ନୂଆଦିଲ୍ଲୀ: H-1B ଭିସା ପ୍ରସଙ୍ଗରେ ଭାରତ ସହ ଆଲୋଚନା ହୋଇଥିବା ଦିଲ୍ଲୀର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ମଧ୍ୟ ଭାରତ ପକ୍ଷରୁ ଏହା ଉପରେ ବୟାନ ଜାରି ହୋଇଥିଲା ।
ହାଇଦ୍ରାବାଦ ହାଉସରେ ହୋଇଥିବା ଆମେରିକା-ଭାରତ ଦ୍ବିପାକ୍ଷିକ ଆଲୋଚନା ସମୟରେ ଭାରତ ପକ୍ଷରୁ ପ୍ରଥମେ H-1B ଭିସାର ବିଷୟ ଉଠାଯାଇଥିବା କହିଥିଲେ ବୈଦେଶିକ ମନ୍ତ୍ରାଳୟ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା । ଆମେରିକାର ହାଇଟେକ ଉଦ୍ୟୋଗର ବିକାଶ କ୍ଷେତ୍ରରେ ଭାରତୀୟଙ୍କ ମହତ୍ତ୍ବପୂର୍ଣ୍ଣ ଅବଦାନ ରହିଥିବା ଭାରତରତ ପକ୍ଷରୁ କୁହାଯାଇଛି ।
ବର୍ତ୍ତମାନ ଆମେରିକାରେ ପାଖାପାଖି 2,00,000 ଭାରତୀୟ ଛାତ୍ରଛାତ୍ରୀ ପଢୁଛନ୍ତି । ଜନସମ୍ପର୍କରେ ଶିକ୍ଷାକ୍ଷେତ୍ର ସାମିଲ ରହିଥିବା ମଧ୍ୟ ହର୍ଷବର୍ଦ୍ଧନ କହିଛନ୍ତି । ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ମୋଦି H-1B ଭିସାର ବିଷୟ ଉଠାନ୍ତୁ ବୋଲି କଂଗ୍ରେସ କହିଥିଲା ।
@ANI