ETV Bharat / bharat

ଆହୁରି 7 ସ୍ବଦେଶୀ କୋଭିଡ ଭ୍ୟାକ୍ସିନ ନିର୍ମାଣ ଚାଲିଛି: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଭାରତରେ ଆହୁରି 7 ସ୍ବଦେଶୀ କୋଭିଡ ଭ୍ୟାକ୍ସିନ ତିଆରି ଚାଲିଛି ବୋଲି ସୂଚନା ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ....

author img

By

Published : Feb 6, 2021, 10:58 PM IST

India developing seven more COVID vaccines: Union Health Minister Harsh Vardhan
ଆହୁରି 7 କୋଭିଡ ଭ୍ୟାକ୍ସିନ ତିଆରି ଚାଲିଛି : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କୋରୋନା ବିରୋଧୀ ଅନ୍ତିମ ଲଢେଇ ଆରମ୍ଭ ହୋଇଯାଇଛି । ମହାମାରୀ ସଂକ୍ରମଣ ରୋକିବାକୁ ପାଇଁ ଦେଶରେ ଆରମ୍ଭ ହୋଇଛି ଟୀକାକରଣ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଶନିବାର କହିଛନ୍ତି ଯେ, ଦେଶରେ ଆହୁରି 7 କୋରୋନା ଟିକା ବିକଶିତ ହେଉଛି । ଭାରତର ପ୍ରତ୍ୟେକ ନାଗରିକଙ୍କୁ ଟୀକାକରଣ ପାଇଁ ଟିକା ପ୍ରସ୍ତୁତ କରାଯାଉଛି । ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ମାର୍ଚ୍ଚରୁ 50 ବର୍ଷରୁ ଅଧିକ ଲୋକଙ୍କୁ ଏହି ଟୀକା ଦିଆଯିବ ବୋଲି ସେ କହିଛନ୍ତି ।

କେବଳ ଦୁଇଟି ଟିକା ଉପରେ ନିର୍ଭରଶୀଳ ନୁହଁ କାରଣ ଦେଶ ଆଉ ସାତୋଟି ସ୍ବଦେଶୀ ଟିକା ପ୍ରସ୍ତୁତ କରୁଛି । ଏହାସହିତ ଅଧିକ ଟିକା ବିକାଶ ପାଇଁ ମଧ୍ୟ କାର୍ଯ୍ୟ କରୁଛୁ ବୋଲି ସେ କହିଛନ୍ତି । କାରଣ ଭାରତ ଏକ ବିଶାଳ ଦେଶ । ଟୀକାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି । ତିନୋଟି ଟୀକା ଏବେ ପରୀକ୍ଷଣ ସ୍ଥିତିରେ ରହିଛି । ସେଥିମଧ୍ୟରୁ ଦୁଇଟି ପ୍ରି-କ୍ଲିନିକାଲ ପର୍ଯ୍ୟାୟରେ ରହିଛି । ଗୋଟିଏ ପ୍ରଥମ ପର୍ଯ୍ୟାୟରେ ଏବଂ ଅନ୍ୟଟି ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲରେ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.