ନୂଆଦିଲ୍ଲୀ: ଦେଶରେ ଏବେ ପ୍ରତ୍ୟେକ ଦିନ କୋରୋନା ସଂକ୍ରମଣ ମାମଲା 50 ହଜାରରୁ ତଳକୁ ରହୁଛି । ଗତ 24 ଘଣ୍ଟାରେ 44 ହଜାର 281 ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ଯେଉଁଥିରେ 512 ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସଦ୍ୟତମ ରିପୋର୍ଟକୁ ମିଶାଇ 86 ଲକ୍ଷ 36 ହଜାର 12ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ଯା । ସେହିପରି ମୃତ୍ୟୁ ସଂଖ୍ୟା 1 ଲକ୍ଷ 27 ହଜାର 571କୁ ଛୁଇଁଛି ।
ତେବେ, ମୋଟ ସଂକ୍ରମିତଙ୍କ ମଧ୍ୟରୁ 80 ଲକ୍ଷ 13 ହଜାର 784 ଆରୋଗ୍ୟ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ 4 ଲକ୍ଷ 94 ହଜାର 657 ଜଣ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେଥିମଧ୍ୟରୁ ଅତ୍ୟଧିକ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଅତ୍ୟଧିକ ସଂକ୍ରମିତ ରହିଛନ୍ତି ।