ETV Bharat / bharat

ଭାରତକୁ ଚୀନର ଧମକ: ପୁଣି ଯୁଦ୍ଧ ହେଲେ 1962 ଠାରୁ ବି ଅଧିକ କ୍ଷତି ହେବ

author img

By

Published : Jun 22, 2020, 12:12 PM IST

ଭାରତକୁ ଚୀନର ଧମକ
ଭାରତକୁ ଚୀନର ଧମକ

ନୂଆଦିଲ୍ଲୀ: ଲଦାଖରେ ଗଲୱାନ ଘାଟିରେ ସଂଘର୍ଷ ପରେ ଭାରତର ପ୍ରକୃତ ନିୟନ୍ତ୍ରଣ ରେଖା ଉପରେ କଡା ନଜର । ଏହାକୁ ନେଇ ଚୀନ ଆକ୍ରମଣ ସ୍ବଭାବ ଆପଣେଇଛି । ଚୀନର ସରକାରୀ ଖବରକାଗଜ ଗ୍ଲୋବାଇ ଟାଇମ୍ସରେ ଭାରତକୁ ଧମକ ଦେଇଛି ଚୀନ । ସେଥିରେ ଲେଖାଯାଇଛି, ‘ଭାରତ ଜାଣିଛି ଚୀନ ସହ ଯୁଦ୍ଧ ହୋଇପାରିବନି । ଯଦି ଯୁଦ୍ଧ ହୁଏ ତେବେ 1962 ଠାରୁ ବି ଅଧିକ କ୍ଷତି ହେବ ’ ।

ଗଲୱାନ ଘାଟିରେ ସୀମା ବିବାଦ ପରେ ଭାରତ ମଧ୍ୟରେ ଚୀନ ବିରୋଧରେ ଜାତୀୟତା ଓ ଶତ୍ରୁତା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଚୀନର ବିଶ୍ଳେଷକ ଓ ଭାରତର ଭିତରେ ମଧ୍ୟ କିଛି ଲୋକ ଚେତାବନୀ ଦେଇଛନ୍ତି ଯେ ନୂଆଦିଲ୍ଲୀକୁ ଜାତୀୟତାବାଦକୁ ଶାନ୍ତ କରିବା ଉଚିତ୍। ରବିବାର ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ ଚୀନର ବିଶ୍ଳେଷକ କହିଛନ୍ତି ଯେ ଚୀନ ସହ 1962 ସୀମା ବିବାଦ ପରେ ଭାରତ ଆହୁରି ଅପମାନିତ ହେବ ଯଦି ଭାରତ ଚୀନ ବିରୋଧି ଭାବନାକୁ ନିୟନ୍ତ୍ରଣ ନକରେ ।

ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନିଜ ସଶସ୍ତ୍ର ବାହିନୀଙ୍କୁ ସମ୍ପୁର୍ଣ୍ଣ ସ୍ବାଧିନତା ଦେଇଛନ୍ତି । ତେବେ କିଛି ସ୍ଥାନରେ ମୋଦି ତିକ୍ତତା ହ୍ରାସ କରିବାକୁ ବି ଚେଷ୍ଟା କରିଛନ୍ତି । ଚୀନ ପର୍ଯ୍ୟବେକ୍ଷକମାନେ କହିଛନ୍ତି ଯେ ମୋଦି ଜାତୀୟତାବାଦୀ ତଥା ମୌଳିକବାଦୀଙ୍କ ସହ ଆଲୋଚନା କରିବାକୁ ଚେଷ୍ଟା କରୁଛନ୍ତି କାରଣ ସେ ବୁଝିଛନ୍ତି ଯେ ତାଙ୍କ ଦେଶ ଚୀନ ସହିତ ଆଉ ଯୁଦ୍ଧ କରିପାରିବ ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.