ETV Bharat / bharat

ଏଲଏସିରେ ତିକ୍ତତା କମ୍ କରିବାକୁ ଚେଷ୍ଟା, ଦୁଇ ଦେଶ ମଧ୍ୟରେ ଆଜି ଆଲୋଚନା

author img

By

Published : Jun 22, 2020, 12:18 PM IST

ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ସୀମା ବିବାଦକୁ ନେଇ ଆଜି(ସୋମବାର) ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ହେବ ।

 ଦୁଇ ଦେଶ ମଧ୍ୟରେ ଆଜି ଆଲୋଚନା
ଦୁଇ ଦେଶ ମଧ୍ୟରେ ଆଜି ଆଲୋଚନା

ନୂଆଦିଲ୍ଲୀ: ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ସୀମା ବିବାଦକୁ ନେଇ ଆଜି(ସୋମବାର) ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ହେବ । ଚୁସୁଲ୍ ବିପରୀତ ପ୍ରକୃତ ନିୟନ୍ତ୍ରଣ ରେଖାର ଚୀନ ପାର୍ଶ୍ବର ମୋଲଡୋରେ ଏହି ବୈଠକ ହେବ । ତେବେ ଏ ମଧ୍ୟରେ ଗଲୱାନ ଘାଟିରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ହେବା ପରେ ଉଭୟ ପକ୍ଷରୁ ହଜାର ହଜାର ସୈନ୍ୟ ମୁତୟନ ହୋଇଛନ୍ତି ।

ତେବେ 15 ଜୁନ ପରେ 2 ଦେଶ ପକ୍ଷରୁ କୌଣସି ସଂଘର୍ଷର ଖବର ସାମ୍ନାକୁ ଆସିନାହିଁ । ଦୁଇ ଦେଶ ମଧ୍ୟରେ ତିକ୍ତତା କମ୍ କରିବା ପାଇଁ ଉଭୟ ଦେଶର ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ପ୍ରକାଶଥାଉକି, ଗଲୱାନ ଘାଟିରେ 15 ଜୁନ ଚୀନ-ଭାରତ ସୈନ୍ୟ ମଧ୍ୟରେ ସଂଘର୍ଷ କାରଣରୁ 20 ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଏହାସହ ଚୀନର ମଧ୍ୟ ଅନେକ ଯବାନ ଆହତ ହୋଇଛନ୍ତି ।

ଏହାପରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ଏହି ଆଲୋଚନା ପରେ ଚୀନ, ଭାରତର 10ଜଣ ଯବାନଙ୍କୁ ଛାଡିଥିଲେ । ଏହି 10 ଜଣ ଯବାନଙ୍କୁ ଚୀନ ବନ୍ଦୀ କରିନେଇଥିଲା । ଏଥିରେ 3 ମେଜର ସମେତ 10 ଯବାନ ଥିଲେ । ଅନ୍ୟପକ୍ଷେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୀମାରେ କେହି ପ୍ରବେଶ କରିନଥିବା ସୂଚନା ଦେଇଥିଲେ ।

ସୌଜନ୍ୟ @ANItwitter

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.