ଫିଲଡେଲଫିଆ: ଭାରତକୁ ମିଳିଛି ପ୍ରଥମ ଚିନୋକ ହେଲିକପ୍ଟର । ଫିଲଡେଲଫିଆରେ ଦେଶକୁ ଏହା ହସ୍ତାନ୍ତର କରାଯାଇଛି । ଏହି ସମୟରେ ସେଠାରେ ଆମେରିକାର ଭାରତୀୟ ରାଷ୍ଟ୍ରଦୂତ ହର୍ଶ ଶ୍ରିଙ୍ଗଲା ଉପସ୍ଥିତ ଥିଲେ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ବିଟର ଏଠାରେ ଥିବା ବୋଇଙ୍ଗ କାରଖାନାରେ "ଇଣ୍ଡିଆ-ଚିନୋକ ଟ୍ରାନ୍ସଫର ସେରିମନି"ରେ ଭାରତକୁ ପ୍ରଥମ ଚିନୋକ ହେଲିକପ୍ଟର ହସ୍ତାନ୍ତର କରାଯାଇଛି । ଏହି ଉତ୍ସବରେ ବାୟୁ ଭବନର ଡିଜିଏଓ ତଥା ଏୟାର ମାର୍ଶାଲ ଏ ଦେବ ଏବଂ ନ୍ୟୁୟର୍କସ୍ଥିତ ଭାରତୀୟ କନସୁଲ ଜେନେରାଲ ସନ୍ଦୀପ ଚକ୍ରବର୍ତ୍ତୀ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଉଭୟ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ଶିଳ୍ପ ସହଭାଗିତାକୁ ପ୍ରଶଂସା କରିବା ସହ ମେକ ଇନ ଇଣ୍ଡିଆକୁ ଦେଇଥିବା ପ୍ରତିଶ୍ରୁତି ଲାଗି ବୋଇଙ୍ଗକୁ ପ୍ରଶଂସା କରିଥିଲେ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ବିଟର ସୂଚନାଯୋଗ୍ୟ ଯେ ୨୦୧୫ରେ ଭାରତ ୨୨ଟି ଏଏଚ-୬୪ଇ ଆପାଚ ଆଟାକ ଏବଂ ୧୫ଟି ସିଏଚ-୪୭ଏଫ(୧) ଚିନୋକ ଟ୍ରାନ୍ସପୋର୍ଟ ହେଲିକପ୍ଟର ଲାଗି ବରାଦ ଦେଇଥିଲା । ଏହି ଦୁଇ ପ୍ରକାରର ହେଲିକପ୍ଟର ବିମାନ ଜଗତରେ ସମ୍ପୂର୍ଣ୍ଣ ନୂଆ ମଡେଲ । ଏହା ଭାରତୀୟ ବାୟୁସେନାର ହେଲିକପ୍ଟର ବିଭାଗକୁ ଆଧୁନିକୀକରଣ କରିବ ବୋଲି ଆଶା କରାଯାଉଛି । ସିଏଚ-୪୭ଏଫ ଚିନୋକକୁ ମଧ୍ୟ ବିଶ୍ବର ଅନ୍ୟାନ୍ୟ ପ୍ରମୁଖ ରାଷ୍ଟ୍ରର ପ୍ରତିରକ୍ଷା ବିଭାଗ ବ୍ୟବହାର କରୁଛନ୍ତି । ବୋଇଙ୍ଗ ଏହି ହେଲିକପ୍ଟର ପାଇଁ ଭାରତୀୟ ବାୟୁସେନାର ଅଫିସରଙ୍କୁ ଅକ୍ଟୋବର ମାସରେ ଟ୍ରେନିଂ ଦେଇଛି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ବିଟର ସୂଚନାଯୋଗ୍ୟ ଯେ ବାୟୁସେନା ପ୍ରମୁଖ ବିଏସ ଧାନୋଆ ଗତ 86ତମ ବାୟୁସେନା ଦିବସରେ କହିଥିଲେ ଯେ ବିଗତ 8 ଦଶନ୍ଧି ଧରି ବାୟୁସେନା ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ବ ଦେଇ ଆସୁଛି । ଆଗକୁ 36ଟି ରାଫେଲ, ଏସ-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଆପାଚ ଆଟାକ ହେଲିକପ୍ଟର ଏବଂ ଚିନୋକ ହେଭି ଲିଫ୍ଟ ହେଲିକପ୍ଟର ବାୟୁସେନାରେ ସାମିଲ ହେବାକୁ ଅଛି । ଯାହା ପରେ ଏହାର ଶକ୍ତି ଢେର ଗୁଣ ବଢିଯିବ ବୋଲି ଆଶା ରହିଛି ।