ହାଇଦ୍ରାବାଦ: ସାତ ଦିବସୀୟ ବିଦେଶ ଯାତ୍ରା ସାରି ଭାରତ ଫେରୁଛନ୍ତି ମୋଦି । ହେଲେ ଭାରତର ମହାନ ପରମ୍ପରା ଓ ସଂସ୍କୃତିକୁ ନେଇ ମୋଦି ଦେଇଥିବା ସନ୍ଦେଶ ଏବେ ବି ସାରା ବିଶ୍ଦରେ ଗୁଞ୍ଜରିତ ହେଉଛି । ଜାତିସଙ୍ଘ ମହାସଭାରେ ବିଶ୍ବକୁ ମହାବାର୍ତ୍ତା ଦେଇଛନ୍ତି ମୋଦି । ଭାରତ ବିଶ୍ବକୁ ଯୁଦ୍ଧ ନୁହେଁ ବରଂ ବୁଦ୍ଧ ଦେଇଛି ବୋଲି ମୋଦି କହିଛନ୍ତି ।
ବୁଦ୍ଧଙ୍କ ମାର୍ଗ ଥିଲା ଦୁଃଖଠୁ ନିଜକୁ ଦୂରରେ ରଖି ନିର୍ବାଣ ତଥା ଶାନ୍ତି । ତେବେ ଜାତିସଙ୍ଘର ମଞ୍ଚରୁ ବିଶ୍ବକୁ ବୁଦ୍ଧଙ୍କ ସେହି ଶାନ୍ତିର ରାସ୍ତା ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ । ଶାନ୍ତି ପାଇଁ ଆତଙ୍କବାଦ ବିରୁଦ୍ଧରେ ସମସ୍ତଙ୍କ ଏକଜୁଟ ହେବା ଅନିବାର୍ଯ୍ୟ ବୋଲି ମୋଦି ସନ୍ଦେଶ ଦେଇଛନ୍ତି । ଏଥିସହ ମୋଦି ଭାରତ ଓ ଏହାର ହଜାରେ ବର୍ଷ ପୁରାତନ ପରମ୍ପରାକୁ ବିଶ୍ବ ଆଗରେ ଉପସ୍ଥାପନ କରିଛନ୍ତି ।
ବିଶ୍ବ ମଞ୍ଚରେ ରାଷ୍ଟ୍ରୀୟ ମର୍ଯ୍ୟାଦାକୁ ଅକ୍ଷୂର୍ଣ୍ଣ ରଖିବା ସହିତ ପାକିସ୍ତାନର ନାମ ନ ନେଇ ମୋଦି ଯେପରି ଭାବେ ଆତଙ୍କବାଦ ବିରୋଧରେ ଏକଜୁଟ ପାଇଁ ଆହ୍ବାନ ଦେଇଛନ୍ତି, ଆଗାମୀ ଦିନରେ ଏହା ଦୁନିଆକୁ ଆତଙ୍କବାଦ ବିରୁଦ୍ଧରେ ଲଢେଇ ପାଇଁ ଜାଗ୍ରତ କରିବ ବୋଲି ଆଶା ।