ନୂଆଦିଲ୍ଲୀ: ଲଦାଖରେ ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ତିକ୍ତତାକୁ ଦୂର କରିବାକୁ ରବିବାର ଦିନ ପଞ୍ଚମ ରାଉଣ୍ଡ ଆଲୋଚନା ଶେଷ ହୋଇଛି । ମୋଲଡୋରେ ଭାରତ ଓ ଚୀନର ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ରାତି 9ଟାରେ ଶେଷ ହୋଇଥିଲା । ଏହି ବୈଠକ ସକାଳ 11 ଟାରୁ ଆରମ୍ଭ ହୋଇ ପ୍ରାୟ 10 ଘଣ୍ଟା ଧରି ଚାଲିଥିଲା । ସୂତ୍ରରୁ ପ୍ରକାଶିତ, କମାଣ୍ଡର ସ୍ତରୀୟ ଏହି ଆଲୋଚନାରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଆହୁରି ତିକ୍ତତା ହ୍ରାସ କରିବାକୁ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ହେଇଛି ।
ଏହି ବୈଠକରେ ଫିଙ୍ଗର ତ୍ସୋ ଫିଙ୍ଗର ଅଞ୍ଚଳ ବିଷୟରେ ଆଲୋଚନା ହୋଇଥିଲା । ଗତ କିଛି ସମୟ ଧରି ଏହି ଅଞ୍ଚଳରେ ଚୀନ ସେନା ପକ୍ଷରୁ ଭାରତୀୟ ସେନାକୁ ପାଟ୍ରୋଲିଂକୁ କରିବାକୁ ଅବରୋଧ କରିଥିଲେ ଯାହାକୁ ନେଇ ବିବାଦ ଲାଗି ରହିଛି ।
କଥାବାର୍ତ୍ତା ଅନୁଯାୟୀ ଏ ପର୍ଯ୍ୟନ୍ତ ଉଭୟ ଦେଶ ବିବାଦୀୟ ସ୍ଥାନରୁ ସେନା ନିୟୋଜନକୁ ହ୍ରାସ କରୁଛନ୍ତି ଏବଂ ସ୍ଥିତିକୁ ଫେରୁଛନ୍ତି । ଯଦିଓ ଭାରତ କହିଛି ଯେ ଏହି ପ୍ରକ୍ରିୟା ସଂପୂର୍ଣ୍ଣ ନୁହେଁ, ଗତ ସପ୍ତାହରେ ଚୀନ ସେନା ପ୍ରତ୍ୟାହାର କରିଥିବା ଦାବି କରିଛି।
ଜୁଲାଇ 29 ରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଥିଲେ ଦୁଇ ଦେଶର ବାହିନୀ ତିନୋଟି ସ୍ଥାନରେ - ଗାଲଭାନ୍ ଭ୍ୟାଲି, ହଟ୍ ସ୍ପ୍ରିଙ୍ଗସ୍ ଏବଂ କୋଙ୍କା ପାସ୍ ଏବଂ କେବଳ ପାଙ୍ଗଙ୍ଗ ହ୍ରଦରୁ ସେନାକୁ ହଟାଇଛି । କିନ୍ତୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ସଂପୂର୍ଣ୍ଣ ପ୍ରତ୍ୟାହାର ପାଇଁ ସମ୍ମତି ଉପରେ କିଛି କାର୍ଯ୍ୟ କରାଯାଇଛି କିନ୍ତୁ ଏହି ପ୍ରକ୍ରିୟା ଶେଷ ହୋଇନାହିଁ।
ଏହାପୂର୍ବରୁ, ଜୁନ୍ 6 ଏବଂ 22 ରେ ଚାଇନାର ମୋଲଡୋରେ ଲେଫ୍ଟନାଣ୍ଟ ଜେନେରାଲ୍ ସ୍ତରୀୟ ଅଧିକାରୀ ଏବଂ ଜୁନ୍ 30 ଏବଂ ଜୁଲାଇ 14 ରେ ଛୁଶୁଲରେ ଆଲୋଚନା ହୋଇଥିଲା।
ସୂଚନାଯୋଗ୍ୟ, ଏପ୍ରିଲ ଠାରୁ ପୂର୍ବ ଲଦାଖ ଏବଂ LAC ର ଅନେକ ଅଞ୍ଚଳରେ ଭାରତ-ଚୀନ୍ ବିବାଦ ଜାରି ରହିଛି । ଏହାକୁ ସମାଧାନ କରିବା ପାଇଁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସ୍ତରୀୟ ଆଲୋଚନା ଜାରି ରହିଛି । ଜୁନ 15 ଓ 16 ତାରିଖରେ ପୂର୍ବ ଲଦାଖରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ସଂଘର୍ଷ ଘଟି 20 ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏଥିରେ ଚୀନର 40ଜଣ ସେନା ମଧ୍ୟ ନିହତ ହୋଇଛନ୍ତି । କିନ୍ତୁ ଚୀନ ସେନା ପକ୍ଷରୁ ନେଇ କୌଣସି ସୂଚନା ମିଳିପାରି ନାହିଁ ।