ETV Bharat / bharat

ଦେଶରେ କମୁଛି ସଂକ୍ରମଣ, 24 ଘଣ୍ଟାରେ 55722 ନୂଆ ଆକ୍ରାନ୍ତ ଚିହ୍ନଟ

24 ଘଣ୍ଟାରେ ଦେଶରେ 55,722 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 579 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 75 ଲକ୍ଷ 50 ହଜାର 273ରେ ପହଞ୍ଚିଛି । ଅଧିକ ପଢନ୍ତୁ...

24 ଘଣ୍ଟାରେ 55,722 ନୂଆ ଆକ୍ରାନ୍ତ ଚିହ୍ନଟ
24 ଘଣ୍ଟାରେ 55,722 ନୂଆ ଆକ୍ରାନ୍ତ ଚିହ୍ନଟ
author img

By

Published : Oct 19, 2020, 10:05 AM IST

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ହ୍ରାସ ପାଉଥିବା ମାମଲା ସାଙ୍ଗକୁ ଆଇସିଏମଆର ପକ୍ଷରୁ ବହୁ ସଂଖ୍ୟାରେ କୋରୋନା ପରୀକ୍ଷା ଜାରି ରହିଛି । ଗତ 24 ଘଣ୍ଟାରେ ଦେଶରେ 55,722 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 579 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 75 ଲକ୍ଷ 50 ହଜାର 273ରେ ପହଞ୍ଚିଛି ।

ବର୍ତ୍ତମାନ ଦେଶରେ କୋରୋନା ଆକ୍ଟିଭ ମାମଲା 8 ଲକ୍ଷ ତଳକୁ ଖସିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 7 ଲକ୍ଷ 72 ହଜାର 55 ଆକ୍ରାନ୍ତ ଆକ୍ଟିଭ ରହିଛନ୍ତି । 24 ଘଣ୍ଟାରେ 66,399 ଆକ୍ରାନ୍ତ ସୁସ୍ଥ ସହ ଦେଶରେ ଏଯାବତ୍ ସୁସ୍ଥ ସଂଖ୍ୟା 66 ଲକ୍ଷ 63 ହଜାର 608 ପହଞ୍ଚିଛି । ଏହାଛଡା ଦେଶରେ ଏଯାବତ୍ 1 ଲକ୍ଷ 14 ହଜାର 610 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.