ETV Bharat / bharat

ପାକ କଏଦୀଙ୍କ ଭାରତ ପ୍ରେମ, ପୁଣି ଫେରିବେ!

ଭାରତୀୟ ଜେଲରୁ ମୁକୁଳିଲେ 19 ପାକିସ୍ତାନୀ । ମୁକ୍ତ ହୋଇଥିବା ଏ ସମସ୍ତ ପାକିସ୍ତାନୀ ବେଆଇନ ଭାବେ ଭାରତରେ ପ୍ରବେଶ କରିବା ସହ ଗୁପ୍ତତଥ୍ୟ ଚୋରି କାର୍ଯ୍ୟରେ ନିୟୋଜିତ ଥିଲେ । ହେଲେ ଜେଲରୁ ମୁକୁଳିବା ପରେ ଏ ସମସ୍ତ ବନ୍ଦୀ ପୁଣି ଭାରତ ଫେରିବାକୁ ଚାହୁଁଛନ୍ତି।

author img

By

Published : May 15, 2019, 3:19 PM IST

ଫାଇଲ ଫଟୋ

ଅମୃତସର: ଭାରତୀୟ ଜେଲରୁ ମୁକୁଳିଲେ 19 ପାକିସ୍ତାନୀ । ମୁକ୍ତ ହେବା ପରେ ଏ ସମସ୍ତ ପାକିସ୍ତାନୀ ୱାଘା ଅଟାରୀ ବର୍ଡର ଦେଇ ପାକିସ୍ତାନରେ ପ୍ରବେଶ କରିଥିବା ଭାରତୀୟ ଅଧିକାରୀ ସୂଚନା ଦେଇଛନ୍ତି । ମୁକ୍ତ ହୋଇଥିବା ଏ
ସମସ୍ତ ପାକିସ୍ତାନୀ ବେଆଇନ ଭାବେ ଭାରତରେ ପ୍ରବେଶ କରିବା ସହ ଗୁପ୍ତତଥ୍ୟ ଚୋରି କାର୍ଯ୍ୟରେ ନିୟୋଜିତ ଥିଲେ।

''2009 ରେ ମୁଁ ଭାରତରେ ବିନା ଭିସାରେ ଧରାପଡିଥିଲି। ତେଣୁ ବେଆଇନ ଭାବେ 4 ବର୍ଷ ବିନା ଭିସାରେ ଭାରତରେ ରହିଥିବାରୁ ମୋତେ 10 ବର୍ଷ ଜେଲ ଦଣ୍ଡାଦେଶ କରାଯାଇଥିଲା ।'' ଏ ବିଷୟରେ ବିକାଶ ଅହମ୍ମଦ ନାମକ ଜଣେ ବନ୍ଦୀ କହିଛନ୍ତି ।

ଖୁସିର ବିଷୟ ଏହି କି ଯେ ଯିବା ପୂର୍ବରୁ ସେ ଏହା ମଧ୍ୟ କହିଛନ୍ତି କି ଭାରତକୁ ପୁଣି ଥରେ ଆସିବି କିନ୍ତୁ ଏଥର ସମ୍ପୂର୍ଣ୍ଣ ଆଇନଗତ ଭାବେ । କୌଣସି କାର୍ଯ୍ୟରେ ନୁହେଁ ବରଂ ଭାରତକୁ ଭିସା ସହ ବୁଲିବାକୁ ଆସିବି । ଏହାସହ ଭାରତ ଓ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଅନ୍ୟ ଧର୍ମର ବନ୍ଦୀଙ୍କୁ ଖୁବଶୀଘ୍ର ମୁକ୍ତ କରାଯାଉ ବୋଲି ଭାରତୀୟ ଜେଲରେ 13 ମାସ ବନ୍ଦୀ ଜୀବନ ବିତେଇଥିବା ମତ୍ସ୍ୟଜୀବୀ ମୁସତାଫା କହିଛନ୍ତି ।

ଖବର ଅନୁଯାୟୀ, ଗତ ଏପ୍ରିଲ ମାସ 30 ତାରିଖରେ ଉଭୟ ଦେଶର ସହଯୋଗରେ ପାକିସ୍ତାନ ଜେଲରୁ 60 ଭାରତୀ ଓ 55 ମତ୍ସ୍ୟଜୀବିଙ୍କୁ ମୁକ୍ତ କରିଥିଲେ। ଏମାନେ ୱାଘା ଅଟାରୀ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ । ମୁକ୍ତ ହୋଇଥିବା ତେବେ ପାକିସ୍ତାନ ଜେଲରୁ ମୁକୁଳିଥିବା ଭାରତୀୟଙ୍କ ମଧ୍ୟରୁ କେତେକଙ୍କ ଜେଲଦଣ୍ଡାଦେଶ ଅବଧି ଶେଷ ହୋଇଥିବା ବେଳେ ଆଉ କେତେକ ଦୀର୍ଘଦିନ ପର୍ଯ୍ୟନ ବନ୍ଦୀ ହୋଇ ରହିଥିଲେ ।

Intro:Body:

prabir 1

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.