ETV Bharat / bharat

'ମୋତେ ଗାଦିଚ୍ୟୁତ କରିବାକୁ ଷଡଯନ୍ତ୍ର ରଚାଯାଉଛି'

author img

By

Published : Jun 29, 2020, 1:43 PM IST

ଭାରତ ସହ ଜାରି ସୀମା ବିବାଦ ମଧ୍ୟରେ ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କୁ ଶାସନ କ୍ଷମତାରୁ ହଟାଇବା ପାଇଁ ଷଡଯନ୍ତ୍ର ରଚାଯାଉଥିବା ଦାବି କରିଛନ୍ତି ସେ ।

ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି
ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି

କାଠମାଣ୍ଡୁ: ଭାରତ ସହ ଜାରି ସୀମା ବିବାଦ ମଧ୍ୟରେ ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କୁ ଶାସନ କ୍ଷମତାରୁ ହଟାଇବା ପାଇଁ ଷଡଯନ୍ତ୍ର ରଚାଯାଉଥିବା ଦାବି କରିଛନ୍ତି ସେ । ତେବେ ଏଥିପାଇଁ ସେ ଭାରତକୁ ଦୋଷ ଦେଇଛନ୍ତି । ଭାରତର 3 ଟି ଅଞ୍ଚଳକୁ ନେପାଳର ନୂଆ ରାଜନୈତିକ ମାନଚିତ୍ରରେ ସାମିଲ କରିବା ପରଠାରୁ ହିଁ ତାଙ୍କ ବିରୋଧରେ ଏଭଳି ଷଡଯନ୍ତ୍ର ଚାଲିଥିବା ସେ ଅଭିଯୋଗ କରିଛନ୍ତି । ଏହି ସମସ୍ତ ଷଡଯନ୍ତ୍ର ସମ୍ପର୍କରେ ମୁଁ ଅବଗତ ଅଛି ଏହା ସଫଳ ହେବ ନାହିଁ ବୋଲି ଓଲି କହିଛନ୍ତି ।

କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି କିମ୍ବା ଦେଶ ନାମ ନ ନେଇ ଓଲି କହିଛନ୍ତି, 'ମୋତେ ଗାତିଚ୍ୟୁତ କରିବାର ପ୍ରୟାସ କରାଯାଉଛି । କିନ୍ତୁ ଏହା ସଫଳ ହେବ ନାହିଁ । ଖୋଲାଖୋଲି ଭାବରେ ଇସ୍ତଫା ଦେବା ପାଇଁ ଏବେ ସୁଦ୍ଧା ମୋତେ କେହି କହିନାହାଁନ୍ତି । କିନ୍ତୁ ମୁଁ ଏଭଳି ଅନୁଭବ କରୁଛି । ଦୂତାବାସ ଏବଂ ହୋଟେଲରେ ଭିନ୍ନ ଭିନ୍ନ ପ୍ରକାର ଗତିବିଧି ହେଉଛି । ଭାରତୀୟ ଗଣମାଧ୍ୟମ କଥା ଶୁଣିଲେ ଏଥିରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ, ନେପାଳର କିଛି ନେତା ମଧ୍ୟ ମୋତେ ତତ୍କାଳ ଶାସନ କ୍ଷମତାରୁ ହଟାଇବା ପାଇଁ ଚାଲିଥିବା ଏହି ଖେଳରେ ସାମିଲ ଅଛନ୍ତି ।'

ଓଲି ଆହୁରି କହିଛନ୍ତି ଯେ, 'ଅତୀତରେ ଯେତେବେଳେ ମୁଁ ବେଜିଂ ସହ ବାଣିଜ୍ୟିକ ଚୁକ୍ତି କରିଥିଲି ସେତେବେଳେ ମୋ ସରକାର ଭାଙ୍ଗି ଯାଇଥିଲା । କିନ୍ତୁ ଏବେ ଆମ ସରକାରଙ୍କ ନିକଟରେ ପୂର୍ଣ୍ଣ ବହୁମତ ରହିଛି । ତେଣୁ କେହି ବି ମୋତେ ଶାସନ କ୍ଷମତାରୁ ହଟାଇ ପାରିବେ ନାହିଁ । ମୁଁ ନିଜ ଜମି ଉପରେ ହକ ସାବ୍ୟସ୍ତ କରି କିଛି ଭୁଲ କରିନାହିଁ । ଗତ 58 ବର୍ଷରୁ ଏହି ଜମି ଆମ ପାଖରୁ ଛଡାଇ ନିଆଯାଇଥିଲା । 146 ବର୍ଷ ପର୍ଯ୍ୟନ୍ତ ସେହି ଅଞ୍ଚଳରେ ନେପାଳର ଅଧିକାର ଥିଲା । '

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଓଲି ଏବଂ ଶାସକ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପୁଷ୍ପ କମଳ ଦହଲ ପ୍ରଚଣ୍ଡଙ୍କ ସମେତ ତାଙ୍କର ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ମତଭେଦ ଚାଲିଥିବା ସ୍ଥାୟୀ ସମିତି ବୈଠକରେ ଜଣାପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.