ETV Bharat / bharat

LAC ଗୁଳିବିନିମୟକୁ ନେଇ ସେନାର ବୟାନ, ଆଗ ଫାୟାରିଂ କରିଥିଲା ଚୀନ - ଫାୟାରିଂ କରିଛି ଚୀନ

ପୂର୍ବ ଲଦାଖରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଛି । ଗତରାତିରେ ଭାରତୀୟ ସେନା ଏଲଏସି ଅନୁପ୍ରବେଶ ନେଇ ଚୀନ ଦାବି କରୁଥିବାବେଳେ ଭାରତୀୟ ସେନା ପକ୍ଷରୁ ବୟାନ ଜାରି ହୋଇଛି ।

ଏଲଏସି ବିବାଦ ଉପରେ ସେନାର ବୟାନ, ଫାୟାରିଂ କରିଛି ଚୀନ

author img

By

Published : Sep 8, 2020, 12:01 PM IST

ନୂଆଦିଲ୍ଲୀ: ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଉତ୍ତେଜନା ମୂଳକ ପରିସ୍ଥିତି ରହିଛି । ଗତ ରାତିରେ ଚୀନ ପକ୍ଷରୁ ହୋଇଥିବା ଫାୟାରିଂ କୁ କଡା ଜବାବ ଦେଇଛି ଭାରତ । ବର୍ତ୍ତମାନ ଏହି ଘଟଣାରେ ଭାରତୀୟ ସେନା ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଭାରତ ଏଲଏସିର ପରିସ୍ଥିତିରେ ସୁଧାର ଆଣିବାକୁ ପ୍ରତିଶୃତିବଦ୍ଧ ରହିଛି । ହେଲେ ଚୀନ ନିଜର ବିସ୍ତାରବାଦୀ ନୀତି ଆପଣାଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା ।

ବେଜିଂର ଅଭିଯୋଗ ଉପରେ ଭାରତୀୟ ସେନା କହିଛି, କୌଣସି ପରିସ୍ଥିତିରେ ମଧ୍ୟ ଆମ ସେନା ବାସ୍ତବିକ ନିୟନ୍ତ୍ରଣ ରେଖା ଅତିକ୍ରମ କରିନାହାଁନ୍ତି । ଗୁଳି କିମ୍ବା କୌଣସି ଆକ୍ରୋଶମୂଳକ ବ୍ୟବହାର ମଧ୍ୟ କରିନାହିଁ । ଚୀନ ଆର୍ମି ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍ଏ) ସାମରିକ ଏବଂ କୂଟନୈତିକ ବୁଝାମଣା ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଉଲ୍ଲଂଘନ ସହ ଏବଂ ଆକ୍ରମଣାତ୍ମକ କାର୍ଯ୍ୟ କରୁଛି।

ସେପ୍ଟେମ୍ବର 7, 2020 ରେ ପିଏଲଏ ଫରୱାର୍ଡ ବେସକୁ କବଜା କରିବାକୁ ଚେଷ୍ଟା କରିଥିଲେ । ଏହାକୁ ଆମ ସେନା ପକ୍ଷରୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ଚୀନ ସେନା ଫାୟାରିଂ କରି ସେନାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ । ଭାରତୀୟ ସେନା ନିଜର ସଂଯମତା ଓ ପରିପକ୍ବତା ଦେଖାଇ ଦାୟିତ୍ବପୂର୍ଣ୍ଣର ଆଚରଣ କରିଥିଲେ ।

ଭାରତୀୟ ସେନା କହିଛି ଯେ, ଆମେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ, ଯଦିଓ ଆମେ ସମସ୍ତ ମୂଲ୍ୟରେ ଜାତୀୟ ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ରକ୍ଷା କରିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ। ଚାଇନାର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ସେମାନଙ୍କ ଘରୋଇ ତଥା ଆନ୍ତର୍ଜାତୀୟ ଦର୍ଶକଙ୍କୁ ବିଭ୍ରାନ୍ତ କରିବାକୁ ଏକ ପ୍ରୟାସ କରୁଛି।

ଚାଇନା ସେନାର ୱେଷ୍ଟର୍ଣ୍ଣ କମାଣ୍ଡର ମୁଖପାତ୍ର ସିନିୟର କର୍ଣ୍ଣେଲ ଝାଙ୍ଗ ଶୁଲୀ କହିଛନ୍ତି ଯେ ଶେପାଓ ପର୍ବତ ନିକଟ ପେଙ୍ଗାଙ୍ଗ ହ୍ରଦର ଦକ୍ଷିଣ ଅଞ୍ଚଳରେ ଭାରତୀୟ ସେନା ଅନୁପ୍ରବେଶ କରିଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଭାରତୀୟ ସେନା ଭାଙ୍ଗିଛି। ଚୀନ୍ କହିଛି ଯେ ଭାରତୀୟ ସେନା ତୁରନ୍ତ LAC ରୁ ନିଜର ସୈନ୍ୟ ପ୍ରତ୍ୟାହାର କରୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.