ETV Bharat / bharat

କୋଭିଡ୍-19 ମୁକାବିଲାର ଏକ ଜରୁରୀ ଫର୍ଦ୍ଦ, ପିପିଇ କିଟ୍ ପାଇଁ ଚୀନ ଉପରେ ଭାରତ ନିର୍ଭର

ସୋମବାର ଭାରତକୁ ଚୀନ୍ ଠାରୁ ୧.୭ ଲକ୍ଷ ପିପିଇ କିଟ୍ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପ୍ରସ୍ତୁତ ୨୦ ହଜାର ପିପିଇ କିଟ୍‌ ସହିତ ବର୍ତ୍ତମାନ ଡାକ୍ତରଖାନାକୁ ୧.୯୦ ଲକ୍ଷ ପିପିଇ କିଟ୍‌ ଯୋଗାଇ ଦିଆଯିବ।

author img

By

Published : Apr 8, 2020, 12:43 PM IST

India depends upon China
କୋଭିଡ୍-19 ମୁକାବିଲାର ଏକ ଜରୁରୀ ଫର୍ଦ୍ଦ, ପିପିଇ କିଟ୍ ପାଇଁ ଚୀନ ଉପରେ ଭାରତ ନିର୍ଭର

ନୂଆଦିଲ୍ଲୀ: ଭାରତ ଲଢୁଛି କୋଭିଡ୍ ଯୁଦ୍ଧ୍ୟ। ତେବେ ମାସ୍କ୍ ଯେମିତି ଅତ୍ୟବଶ୍ୟକୀୟ ଓ ଜରୁରୀ ମୁକାବିଲା ସାମଗ୍ରୀ ଭାବେ ପରିଗଣିତ ହେଉଛି, ଠିକ୍ ସେମିତି କୋରୋନା ମୁକାବିଲା ନିମନ୍ତେ ପିପିଇ କିଟ୍ ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ୍ କର୍ମଚାରୀଙ୍କ ପାଇଁ ଜରୁରୀ। ଏବେ ଭାରତରେ ପିପିଇ କିଟ୍ ଅଭାବ ଦେଖା ଦେଇଥିବା ଵେଳେ ଚାଇନା ଉପରେ କେନ୍ଦ୍ର ସରକାର ନିର୍ଭର କରୁଛନ୍ତି। ଯେମିତି ଲୋକଙ୍କ ପାଇଁ ମାସ୍କ ଏବଂ ଗ୍ଲୋଭସ୍ ଆବଶ୍ୟକ ଠିକ୍ ସେମିତି କୋରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର, ନର୍ସ, କମ୍ପାଉଣ୍ଡର୍ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଅନେକ ପ୍ରକାରର ଜିନିଷ ପିନ୍ଧିବା ଜରୁରୀ। ଏହିସବୁ ଜିନିଷଗୁଡ଼ିକ ଭିତରେ ରହିଛି ପିପିଇ କିଟ୍। ଯାହାକୁ ଥରେ ବ୍ୟବହାର ହେବା ପରେ ନଷ୍ଟ କରାଯାଏ।

ସୋମବାର ଭାରତକୁ ଚୀନ୍ ଠାରୁ ୧.୭ ଲକ୍ଷ ପିପିଇ କିଟ୍ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପ୍ରସ୍ତୁତ ୨୦ ହଜାର ପିପିଇ କିଟ୍‌ ସହିତ ବର୍ତ୍ତମାନ ଡାକ୍ତରଖାନାକୁ ୧.୯୦ ଲକ୍ଷ ପିପିଇ କିଟ୍‌ ଯୋଗାଇ ଦିଆଯିବ। ଚୀନରୁ ପିପିଇ କିଟ୍ ଓ N95 ମାସ୍କ ଆସି ସାରିଛି। ଏହାସହ ସିଙ୍ଗାପୁରରୁ ମଧ୍ୟ ୮୦ ଲକ୍ଷ ମାସ୍କ ଓ ପିପିଇ କିଟ୍ ଆମଦାନୀ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଏପ୍ରିଲ ୧୧ ତାରିଖରେ ସିଙ୍ଗାପୁରରୁ ୨ଲକ୍ଷ ପିପିଇ କିଟ ଅଣାଯିବା। ଏହାପରେ ପ୍ରତି ସପ୍ତାହରେ ସିଙ୍ଗାପୁରରୁ ୮ ଲକ୍ଷ କିଟ୍ ଆମଦାନୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ନେଇ ସମସ୍ତ ପ୍ରକାର ବିକଳ୍ପ କରାଯାଉଛି ବୋଲି ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.