ନୂଆଦିଲ୍ଲୀ: ଭାରତୀୟ ରେଳବାଇର ଏକ ବଡ଼ ପ୍ରୟାସ । ରେଳ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ବୀମା ଦେବା ସହିତ ଚିକିତ୍ସାର ପରିସର ବୃଦ୍ଧି କରିବାକୁ ଯୋଜନା କରୁଛି ଭାରତୀୟ ରେଳବାଇ । ରେଳବାଇ ଏହାର ସମସ୍ତ ବିଭାଗର ସାଧାରଣ ପରିଚାଳକଙ୍କ ଠାରୁ ଏହି ଯୋଜନା ଉପରେ ମତାମତ ଲୋଡିଛି। ତେବେ ଏହି ଯୋଜନା ଅଧିନରେ 13 ଲକ୍ଷ ରେଳ କର୍ମଚାରୀ ଉପକୃତ ହୋଇପାରିବେ ବୋଲି ରେଳବାଇ କହିଛି ।
ଏହା ସହ ରେଳବାଇ କହିଛି ଯେ, ସେ ରେଳ କର୍ମଚାରୀ ଏବଂ ତାଙ୍କ ପରିବାରକୁ ରେଲୱେ ଏମ୍ପଲଇ ଲିବରାଲାଇଜଡ୍ ହେଲଥ୍ ସ୍କିମ୍ ଏବଂ ସେଣ୍ଟ୍ରାଲ ଗମେଣ୍ଟ ହେଲ୍ଥ ସରଭିସ୍ ମାଧ୍ୟମରେ ସମସ୍ତ ଚିକିତ୍ସା ସୁବିଧା ଯୋଗାଉଛି । ରେଳ କର୍ମଚାରୀଙ୍କ ପାଇଁ ବ୍ୟାପକ ସ୍ୱାସ୍ଥ୍ୟ ବୀମା ଯୋଜନା ସହ ଜଡିତ ସମସ୍ତ ଦିଗ ଯାଞ୍ଚ କରିବା ପାଇଁ ଏକ କମିଟି ଗଠନ କରିଛି ରେଳବାଇ । ଯାହାର ଉଦ୍ଦେଶ୍ୟ ହେଉଛି ଚିକିତ୍ସା, ଦୁର୍ଘଟଣାଜନିତ ପରିସ୍ଥିତି ଇତ୍ୟାଦି ଆର୍ଥିକ ବିପଦରୁ ସେମାନଙ୍କୁ ବୀମା କଭର ଯୋଗାଇବା ।
ରେଳବାଇ ଏହାର ସମସ୍ତ ବିଭାଗ ଏବଂ ଉତ୍ପାଦନ ୟୁନିଟର ସାଧାରଣ ପରିଚାଳକଙ୍କ ଠାରୁ ଏହି ପ୍ରସ୍ତାବ ଉପରେ ପରାମର୍ଶ ଲୋଡିଛି । ଯଦ୍ବାରା 13 ଲକ୍ଷ କର୍ମଚାରୀ ଉପକୃତ ହୋଇପାରିବେ । ତେବେ କୋରୋନା ସଙ୍କଟ ସମୟରେ ରେଳବାଇ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି ରେଳବାଇ । ଯାହା ସ୍ବାଗତ ଯୋଗ୍ୟ ।