ETV Bharat / bharat

ଭାରତର ମହାନତା, ନେପାଳକୁ ଦେଲା 2 ହଜାରରୁ ଊର୍ଦ୍ଧ୍ବ କୋରୋନା ମେଡିସିନ - ଭାରତର ଉଦାରତା

ଭାରତ ପୁଣି ଦେଖାଇଲା ଉଦାରତା । ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ସତ୍ତ୍ବେ କୋରୋନା ସହିତ ସଂଘର୍ଷ କରୁଥିବା ନେପାଳବାସୀଙ୍କୁ ଯୋଗାଇଲା 2 ହଜାରରୁ ଅଧିକ ରେମଡେସିଭିର ମେଡିସିନ । ଅଧିକ ପଢନ୍ତୁ...

india gifts remdesivir medicine to nepal for treat covid-19 patients
ଭାରତର ଉଦାରତା, ନେପାଳକୁ ଦେଲା 2 ହଜାରରୁ ଉର୍ଦ୍ଧ୍ବ ରେମଡେସିବିର ମେଡିସିନ
author img

By

Published : Sep 16, 2020, 9:59 AM IST

ନୂଆଦିଲ୍ଲୀ: ଭାରତ ପୁଣି ଦେଖାଇଲା ଉଦାରତା । କୋରୋନା ସହିତ ସଂଘର୍ଷ କରୁଥିବା ନେପାଳକୁ ଯୋଗାଇଲା 2 ହଜାରରୁ ଅଧିକ ରେମଡେସିଭିର ମେଡିସିନ। ଗତ କିଛି ମାସ ହେବ ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ଲାଗି ରହିଛି । ଏଭଳି ସ୍ଥିତିରେ ପଡୋଶୀ ଦେଶର କୋରୋନା ମହାମାରୀ ସହ ଲଢୁଥିବା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ମଙ୍ଗଳବାର ଦିନ ଭାରତ 2,000ରୁ ଅଧିକ ରେମଡେସିଭିର ମେଡିସିନ ଉପହାର ସ୍ବରୂପ ଦେଇଛି।

କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ଦ୍ବାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ନେପାଳରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କ୍ବାତ୍ରା ମଙ୍ଗଳବାର ଦିନ ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗୟାଲୀଙ୍କୁ ଭାରତ ସରକାରଙ୍କ ତରଫରୁ 2,000 ରେମଡେସିଭିର ମେଡିସିନ ପ୍ରଦାନ କରିଛନ୍ତି। ଭାରତ ସରକାର ନେପାଳକୁ କ୍ରମାଗତ ଭାବରେ ସାହାଯ୍ୟ କରୁଛନ୍ତି ଯେଉଁଥିରେ ଔଷଧ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଏହାପୂର୍ବରୁ ଅଗଷ୍ଟ 9ରେ ଭାରତୀୟ ଦୂତାବାସ ନେପାଳ ସରକାରଙ୍କୁ ଆଇସିୟୁ ଭେଣ୍ଟିଲେଟର ଦେଇଥିଲା। କେବଳ ଏତିକି ନୁହେଁ, କୋରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ନେପାଳରେ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ମଧ୍ୟ ଭାରତ ଯୋଗାଇ ଦେଇଛି।

ଏହି ସମୟରେ ନେପାଳ ସରକାର 21 ସେପ୍ଟେମ୍ବରରୁ ଘରୋଇ ବିମାନ ଚଳାଚଳ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମହାମାରୀ ଯୋଗୁଁ ମାର୍ଚ୍ଚରେ ସରକାର ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରଖିଥିଲେ। ସେପ୍ଟେମ୍ବର 21ରୁ ଘରୋଇ ବିମାନ ଏବଂ ଆନ୍ତଃ- ଜିଲ୍ଲା ଯାନବାହାନ ଚଳାଚଳକୁ ଅନୁମତି ଦେବାକୁ ନିଷ୍ପତ୍ତି ସୋମବାର ମନ୍ତ୍ରୀ ପରିଷଦର ଏକ ବୈଠକରେ ନିଆଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.