କାଠମାଣ୍ଡୁ: ଭାରତ ଶୁକ୍ରବାର ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜୟନ୍ତୀ ଅବସରରେ ଉପହାର ସ୍ବରୂପ ନେପାଳର ସ୍ଵାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ସଂଗଠନକୁ ୪୧ ଆମ୍ବୁଲାନ୍ସ ଓ ୬ ସ୍କୁଲ ବସ ପ୍ରଦାନ କରିଛି। ଭାରତର ସ୍ଵାଧୀନତା ସଂଗ୍ରାମରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ମହାତ୍ମା ଗାନ୍ଧୀଙ୍କ ଜନ୍ମ ୧୮୬୯ ଅକ୍ଟୋବର ୨ରେ ଗୁଜରାଟର ପୋରବନ୍ଦରରେ ହୋଇଥିଲା। କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ତରଫରୁ ଜାରି ବିବୃତ୍ତି ଅନୁଯାୟୀ 30 ଟି ଜିଲ୍ଲାରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକୁ ଏହି ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା।
ଭାରତ ୧୯୯୪ରୁ ଗାନ୍ଧୀ ଜୟନ୍ତୀଙ୍କୁ ଦିଆଯାଇଥିବା ଯାନ ସମେତ ନେପାଳକୁ ଏ ଯାଏଁ ପ୍ରାୟ ୮୨୩ ଆମ୍ବୁଲାନ୍ସ ଉପହାରରେ ଦେଇଛି। ଭାରତୀୟ ଦୂତାବାସ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଏଥର ଦୂତାବାସ ନେପାଳକୁ ୩ ଅଲଗା ଅଲଗା ଶ୍ରେଣୀର ଆମ୍ବୁଲାନ୍ସ ଉପହାରରେ ଦେଇଛି। ଏଥିରେ ଉନ୍ନତ ଜୀବନ ରକ୍ଷକ ପ୍ରଣାଳୀ, ମୂଳ ଜୀବନ ରକ୍ଷକ ଓ ସମନ୍ଵୟ ରକ୍ଷକ ଆମ୍ବୁଲାନ୍ସ ସାମିଲ। ନେପାଳ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ତିନୋଟି ବର୍ଗର ଆମ୍ବୁଲାନ୍ସ ନିର୍ମାଣ କରାଯାଇଛି। ଭାରତ ଚଳିତ ବର୍ଷ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ନେପାଳର ବିଭିନ୍ନ ହସ୍ପିଟାଲ ଓ ସାମାଜିକ ସଂଗଠନକୁ ୩୦ ଆମ୍ବୁଲାନ୍ସ ସହିତ ୩୬ ଗାଡି ଉପହାରରେ ଦେଇଥିଲା।
ଉଲ୍ଲେଖନୀୟ ଯେ, ଗତ କିଛି ମାସ ହେବ ଭାରତ ଓ ନେପାଳ ମଧ୍ୟରେ ସଂପର୍କରେ ତିକ୍ତତା ଆସିଛି। ନେପାଳ ନିକଟରେ ଏକ ନକ୍ସା ଜାରି କରିଥିଲା। ସେଥିରେ ଭାରତର ଅଞ୍ଚଳକୁ ନିଜର ବୋଲି ଦର୍ଶାଇଥିଲା। ଏଥି ସହିତ ନେପାଳର କେପି ଶର୍ମା 'ଓଲି' ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଭାରତ ବିପକ୍ଷରେ ଅଛନ୍ତି । ଅଲି ବର୍ତ୍ତମାନ ସମୟରେ ଚୀନ୍ର ପ୍ରଭାବରେ ଅଛନ୍ତି ବୋଲି ବିଶ୍ବାସ କରାଯାଏ । ତେବେ ଆଶା କରାଯାଏ ଯେ ଗାନ୍ଧୀ ଜୟନ୍ତୀ ଅବସରରେ ଉଭୟ ଦେଶ ସେମାନଙ୍କର ସହଭାଗୀ ଇତିହାସ ଏବଂ ରୋଟି-ବେଟି ମଧ୍ୟରେ ଥିବା ସମ୍ପର୍କକୁ ମନେ ପକାଇ ଆଗକୁ ବଢିବେ।