ETV Bharat / bharat

ଦେଶରେ କୋଭିଡ ଟେଷ୍ଟିଂ ଲ୍ୟାବ ସଂଖ୍ୟା 924କୁ ବୃଦ୍ଧି

author img

By

Published : Jun 17, 2020, 6:42 PM IST

ପ୍ରତିଦିନ କୋରୋନାକୁ ନେଇ ଚିନ୍ତାଜନକ ଖବର ସାମ୍ନାକୁ ଆସିବାରେ ଲାଗୁଛି । ଦେଶରେ କୋରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 3.54 ଲକ୍ଷକୁ ଅତିକ୍ରମ କରିଛି । ଏପରିସ୍ଥଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର କହିଛି ଯେ ଦେଶରେ କୋଭିଡ ପରୀକ୍ଷା ଲ୍ୟାବ ସଂଖ୍ୟାକୁ 924 କୁ ବୃଦ୍ଧି କରାଯାଇଛି ।

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ସମଗ୍ର ଭାରତରେ କୋରୋନା ସଂକ୍ରମଣ ସଙ୍କଟ ବଢିବାରେ ଲାଗିଛି । ପ୍ରତିଦିନ କୋରୋନାକୁ ନେଇ ଚିନ୍ତାଜନକ ଖବର ସାମ୍ନାକୁ ଆସିବାରେ ଲାଗୁଛି । ଦେଶରେ କୋରୋନାଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 3.54 ଲକ୍ଷକୁ ଅତିକ୍ରମ କରିଛି । ଏପରିସ୍ଥଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର କହିଛି ଯେ ଦେଶରେ କୋଭିଡ ପରୀକ୍ଷା ଲ୍ୟାବ ସଂଖ୍ୟାକୁ 924 କୁ ବୃଦ୍ଧି କରାଯାଇଛି । ଯାହା ଫଳରେ ଆଗାମୀ ଦିନ ମାନଙ୍କରେ କୋରୋନା ଟେଷ୍ଟିଂ ମାତ୍ରା ବୃଦ୍ଧି ପାଇବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଦେଶରେ ମୋଟ ଲ୍ୟାବ ମଧ୍ୟରୁ ସରକାରୀ ଲ୍ୟାବ ସଂଖ୍ୟା 674 କୁ ଏବଂ ବେସରକାରୀ ଲ୍ୟାବ 250 କୁ ବୃଦ୍ଧି କରାଯାଇଛି । ଯାହା ରିଅଲ ଟାଇମ (ଆରଟିଓ) ପିସିଆର, ଟ୍ରୁନାଟ ଏବଂ ସିବିଏନଏଏଟି ଆଧାରିତ ପରୀକ୍ଷଣ ପାଇଁ ସକ୍ଷମ ଅଟେ ।

ଆରଟି-ପିସିଆର ଆଧାରିତ ପରୀକ୍ଷଣ ଲ୍ୟାବଗୁଡିକ ହେଉଛି 535, ଯେଉଁଥିରେ 347 ସରକାରୀ ଏବଂ 188 ଘରୋଇ ଲ୍ୟାବ ଅନ୍ତର୍ଭୁକ୍ତ । ଟ୍ରୁନାଟ ଆଧାରିତ ପରୀକ୍ଷଣ ଲ୍ୟାବଗୁଡ଼ିକର ସଂଖ୍ୟା 316, ଯେଉଁଥିରେ 302 ସରକାରୀ ଏବଂ 14 ବେସରକାରୀ ଲ୍ୟାବ ଅଛି । ତେବେ, ସିବିଏନଏଏଟି ଆଧାରିତ ପରୀକ୍ଷା ଲ୍ୟାବ ସଂଖ୍ୟା 73, ଏଥିରେ 25 ଟି ସରକାରୀ ଏବଂ 48 ଟି ବେସରକାରୀ ଲ୍ୟାବ ଅଛି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ, ଗତ 24 ଘଣ୍ଟା ମଧ୍ୟରେ ମୋଟ 1,63,187 କୋଭିଡ ନମୁନା ପରୀକ୍ଷା କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ପରୀକ୍ଷିତ ମୋଟ ନମୁନା ସଂଖ୍ୟା 60,84,256 ଅଟେ । ଗତ 24 ଘଣ୍ଟା ମଧ୍ୟରେ ମନ୍ତ୍ରଣାଳୟ କହିଛି ଯେ ମୋଟ 6,922 କୋଭିଡ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହା ସହିତ ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା 1,86,934 କୁ ବୃଦ୍ଧି ପାଇ ଆରୋଗ୍ୟ ହାର 52.80 ପ୍ରତିଶତକୁ ବୃଦ୍ଧି ପାଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ କୋରୋନା ମାମଲାରେ ଭାରତରେ ସର୍ବାଧିକ 2,003 ମୃତ୍ୟୁ ଘଟିଥିବା ରିପୋର୍ଟ ରେକର୍ଡ ହୋଇଥିଲା । ବର୍ତ୍ତମାନ ସଦ୍ୟ ସୂଚନା ଅନୁସାରେ ଦେଶରେ ପ୍ରାୟ 11,000 କୋରୋନା ରିପୋର୍ଟ ରେକର୍ଡ ହୋଇଥିବା ବେଳେ ମୋଟ ସଂକ୍ରମଣ ରିପୋର୍ଟ 3.54 ଲକ୍ଷରେ ପହଞ୍ଚିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.