ନୂଆଦିଲ୍ଲୀ: କୋରୋନା ସଂକ୍ରମଣର ଏନ୍ତୁଡିଶାଳ ଚୀନର ଉହାନ ଏବେ ଚଳଞ୍ଚଳ । ମହାମାରୀରେ ସାରା ବିଶ୍ବ ତ୍ରାହି ତ୍ରାହି ଡାକୁଥିବା ବେଳେ ଚୀନରେ ସବୁ ସ୍ବାଭାବିକ । ବିଶ୍ବର ଶତାଧିକ ରାଷ୍ଟ୍ର କୋରୋନାରେ ଅଣାୟତ୍ତ । ଏବେ ଅନ୍ୟ କିଛି ଦେଶ ଭଳି ଭାରତରେ କୋରୋନା ସ୍ଥିତି ଗମ୍ଭୀର ହେବାକୁ ଲାଗିଛି । ସଦ୍ୟ ରିପୋର୍ଟ ଭାରତ କୋରୋନା ସଂକ୍ରମଣ ମାମଲାରେ ଚୀନକୁ ଟପିଛି । ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ଜନ ହପକିନ୍ସ ୟୁନିଭର୍ସିଟ ଅନୁସାରେ ଭାରତରେ କୋରୋନା ସଂକ୍ରମଣ ରିପୋର୍ଟ 85546 ଥିବା ବେଳେ ଚୀନରେ 84031 ରିପୋର୍ଟ ରହିଛି ।
ବର୍ତ୍ତମାନ ଚାଇନାର ସରକାରୀ ରିପୋର୍ଟ ଅନୁସାରେ ଦେଶରେ 82,933 ଅତିକ୍ରମ କରିଛି କୋରୋନା ରିପୋର୍ଟ । ଯଦିଓ କୋରୋନାର କେନ୍ଦ୍ରସ୍ଥଳ ଉହାନ ସହରରେ ବର୍ତ୍ତମାନ 100 ଲୋକ ଚିକିତ୍ସିତ ହେଉଛନ୍ତି । କୋଭିଡ-19 କାରଣରୁ ଚୀନରେ 4,633 ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ଚୀନରେ 78,000ରୁ ଅଧିକ ଲୋକ ଡିସଚାର୍ଜ ହୋଇଛନ୍ତି ।
ବିଶ୍ବରେ ଗତ ଡିସେମ୍ବରରେ ଉହାନରେ କୋରୋନା ଭାଇରସର ଆରମ୍ଭ ପରଠାରୁ 3 ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ 45ଲକ୍ଷ ଲୋକ ମାରାତ୍ମକ ଭାଇରସର ପଜିଟିଭ୍ ରିପୋର୍ଟ ରହିଛି ।
ଭାରତ ବର୍ତ୍ତମାନ କୋରୋନାର ସର୍ବାଧିକ ପ୍ରଭାବିତ ବିଶ୍ବର 11ତମ ଦେଶ ହୋଇଛି । କିନ୍ତୁ ଶ୍ରେଷ୍ଠ ଦଶଟି ରାଷ୍ଟ୍ରରେ ଏକ ଲକ୍ଷ କିମ୍ବା ଅଧିକ ମାମଲା ରହିଛି । 14ଲକ୍ଷରୁ ଅଧିକ ମାମଲା ସହିତ ଆମେରିକା ଶୀର୍ଷରେ ରହିଛି । ଏହାପରେ ଋଷ, ବ୍ରିଟେନ, ସ୍ପେନ୍, ଇଟାଲୀ ଏବଂ ବ୍ରାଜିଲରେ 2ଲକ୍ଷରୁ ଉର୍ଦ୍ଧ୍ବ ମାମଲା ରହିଛି । ଫ୍ରାନ୍ସ, ଜର୍ମାନୀ, ତୁର୍କୀ ଏବଂ ଇରାନରେ 1 ଲକ୍ଷରୁ ଅଧିକ ମାମଲା ରହିଛି ।