ETV Bharat / bharat

ଲଦାଖ ସୀମାରେ ସ୍ଥିତି ସ୍ଥିର ରହିଛି : ଚୀନ - ପୂର୍ବ ଲଦାଖର ଗଲୱାନ ଘାଟିରେ ସଂଘର୍ଷ

ଭାରତ ଏବଂ ଚୀନ ସୀମା ବିବାଦ ମାମଲାରେ ବେଜିଂ ନୂଆଦିଲ୍ଲୀ ସହ ନୂତନ ଢଙ୍ଗରେ ଆଲୋଚନା ଆରମ୍ଭ କରିବ । ପରାମର୍ଶ ଏବଂ ସମନ୍ବୟ ପାଇଁ କାର୍ଯ୍ୟତନ୍ତ୍ର ଅନୁଯାୟୀ ଏହି ଆଲୋଚନା ହେବ ବୋଲି ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଭାରତ-ଚୀନ ସୀମା ବିବାଦ
ଭାରତ-ଚୀନ ସୀମା ବିବାଦ
author img

By

Published : Jul 9, 2020, 5:56 PM IST

ବେଜିଂ: ଭାରତ-ଚୀନ ମଧ୍ୟରେ ପୂର୍ବ ଲଦାଖରେ ଦୀର୍ଘ ଦିନରୁ ଚାଲିଥିବା ବିବାଦ ଧୀରେ ଧୀରେ କମ ହେବାରେ ଲାଗିଛି । ଉଭୟ ଦେଶର ସୀମା ସ୍ଥିତିରେ ସୁଧାର ଆସିଥିବା ଗୁରୁବାର ଚୀନ ପକ୍ଷରୁ କୁହାଯାଇଛି । ଭାରତ ଏବଂ ଚୀନ ସୀମା ବିବାଦ ମାମଲାରେ ବେଜିଂ ନୂଆଦିଲ୍ଲୀ ସହ ନୂତନ ଢଙ୍ଗରେ ଆଲୋଚନା ଆରମ୍ଭ କରିବ । ପରାମର୍ଶ ଏବଂ ସମନ୍ବୟ ପାଇଁ କାର୍ଯ୍ୟତନ୍ତ୍ର ଅନୁଯାୟୀ ଏହି ଆଲୋଚନା ହେବ ବୋଲି ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜିୟନ ଗୁରୁବାର କହିଛନ୍ତି, କମାଣ୍ଡର ସ୍ତରୀୟ ଆଲୋଚନାରେ ସହମତି ପ୍ରକାଶ ହେବାପରେ ଭାରତ ଏବଂ ଚୀନ ନିଜ ସୈନିକଙ୍କୁ ଗଲୱାନ ଘାଟି ଏବଂ ଅନ୍ୟ ସୀମାବର୍ତ୍ତୀ ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ଉଠାଇଛନ୍ତି । ସୀମାରେ ସ୍ଥିତି ନିୟନ୍ତ୍ରଣାଧୀନ ଏବଂ ସ୍ଥିର ରହିଛି ବୋଲି ସେ କହିଛନ୍ତି ।

ଉଭୟ ଦେଶ ମଧ୍ୟରେ ସୈନ୍ୟ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିବ । ଯେଉଁଥିରେ ସୀମା ମାମଲାରେ ଡବ୍ଲୁଏମଏମସିର ବୈଠକ ମଧ୍ୟ ସାମିଲ ରହିଛି । ଭାରତ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଆମ ସହ ମିଳିତ ଭାବରେ କାର୍ଯ୍ୟ କରିବ ବୋଲି ଆମେ ଆଶା କରୁଛୁ । ଏହା ସହିତ ସୀମାରେ ନିଜ ସୈନିକଙ୍କୁ ପଛକୁ ହଟିବାକୁ କହିବ ବୋଲି ଚୀନ ଆଶା ରଖିଥିବା ଝାଓ କହିଛନ୍ତି ।

ଏହା ପୂର୍ବରୁ ମଙ୍ଗଳବାର ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା, 2 ମାସରୁ ଜାରି ବିବାଦର ସମାଧାନ ପାଇଁ ନୂଆଦିଲ୍ଲୀ ଏବଂ ବେଜିଂ ସହମତି ପ୍ରକାଶ କରିଥିଲେ । ଏହାର ଦିନକ ପରେ ଗଲୱାନ ଘାଟିରୁ ସୈନ୍ୟ ପଛକୁ ହଟିଥିଲେ ।

ସୂଚନାଯୋଗ୍ୟ ଯେ, ଭାରତ-ଚୀନ ସୈନିକଙ୍କ ମଧ୍ୟରେ ପୂର୍ବ ଲଦାଖର ଗଲୱାନ ଘାଟିରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର 20 ଜଣ ସୈନିକ ଶହୀଦ ହୋଇଥିଲେ । ଘଟଣାପରେ ଭାରତ-ଚୀନ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଥିଲା । ବିବାଦର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ଭିବିନ୍ନ ସ୍ତରୀୟ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ସୋମବାର ଜାତୀୟ ସୁରକ୍ଷାପରମାର୍ଶଦାତା ଅଜିତ ଡୋଭାଲ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି ଟେଲିଫୋନିକ୍ ବାର୍ତ୍ତାଳାପ ହୋଇଥିଲା । ଏହି ବାର୍ତ୍ତାଳାପରେ ଉଭୟ ନେତା ଶାନ୍ତି ଏବଂ ଶାନ୍ତିର ସମ୍ପୂର୍ଣ୍ଣ ପୁନରୁଦ୍ଧାର ପାଇଁ ପ୍ରକୃତ ନିୟନ୍ତ୍ରଣ ରେଖାରେ ଥିବା ସୈନ୍ୟମାନଙ୍କ ପ୍ରତ୍ୟାହର ଆବଶ୍ୟକ ବୋଲି ସହମତି ପ୍ରକାଶ କରିଥିଲେ । ଏଲଏସିରେ ଜାରି ବିବାଦର ସମାଧାନ ଶୀଘ୍ର ହେବା ଉଚିତ ବୋଲି ଉଭୟ ନେତା କହିଥିଲେ । ଏହି ବାର୍ତ୍ତାଳପ ପରେ ଚୀନ ଏବଂ ଭାରତ ସୈନିକଙ୍କ ସଂଘର୍ଷ ସ୍ଥଳରୁ ପଛକୁ ହଟିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ତେବେ ଏହି ସଂଘର୍ଷର ପ୍ରାୟ 25 ଦିନ ପରେ ଚୀନ ସୈନିକ ସମ୍ପୁର୍ଣ୍ଣ ଭାବରେ ପଛକୁ ହଟିଛନ୍ତି । ପାଟ୍ରୋଲିଂ ପଏଣ୍ଟ 17ରେ ଭାରତ ଏବଂ ଚୀନ ସୈନିକଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଶେଷ ହୋଇଛି । ଏହା ସହିତ ପାଟ୍ରୋଲିଂ ପଏଣ୍ଟ-14, 15 ଏବଂ 17ରେ ଚୀନ ସୈନିକ ପଛକୁ ହଟିଛନ୍ତି । ସେପଟେ ଲଦାଖର ଫିଙ୍ଗର ଅଞ୍ଚଳରୁ ମଧ୍ୟ ଚୀନ ସୈନିକ ପଛକୁ ହଟୁଥିବା ସୂତ୍ରରୁ ପ୍ରକାଶ ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.