଥିତି ଲାଗି ରହିଥିବା ସମୟରେ ବାଂଲାଦେଶ ଉପରେ ବେଜିଂର ବଢୁଥିବା ପ୍ରଭାବକୁ ପ୍ରତିହତ କରିବା ଲାଗି ମଧ୍ୟ ଶ୍ରୀଂଲାଙ୍କ ଏହି ଗସ୍ତ ଉଦ୍ଦିଷ୍ଟ ।

ତୀସ୍ତା ନଦୀ ଜଳ ପରିଚାଳନା ନିମନ୍ତେ ଢାକାକୁ ବେଜିଂ 1 ବିଲିଅନ୍‌ (ଶହ କୋଟି) ଡଲାର ଋଣ ଦେବା ଲାଗି ନେଇଥିବା ନିଷ୍ପତ୍ତି, ନୂଆଦିଲ୍ଲୀ ପାଇଁ ସଦ୍ୟତମ ମୁଣ୍ଡବ୍ୟଥାର କାରଣ ହୋଇଛି । ଏହି ଦକ୍ଷିଣ ଏସୀୟ ଦେଶର ନଦୀ ଜଳ ପରିଚାଳନା କ୍ଷେତ୍ରରେ ପ୍ରଥମ ଥର ପାଇଁ ଚୀନ ଜଡ଼ିତ ହୋଇଛି ।

ଯଦିଓ ବାଂଲାଦେଶ ଭାରତର ନିକଟତମ ପଡ଼ୋଶୀ, ତଥାପି, ବହୁ ଦଶନ୍ଧି ଧରି ତୀସ୍ତା ନଦୀଜଳ ବଣ୍ଟନ ପ୍ରସଙ୍ଗକୁ କେନ୍ଦ୍ର କରି ଦୁଇ ଦେଶ ମଧ୍ୟରେ ଏକ ବିବାଦୀୟ ସ୍ଥିତି ଲାଗି ରହିଛି ।

2011ରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂହଙ୍କ ଢାକା ଗସ୍ତ ଅବସରରେ ଭାରତ ଓ ବାଂଲାଦେଶ ତୀସ୍ତା ନଦୀଜଳ ବଣ୍ଟନ ସଂପର୍କରେ ଏକ ବୁଝାମଣା ପ୍ରାୟତଃ ସ୍ବାକ୍ଷରିତ ହେବାକୁ ଯାଉଥିଲା । କିନ୍ତୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧ ଯୋଗୁଁ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଥିଲା ।

ହିମାଳୟର ପୂର୍ବ ପଟରୁ ବାହାରିଥିବା ତୀସ୍ତା ନଦୀ ଭାରତର ସିକ୍କିମ ଓ ପଶ୍ଚିମ ବଙ୍ଗ ରାଜ୍ୟ ଦେଇ ପ୍ରବାହିତ ହେବା ପରେ ବାଂଲାଦେଶରେ ପ୍ରବେଶ କରିଛି । ଯଦିଚ ଏହା ବାଂଲାଦେଶର ସମତଳ ଅଞ୍ଚଳରେ ବନ୍ୟାର ଏକ ସ୍ରୋତ, ହେଲେ ଶୀତ ଋତୁରେ ପ୍ରାୟ ଦୁଇ ମାସ ଧରି ଏହା ଶୁଷ୍କ ରହିଥାଏ ।

ଉଭୟ ଦେଶର ସୀମାରେ ଅବସ୍ଥିତ ଫାରାକ୍କା ବ୍ୟାରେଜ୍‌ ନିକଟସ୍ଥ ଭୂପୃଷ୍ଠ ଜଳ ବଣ୍ଟନ ନିମନ୍ତେ 1996ରେ ସଂପାଦିତ ‘ଗଙ୍ଗା ନଦୀଜଳ ଚୁକ୍ତିନାମା’ ଅନୁରୂପ ଢାଞ୍ଚାରେ ତୀସ୍ତା ନଦୀଜଳର ଏକ ‘ନ୍ୟାୟସଂଗତ’ ବଣ୍ଟନ ଲାଗି ବାଂଲାଦେଶ ଇଚ୍ଛାପ୍ରକାଶ କରିଆସୁଛି । ହେଲେ ଏହା ଏ ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ ।

ଦୁଇ ଦେଶ ମଧ୍ୟରେ ଅନ୍ତଃସୀମାନ୍ତ ବୁଝାମଣା ଉପରେ ଭାରତୀୟ ରାଜ୍ୟର ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଭାବ ରହିଆସିଥିବାରୁ ତୀସ୍ତା ନଦୀଜଳ ଚୁକ୍ତି ଅନୁମୋଦନରୁ ପଶ୍ଚିମ ବଙ୍ଗ ବିରତ ରହିଆସୁଛି ଏବଂ ଏହା ଫଳରେ ବୈଦେଶିକ ନୀତି ପ୍ରଣୟନରେ ବାଧା ସୃଷ୍ଟି ହୋଇଛି ।

ଏବେ, ବୃହତ୍‌ ରଙ୍ଗପୁର ଅଞ୍ଚଳରେ ବାଂଲାଦେଶ ପକ୍ଷରୁ ପ୍ରସ୍ତୁତ ତୀସ୍ତା ନଦୀର ବ୍ୟାପକ ପରିଚାଳନା ଏବଂ ପୁନରୁଦ୍ଧାର ପ୍ରକଳ୍ପ ପାଇଁ ଚୀନ ପାଖରୁ 85 କୋଟି 30 ଲକ୍ଷ ଡଲାରର ଋଣ ପାଇବା ଲାଗି ବାଂଲାଦେଶ ଆଗ୍ରହ ପ୍ରକାଶ କରିଛି ଏବଂ ବେଜିଂ ଏଥିରେ ସମ୍ମତ ହୋଇଛି । 98 କୋଟି 30 ଲକ୍ଷ ଡଲାରର ଏହି ପ୍ରକଳ୍ପରେ ତୀସ୍ତା ନଦୀର ଜଳ ସଂରକ୍ଷଣ ପାଇଁ ଏକ ବିଶାଳ ଜଳଭଣ୍ଡାର ନିର୍ମାଣର ପରିକଳ୍ପନା କରାଯାଇଛି ।

ବାଂଲାଦେଶର ନୌବାହିନୀକୁ ଦୁଇଟି ବୁଡ଼ାଜାହାଜ ଯୋଗାଇ ଦେବା ସମେତ କକ୍‌ସ ବଜାରସ୍ଥିତ ପେକୁଆରେ ବିଏନ୍‌ଏସ୍‌ ଶେଖ ହାସିନା ବୁଡ଼ାଜାହାଜ ଘାଟି ନିର୍ମାଣ ଭଳି ପ୍ରତିରକ୍ଷା ପ୍ରକଳ୍ପକୁ ଭାରତର ପୂର୍ବ ପଟରେ ଅବସ୍ଥିତ ପଡ଼ୋଶୀ ଦେଶରେ ଚୀନ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରୁଛି ।

ଭାରତ ପାଇଁ ଆଉ ଏକ ଚିନ୍ତାର ବିଷୟ ହେଉଛି ଯେ ଚୀନ୍‌ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ମାନସ ସନ୍ତାନ ରୂପେ ଅଭିହିତ ବେଲ୍‌ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (BRI)କୁ ମଧ୍ୟ ବାଂଲାଦେଶ ପ୍ରଧାନ ମନ୍ତ୍ରୀ ହାସିନା ସ୍ବୀକାର କରିନେଇଛନ୍ତି । BRIର ଅନ୍ୟତମ ପ୍ରମୁଖ ପ୍ରକଳ୍ପ ଚାଇନା ପାକିସ୍ତାନ ଇକୋନୋମିକ୍‌ କରିଡର (CPEC), ପାକିସ୍ତାନ ଅଧିକୃତ କାଶ୍ମୀର ମଧ୍ୟ ଦେଇ ଯାଉଥିବାରୁ ଭାରତ ଏହି ପ୍ରକଳ୍ପରେ ଭାଗ ନେବାକୁ ମନା କରିଦେଇଛି ।

ଦକ୍ଷିଣ ଏସିଆର ବିଭିନ୍ନ ଦେଶ ମଧ୍ୟରୁ ବାଂଲାଦେଶ ସହ ଭାରତର ଘନିଷ୍ଠ ସଂପର୍କ ରହିଥିବା ସତ୍ତ୍ବେ ବଙ୍ଗୋପସାଗରରେ ଚୀନର ସାମୁଦ୍ରିକ ପରିଚାଳନା ଯୋଜନାରେ ସହାୟତା କରିବାକୁ ଢାକା ରାଜି ହୋଇଛି ।

ଗତ ବର୍ଷ ଅକ୍‌ଟୋବରରେ ହାସିନାଙ୍କ ଭାରତ ଗସ୍ତ ଅବସରରେ ନୂଆଦିଲ୍ଲୀ ଓ ଢାକା ମଧ୍ୟରେ ସାତଟି ବୁଝାମଣା ଓ ତିନିଟି ପ୍ରକଳ୍ପ ଚୂଡ଼ାନ୍ତ ରୂପ ନେବା ସହିତ ସ୍ବାକ୍ଷରିତ ହୋଇଥିବା ସତ୍ତ୍ବେ ବାଂଲାଦେଶର ଏଭଳି ଆଭିମୁଖ୍ୟ ପ୍ରକାଶ ପାଇଛି ।

ଏହି ସମସ୍ତ ବୁଝାମଣାରେ, ବାଂଲାଦେଶର ଚଟ୍ଟୋଗ୍ରାମ ଏବଂ ମୋଙ୍ଗଲା ବନ୍ଦରକୁ ଭାରତରୁ, ବିଶେଷତଃ ଉତ୍ତରପୂର୍ବ ଭାରତରୁ ଜଳପଥରେ ଗମନାଗମନ ଲାଗି ବ୍ୟବହାର କରିବା, ଭାରତର ତ୍ରିପୁରାରେ ଅବସ୍ଥିତ ସୋନାମୁରା ଏବଂ ବାଂଲାଦେଶର ଦାଉଦକାନ୍ଦି ମଧ୍ୟରେ ନୌବାଣିଜ୍ୟ ପଥ ସ୍ଥାପନ କରିବା ଏବଂ ନୂଆଦିଲ୍ଲୀ ପକ୍ଷରୁ ଢାକାକୁ ଋଣ ସୂତ୍ରରେ 8 ବିଲିଅନ୍‌ ଡଲାର ପ୍ରଦାନ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ଭଳି ପ୍ରମୁଖ ପ୍ରସଙ୍ଗ ରହିଥିଲା । ଦୁଇ ଦେଶର ନାଗରିକଙ୍କ ମଧ୍ୟରେ ସଂପର୍କ ସ୍ଥାପନ ଏବଂ ବାଣିଜ୍ୟିକ ସଂପର୍କ ସ୍ଥାପନ ଦିଗରେ ରେଳ ଚଳାଚଳ ଏବଂ ଅନ୍ୟ ଯୋଗାଯୋଗ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ମଧ୍ୟ ଉଭୟ ଉଦ୍ୟମ କରୁଛନ୍ତି । ବାଂଲାଦେଶ ରେଳବାଇ ପକ୍ଷରୁ ବ୍ୟବହାର କରାଯିବା ଉଦ୍ଦେଶ୍ୟରେ ଭାରତ ଗତ ମାସରେ 10ଟି ବ୍ରଡ୍‌ ଗଜ୍‌ ରେଳ ଇଞ୍ଜିନ ପ୍ରଦାନ କରିଥିଲା ।

ଯେଉଁ ତିନିଟି ପ୍ରକଳ୍ପ ସ୍ବାକ୍ଷରିତ ହୋଇଥିଲା ସେଥିରେ ରହିଛି ବାଂଲାଦେଶରୁ ଥୋକ ପରିମାଣରେ ଲିକ୍ୟୁଫାଏଡ୍‌ ପେଟ୍ରୋଲିଅମ୍‌ ଗ୍ୟାସ୍‌ (LPG) ଆମଦାନୀ, ଢାକାର ରାମକୃଷ୍ଣ ମିଶନରେ ଏକ ବିବେକାନନ୍ଦ ଭବନ (ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ) ନିର୍ମାଣ ଏବଂ ବାଂଲାଦେଶର ଖୁଲ୍‌ନାରେ ଅବସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଡିପ୍ଲୋମା ଇଞ୍ଜିନିୟର୍ସ ବାଂଲାଦେଶ (IDEB) ପରିସରରେ ବାଂଲାଦେଶ-ଇଣ୍ଡିଆ ପ୍ରଫେସନାଲ ସ୍କିଲ୍‌ ଡେଭଲପ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ (BIPSDI) ସ୍ଥାପନ ।

ପୂର୍ବରୁ, ଏ ମାସରେ ବାଂଲାଦେଶରେ ଭାରତର ନୂତନ ହାଇକମିସନର ରୂପେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ସଚିବ (ଅନ୍ତର୍ଜାତୀୟ ସଂଗଠନ ଏବଂ ଶିଖର ସମ୍ମିଳନୀ) ବିକ୍ରମ ଦୋରାଇସ୍ବାମୀଙ୍କୁ ଭାରତ ନିଯୁକ୍ତି ପ୍ରଦାନ କରିଥିଲା । ଢାକାକୁ ପ୍ରଲୋଭିତ କରିବା ପାଇଁ ବେଜିଂର ଉଦ୍ୟମକୁ ପ୍ରତିହତ କରିବା ଲାଗି ଏହି ନିଯୁକ୍ତି ଏକ ରଣକୌଶଳ ଭିତ୍ତିକ ପଦକ୍ଷେପ ବୋଲି ବିଚାର କରାଯାଉଛି । ଚୀନର ମାଣ୍ଡାରିନ୍‌ ଏବଂ ଫରାସୀ ଭାଷାରେ ଦକ୍ଷ ଦୋରାଇସ୍ବାମୀ, ପୂର୍ବରୁ ନୂଆଦିଲ୍ଲୀସ୍ଥିତ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସଦର ମହକୁମାରେ ଯୁଗ୍ମ ସଚିବ (ଆମେରିକା) ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ବିଭାଗ ମୁଖ୍ୟ ରୂପେ ଦାୟିତ୍ବ ତୁଲାଇଛନ୍ତି ।

ଜାପାନର ପୂର୍ବତଟରୁ ଆଫ୍ରିକାର ପୂର୍ବତଟ ପର୍ଯ୍ୟନ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନର ପ୍ରଭାବ ବୃଦ୍ଧି ପାଉଥିବା ବେଳେ ଏହି କ୍ଷେତ୍ରରେ ଶାନ୍ତି ଓ ସମୃଦ୍ଧି ପ୍ରକ୍ରିୟା ବଜାୟ ରଖିବା ଉଦ୍ଦେଶ୍ୟରେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସହିତ ଭାରତ ଏକ କ୍ବାଡ୍‌ ବା ଚତୁର୍ଦେଶୀୟ ସଂଗଠନର ଅଂଶ ରୂପେ କାର୍ଯ୍ୟ କରୁଛି ।

ଏହି ସମସ୍ତ ପ୍ରସଙ୍ଗ ପୃଷ୍ଠଭୂମିରେ ଶ୍ରୀଂଲାଙ୍କ ଅଚାନକ ଢାକା ଗସ୍ତକୁ ନେଇ ପର୍ଯ୍ୟବେକ୍ଷକ ମହଲରେ ଆଗ୍ରହ ସୃଷ୍ଟି ହୋଇଛି ।

ଅରୁଣିମ ଭୁୟାଁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.