ନୂଆଦିଲ୍ଲୀ: ଭାରତ ଓ ଚୀନ ବିବାଦ ଆହୁରି ବଢିବାରେ ଲାଗିଛି । ପାନଗଙ୍ଗରେ ଚୀନ ସେନାକୁ କଡା ଜବାବ ଦେବା ପରେ ଆଜି ବ୍ରିଗେଡ କମାଣ୍ଡର ସ୍ତରୀୟ ଆଲୋଚନା । ଗତ 29 ତାରିଖରେ ଦକ୍ଷିଣ ପାନଗଙ୍ଗରେ ଘଟିଥିବା ସଂଘର୍ଷ ପରେ ଚୁସୁଲରେ ଭାରତୀୟ ଓ ଚୀନର ସେନା ଅଧିକାରୀଙ୍କ ମଧ୍ୟ ଆଲୋଚନା ଜାରି ରହିଛି । ସୂଚନାନୁସାରେ, ଦୁଇ ଦେଶ ସୁରକ୍ଷାକୁ ଆଖିରେ ଆଗରେ ରଖି ଉଭୟ ପଟ ସୀମାରେ ସୈନ୍ୟ ସଂଖ୍ୟାକୁ ବଢାଇଛନ୍ତି । ଏହା ସହ ଭାରତ ଓ ଚୀନ ନିଜ ନିଜର ଶକ୍ତିଶାଳୀ ଟ୍ୟାଙ୍କକୁ ମଧ୍ୟ ମୁତୟନ କରାଯାଇଛି । ଗତ 29 ତାରିଖରେ ଲଦାଖ ପାନଗଙ୍ଗ ହ୍ରଦ ଦକ୍ଷିଣ ପଟେ ଚୀନ ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ଭାରତୀୟ ସେନା କଡା ଜବାବ ଦେଇଥିଲା । ପୂର୍ବରୁ ପାନଗଙ୍ଗର ଉତ୍ତର ଦିଗରେ ଚୀନ ଅନୁପ୍ରବେଶ କରୁଥିବାବେଳେ ଏବେ ଦକ୍ଷିଣ ଦିଗରେ ବି ଉତ୍ତେଜନା ସୃଷ୍ଟି କରିଛି । ଏନେଇ ଚୀନ ସହ 6 ଥର ସେନା ସ୍ତରୀୟ ଆଲୋଚନା କରାଯାଇଛି । |
ଭାରତ-ଚୀନ ସୀମା ବିବାଦ, ଚୁସୁଲରେ ବିଗ୍ରେଡ ସ୍ତରୀୟ ଆଲୋଚନା - ଚୁସୁଲରେ ବିଗ୍ରେଡ ସ୍ତରୀୟ ଆଲୋଚନା
ଲଦାଖ ସୀମାରେ ପରିସ୍ଥିତି ଦିନକୁ ଦିନ ତିକ୍ତ ହେବାରେ ଲାଗିଛି। ଭାରତ ଏବଂ ଚୀନ୍ ବର୍ତ୍ତମାନ ଟାଙ୍କି ନିୟୋଜିତ କରିଛନ୍ତି । ଭାରତ ପ୍ରତ୍ୟେକ ଦିଗରେ ଚୀନ୍ ଉପରେ ନଜର ରଖିଛି, ଉପଯୁକ୍ତ ସମୟରେ ଏହାର ଜବାବ ଦିଆଯିବ । ଅଧିକ ପଢନ୍ତୁ...