ETV Bharat / bharat

ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ 2020: ଶ୍ରେଷ୍ଠ 50 ରାଷ୍ଟ୍ର ମଧ୍ୟରେ ଭାରତ - ଇନୋଭେସନ

ୱାର୍ଲଡ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ଅର୍ଗାନାଇଜେସନ(ୱିପୋ) ଦ୍ବାରା ପ୍ରକାଶ ପାଇଛି ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ 2020ର ତାଲିକା । ଯେଉଁଥିରେ 4ଟି ସ୍ଥାନ ଉପରକୁ ଚଢି ଶ୍ରେଷ୍ଠ 50 ରାଷ୍ଟ୍ରଙ୍କ ମଧ୍ୟରେ 48ତମ ସ୍ଥାନ ଅକ୍ତିଆର କରିଛି ଭାରତ ।

Global Innovation Index 2020, innovation, neeti ayog, ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ 2020, ଇନୋଭେସନ, ନୀତି ଆୟୋଗ
ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ 2020: ଶ୍ରେଷ୍ଠ 50 ରାଷ୍ଟ୍ର ମଧ୍ୟରେ ଭାରତ ସ୍ଥାନିତ
author img

By

Published : Sep 3, 2020, 2:16 PM IST

ନୂଆଦିଲ୍ଲୀ: ୱାର୍ଲଡ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ଅର୍ଗାନାଇଜେସନ(ୱିପୋ) ଦ୍ବାରା ପ୍ରକାଶ ପାଇଛି ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ 2020ର ତାଲିକା । ଯେଉଁଥିରେ 4ଟି ସ୍ଥାନ ଉପରକୁ ଚଢି ଶ୍ରେଷ୍ଠ 50 ରାଷ୍ଟ୍ରଙ୍କ ମଧ୍ୟରେ 48ତମ ସ୍ଥାନ ଅକ୍ତିଆର କରିଛି ଭାରତ । ସେପଟେ ସ୍ବିଜରଲ୍ୟାଣ୍ଡ, ସ୍ବିଡେନ, ୟୁଏସ, ୟୁକେ ଓ ନେଦରଲ୍ୟାଣ୍ଡ ତାଲିକାର ଶୀର୍ଘରେ ନିଜ ସ୍ଥାନ ବଜାୟ ରଖିଛନ୍ତି ।

ଏନେଇ ପ୍ରକାଶ ପାଇଥିବା ଏକ ସରକାରୀ ତଥ୍ୟ ମୁତାବକ ଗତ ବର୍ଷ ଅର୍ଥାତ୍‌ 2019 ମସିହାରେ ଭାରତ ଏହି ତାଲିକାର 52ତମ ସ୍ଥାନ ଅଧିକାର କରିଥିଲା । ସେହିପରି 2015 ମସିହାରେ ଏହା 81ତମ ସ୍ଥାନରେ ରହିଥିଲା । ତେବେ ୱିପୋ ଭାରତର ଦକ୍ଷତାକୁ 2019 ମସିହାରେ ସ୍ବିକାର କରିଥିଲା ଓ ପ୍ରକାଶ କରିଥିଲା କି ଭାରତ ଏକ ପ୍ରଗତିଶୀଳ ଅଗ୍ରଣୀ ରାଷ୍ଟ୍ର । କେନ୍ଦ୍ରୀୟ ଓ ଦକ୍ଷିଣ ଏସିଆରେ ଭାରତ ଏକ ବିକାଶଶୀଳ ରାଷ୍ଟ୍ର । ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ଯାହା ଗତ 5 ବର୍ଷ ମଧ୍ୟରେ ଇନୋଭେସନ କ୍ଷେତ୍ରରେ ଏହାର ପ୍ରଦର୍ଶନୀ ଯୋଗୁଁ ପ୍ରମାଣିତ ହୋଇ ସାରିଛି ।

ତେବେ ଏହି ରିପୋର୍ଟ ମୁତାବକ, ଭାରତର ଏହି ଉଲ୍ଲେଖନୀୟ ପରିବର୍ତ୍ତନ ଓ ବିକାଶ ଦେଶର ବିକାଶର ଏକ ପ୍ରତୀକ । ଉନ୍ନତ ଶିକ୍ଷାର ପରିଣାମ, ବିଭିନ୍ନ ଷ୍ଟାର୍ଟଅପ୍‌ର ଫଳାଫଳ । କେବଳ ସେତିକି ନୁହେଁ, ଉଭୟ ଘରୋଇ ଓ ସରକାରୀ ସଂସ୍ଥାରେ ଅକ୍ଲାନ୍ତ ଅନୁସନ୍ଧାନର ମଧ୍ୟ ଏହା ପରିଣାମ କହିଲେ କିଛି ଭୁଲ ହେବ ନାହିଁ ବୋଲି ରିପୋର୍ଟରେ ପ୍ରକାଶ କରାଯାଇଛି ।

ସେପଟେ ଗତବର୍ଷ ନୀତି ଆୟୋଗ ଦ୍ବାରା ପ୍ରକାଶିତ ଭାରତୀୟ ଇନୋଭେସନ ଇଣ୍ଡେକ୍ସକୁ ବହୁଳ ମାତ୍ରାରେ ଆଦୃତି ମିଳିଥିଲା । ଏହା ଦେଶର ସମସ୍ତ ରାଜ୍ୟରେ ଇନୋଭେସନକୁ ପ୍ରୋତ୍ସାହନ ଦେବା ସହ ଦେଶକୁ ଏକ ନୂଆ ପରିଚୟ ପ୍ରଦାନ କରିବାରେ ସହାୟକ ହୋଇଛି । ସୂଚନା ଅନୁଯାୟୀ ୱିପୋ ଦ୍ବାରା ପ୍ରକାଶିତ ତାଲିକାରେ 131ଟି ରାଷ୍ଟ୍ରକୁ ସାମିଲ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.