ETV Bharat / bharat

30 ମିନିଟରେ ଆସିବ କୋରୋନା ରିପୋର୍ଟ: ହାତ ମିଳାଇଲେ ଭାରତ, ଇସ୍ରାଏଲ - 30 ମିନିଟରେ ଆସିବ କୋରୋନା ରିପୋର୍ଟ

ଭାରତୀୟ ଉତ୍ପାଦନ କ୍ଷମତା ଓ ବିକାଶ ସହ ଇସ୍ରାଏଲ ଟେକ୍ନୋଲୋଜି ମିଶି ଏହି କିଟ ପ୍ରସ୍ତୁତ କରିବେ । ଅଧିକ ପଢନ୍ତୁ...

30 ମିନିଟରେ ଆସିବ କୋରୋନା ରିପୋର୍ଟ
30 ମିନିଟରେ ଆସିବ କୋରୋନା ରିପୋର୍ଟ
author img

By

Published : Jul 24, 2020, 1:53 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ମୁକାବିଲାରେ ହାତ ମିଳାଇଲେ ଭାରତ ଓ ଇସ୍ରାଏଲ । କୋରୋନାକୁ ରୋକିବାକୁ ଟେଷ୍ଟିଂ ପ୍ରକ୍ରିୟାକୁ ଜୋର ଦେଇ ଏକ ରାପିଡ ଟେଷ୍ଟିଂ କିଟ ବାହାର କରିବାକୁ ଯାଉଛନ୍ତି । ଯେଉଁଥିରେ ମାତ୍ର 30 ମିନିଟ ମଧ୍ୟରେ କୋରୋନା ରିପୋର୍ଟ ଆସିବ । ଯେଉଁଥିରେ ବ୍ୟକ୍ତି କୋରୋନା ସଂକ୍ରମିତ କି ନୁହେଁ ତାହା ଜଣାପଡିବ । ଏହା ଦ୍ବାରା ଉଭୟ ଦେଶ ମଧ୍ୟରେ ଅର୍ଥନୀତିକ କାର୍ଯ୍ୟକଳାପ ମଧ୍ୟ ଆଗକୁ ବଢିବ ।

କୃତିମ ଇଣ୍ଟଲିଜେନ୍ସି ଓ ମେସିନ ଲର୍ଣ୍ଣିଂ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ନୂତନ କିଟ ପ୍ରଥମେ ଭାରତରେ ଆରମ୍ଭ ହେବ । ଯଦି ସଫଳ ହୁଏ, ତେବେ ଏହା ଭାରତରେ ହିଁ ଉତ୍ପାଦନ କରାଯିବ । ଏହା ପରେ ସମଗ୍ର ବିଶ୍ବକୁ ଭାରତ ଓ ଇସ୍ରାଏଲର ଜଏଣ୍ଟ ଭେନଚର ଭାବେ ମାର୍କେଟିଂ କରାଯିବ ।

ଆସନ୍ତା ସପ୍ତାହରେ ଇସ୍ରାଏଲରୁ ଗୋଟିଏ ସ୍ବତନ୍ତ୍ର ବିମାନ ଉଡାଣ ଆରମ୍ଭ କରିବ । ଯେଉଁଥିରେ ଇସ୍ରାଏଲର ମିଲିଟାରୀ ଓ ଆର ଆଣ୍ଡ ଡି ବୈଜ୍ଞାନିକ ଓ ଟେକ୍ନୋଲୋଜି ବିଶେଷଜ୍ଞ ଭାରତ ଆସିବେ । ସେମାନେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସାଇଣ୍ଟିଫିକ ପରାମର୍ଶ ଦାତା ବିଜୟାରାଘବନଙ୍କ ସହ ମିଶି ଏମ୍ସରେ ଦୁଇ ସପ୍ତାହ ଧରି କିଟଗୁଡିକର ପରୀକ୍ଷା କରିବେ ।

ଇସ୍ରାଏଲ ପ୍ରତିରକ୍ଷା ଗବେଷଣାର ନିର୍ଦ୍ଦେଶକ ଡାନି ଗୋଲ୍ଡ କହିଛନ୍ତି, କମ ଖର୍ଚ୍ଚରେ କିପରି ବାଇଓକୋମିକାଲ ଟେଷ୍ଚ ହେବ ସେନେଇ ପରୀକ୍ଷା କରାଯିବ । ଦୁଇଟି ଯାକ ପରୀକ୍ଷା ପାଇଁ ଲାଳ ସଂଗ୍ରହ କରାଯିବ । ସେହିପରି କୋରୋନା ଆକ୍ରାନ୍ତ ହୋଇଛନ୍ତି ନା ନାହିଁ କଣ୍ଠ ସ୍ବରରୁ ମଧ୍ୟ ଜଣା ପଡିବ । କୋରୋନାର ମୁକାବିଲା ପାଇଁ ତିଆରି ହୋଇଥିବା 4ଟି ଉଦ୍ଭାବନ ଉପରେ ଇସ୍ରାଏଲ ବୈଜ୍ଞାନିକମାନେ ଭାରତରେ ପରୀକ୍ଷା କରିବାକୁ ଆସୁଛନ୍ତି ବୋଲି ଡାନି କହିଛନ୍ତି ।

ନୂଆ ରାପିଡ ଟେଷ୍ଟିଂ କିଟ ଦ୍ବାରା ଜଣେ ବ୍ୟକ୍ତିଙ୍କ କଣ୍ଠସ୍ବର, ନିଶ୍ବାସ ପ୍ରଶ୍ବାସ ଓ ଇସୋଥର୍ମାଲ ଟେଷ୍ଟ ଦ୍ବାରା କୋରୋନା ପଜିଟିଭ କିମ୍ବା ନେଗେଟିଭ ଜଣାପଡିବ । ମାତ୍ର 30 ମିନିଟ ମଧ୍ୟରେ ଏହାର ବାହାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.