ETV Bharat / bharat

ସଂସଦରେ ରାଜନାଥଙ୍କ ବୟାନ ପରେ ବିଚଳିତ ଚୀନ

ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପୂର୍ବ ଲଦାଖରେ ସୃଷ୍ଟି ହୋଇଥିବା ଭାରତ-ଚୀନ ବିବାଦ ଉପରେ ଦେଶବାସୀଙ୍କୁ ଅବଗତ କରାଇଥିଲେ । ସଂସଦରୁ ଶତ୍ରୃଙ୍କୁ କଡା ଜବାବ ମଧ୍ୟ ଦେଇଥିଲେ । ଯାହାକୁ ନେଇ ଚୀନ ବିଚଳିତ ହେବା ସହ ଗ୍ଲୋବାଲ୍ସ ଟାଇମ୍ସରେ କିଛି ଏଭଳି କହିଛି...

author img

By

Published : Sep 16, 2020, 12:14 PM IST

ସଂସଦରେ ରାଜନାଥଙ୍କ ବୟାନ ପରେ ବିଚଳିତ ଚୀନ
ସଂସଦରେ ରାଜନାଥଙ୍କ ବୟାନ ପରେ ବିଚଳିତ ଚୀନ

ନୂଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ସଂସଦରେ ସୀମା ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ସଂସଦରୁ ଶତ୍ରୃଙ୍କୁ କଡା ଜବାବ ଦେଇଥିଲେ । ଚୀନର ଏକପାଖିଆ ନିଷ୍ପତ୍ତିକୁ ଭାରତ କଦାପି ଗ୍ରହଣ କରିବ ନାହିଁ । ସବୁ କ୍ଷେତ୍ରରେ ଭାରତୀୟ ଯବାନ ପ୍ରସ୍ତୁତ ଅଛନ୍ତି ବୋଲି ରାଜନାଥ କହିଛନ୍ତି । ଏହାକୁ ନେଇ ଚୀନ ମିଡିଆ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗ୍ଲୋବାଲ ଟାଇମ୍ସ ରେ କୁହାଯାଇଛି, ଭାରତର ପ୍ରତିରକ୍ଷାମନ୍ତ୍ରୀଙ୍କ ବୟାନ ଉତ୍ତେଜିତ କରିବା ପରେ ଯାହା ଆଗାକୁ ଶୀତ ଦିନରେ ଆହୁରି ଚାପ ବଢି ପାରେ ।

ଚୀନ୍ ସରକାରୀ ଖବରକାଗଜ ବିଶେଷଜ୍ଞଙ୍କ ଉଦ୍ଦେଶ୍ୟରେ କହିଛି ଯେ, ଲଦାଖ ସୀମାରେ ଥିବା ସମସ୍ୟାର ଶୀଘ୍ର ସମାଧାନ କରିବା କଷ୍ଟକର। ଏପରି ବିବୃତ୍ତି ଦେଇ ଭାରତର ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ଲୋକଙ୍କୁ ସୁନିଶ୍ଚିତ କରୁଛନ୍ତି ଯେ, ତାଙ୍କ ସେନା ଏବଂ ସରକାର ପ୍ରସ୍ତୁତ ଅଛନ୍ତି । କିନ୍ତୁ ସତ୍ୟ ହେଉଛି ଭାରତ ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଛି।

ଆଗକୁ ଗ୍ଲୋବାଲ ଟାଇମ୍ସ ଲେଖିଛି, ଶୀତ ଦିନେ ଭାରତୀୟ ସେନାଙ୍କ ପାଇଁ କଷ୍ଟସାଧ୍ୟ ହେବ ଏବଂ ସେ ଚୀନ୍ ବିରୋଧରେ ଯୁଦ୍ଧ କରିପାରିବେ ନାହିଁ । ଭାରତୀୟ ସେନା ପାକିସ୍ତାନ ସୀମାରେ ଛୋଟ ଯୁଦ୍ଧରେ ସାମିଲ ହୋଇଛି, ସେହି ସମାନ ପରିସ୍ଥିତି ଏବେ ଚୀନ ସୀମାରେ ସୃଷ୍ଟି ହୋଇପାରେ। ଏଭଳି ପରିସ୍ଥିତିରେ ଚୀନ ସେନା ପ୍ରସ୍ତୁତ ହେବା ଉଚିତ୍। ଭାରତର ପ୍ରତିରକ୍ଷା ମନ୍ତ୍ରୀ ସୀମା ପରିସ୍ଥିତିର ସମସ୍ତ ଅଭିଯୋଗ ଚୀନ୍ ଉପରେ ଲଦିଛନ୍ତି ଏବଂ ଚୁକ୍ତିନାମା ଭାଙ୍ଗିବା କଥା କହିଛନ୍ତି। ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ, ଭାରତ ଅନୁଭବ କରୁଛି ଯେ ଯଦି ଏହାର ସେନା ଚୀନ୍ ସୀମାରେ ଦୀର୍ଘ ସମୟ ରହନ୍ତି, ତେବେ ଏହି ଯୁଦ୍ଧ ଶାନ୍ତି ଆଡକୁ ଗତି କରିପାରିବ। ଏହି କାରଣରୁ ଭାରତ ଏହି ପରି କଥାବାର୍ତ୍ତା କରୁଛି ବୋଲି ଚୀନ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଗ୍ଲୋବାଲ୍ ଟାଇମ୍ସ ଉତ୍ତଜେନା ସୃଷ୍ଟି କରିବା ସହ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା ଜାରି ରଖିଛି । ଅନ୍ୟପଟେ, ପ୍ରତିରକ୍ଷାମନ୍ତ୍ରଣାଳୟ ଶୀତକୁ ନଜରରେ ରଖି ଲଦାଖରେ ନିୟୋଜିତ ସେନାଙ୍କୁ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ପଠାଇଛି । ଶୀତ ପୋଷାକ, ଇନ୍ଧନ ଓ କ୍ୟାମ୍ପ ସବୁ କିଛି ସେନାଙ୍କ ସୁରକ୍ଷା ପାଇଁ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.