ETV Bharat / bharat

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ସିଙ୍ଗାପୁର ପାଇଁ ଖୋଲିପାରେ ଭାରତ !

author img

By

Published : Nov 20, 2019, 9:19 PM IST

ଭାରତର ପ୍ରମୁଖ କ୍ଷେପଣାସ୍ତ୍ର ଘାଟି ମଧ୍ୟରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟି ବେଶ୍‌ ଗୁରୁତ୍ବପୂର୍ଣ୍ଣ । ଏବେ ଏହି ଘାଟିକୁ ସିଙ୍ଗାପୁର ପ୍ରତିରକ୍ଷା ପ୍ରତିଷ୍ଠାନ ପାଇଁ ଭାରତ ଖୋଲି ପାରେ ବୋଲି ସୂଚନା ରହିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଭାରତର ପ୍ରମୁଖ କ୍ଷେପଣାସ୍ତ୍ର ଘାଟି ମଧ୍ୟରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟି ବେଶ୍‌ ଗୁରୁତ୍ବପୂର୍ଣ୍ଣ । ଏବେ ଏହି ଘାଟିକୁ ସିଙ୍ଗାପୁର ପ୍ରତିରକ୍ଷା ପ୍ରତିଷ୍ଠାନ ପାଇଁ ଭାରତ ଖୋଲି ପାରେ ବୋଲି ସୂଚନା ରହିଛି । ବୁଧବାର ଭାରତ ଓ ସିଙ୍ଗାପୁର ମଧ୍ୟରେ ଏନେଇ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମିଶାଇଲ ପରୀକ୍ଷଣ ଦିଗରେ ପ୍ରଥମ ଥର ପାଇଁ ଦୁଇ ଦେଶ ମଧ୍ୟରେ ଏହି ବୁଝାମଣା ହୋଇଛି ।

india likely to open key missile test range at chandipur
ଫଟୋ ସୌଜନ୍ୟ: ଟ୍ବିଟର@rajnathsingh

ସୂଚନା ଯୋଗ୍ୟ ଯେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଙ୍ଗାପୁର ଗସ୍ତରେ ରହିଛନ୍ତି । ସିଙ୍ଗାପୁରରେ ରକ୍ଷା ମନ୍ତ୍ରୀ ନିଜ ସମକକ୍ଷ ଡା. ଏନଜି ଇଙ୍ଗ ହେନଙ୍କ ଉପସ୍ଥିତିରେ ଏହି ଇଚ୍ଛା ପତ୍ରରେ ସ୍ବାକ୍ଷର କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@PTI_News

ଭାରତ ଓ ସିଙ୍ଗାପୁର ମଧ୍ୟରେ ‘ଚତୁର୍ଥ ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ସମ୍ବାଦ’(ଡିଏମ୍‌ଡି)ର ସଫଳତାପୂର୍ବକ ସମାପନ ନେଇ ରାଜନାଥ ସିଂହ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହି ବୈଠକରେ ଦୁଇ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ରଣକୌଶଳ ସହଯୋଗକୁ ଅଧିକ ମଜଭୁତ ଓ ବ୍ୟାପକ ଭାବରେ ସୁଦୃଢ କରିବା ପାଇଁ ଦୁଇ ଦେଶ ପ୍ରତିବଦ୍ଧତକୁ ଦୋହରାଇ ଥିଲେ । ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୈଠକରେ ରାଜନାଥ ସିଂହ ପ୍ରତିରକ୍ଷା ପରୀକ୍ଷଣରେ ଢାଞ୍ଚାଗତ ଯୋଜନାର ବିକାଶ ଲକ୍ଷ୍ୟରେ ସିଙ୍ଗାପୁର ସହ ସହଭାଗିତାରେ ସଂଯୁକ୍ତ ପରୀକ୍ଷଣ କେନ୍ଦ୍ର ପ୍ରସ୍ତାବ ମଧ୍ୟ ରଖିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.