ETV Bharat / bharat

ସୀମା ବିବାଦକୁ ନେଇ ଆଜି ପୁଣି ହୋଇପାରେ ଭାରତ ଓ ଚୀନ ମଧ୍ୟରେ ବୈଠକ

ସୀମା ବିବାଦକୁ ନେଇ ଆଜି ପୁଣି ହୋଇପାରେ ଭାରତ ଓ ଚୀନ ମଧ୍ୟରେ ବୈଠକ । ବୁଧବାର ଦୁଇ ଦେଶ ମଧ୍ୟରେ ତିକ୍ତତାକୁ କମ୍ କରିବା ପାଇଁ ବୁଧବାର ପୁଣି ଉଭୟ ଦେଶର ଡିଭିଜନ-କମାଣ୍ଡର୍ସ (ମେଜର ଜେନେରାଲ ଲେଭଲ) ମଧ୍ୟରେ ଆଲୋଚନା ହୋଇପାରେ।

_india china tension
ସୀମା ବିବାଦକୁ ନେଇ ଆଜି ପୁଣି ହୋଇପାରେ ଭାରତ ଓ ଚୀନ ମଧ୍ୟରେ ବୌଠକ
author img

By

Published : Jun 10, 2020, 3:22 PM IST

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଆଜି ପୁଣି ହୋଇପାରେ ଭାରତ ଓ ଚୀନ ମଧ୍ୟରେ ବୈଠକ । ବୁଧବାର ଦୁଇ ଦେଶ ମଧ୍ୟରେ ତିକ୍ତତାକୁ କମ୍ କରିବା ପାଇଁ ବୁଧବାର ପୁଣି ଉଭୟ ଦେଶର ଡିଭିଜନ-କମାଣ୍ଡର୍ସ (ମେଜର ଜେନେରାଲ ଲେଭଲ) ମଧ୍ୟରେ ଆଲୋଚନା ହୋଇପାରେ।

ଏହାପୂର୍ବରୁ ଗତ ଜୁନ 6ରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ବୈଠକ ହୋଇଥିଲା । ଏକ ବିଶେଷ ସୁତ୍ରରୁ ଜଣାପଡିଛି ଯେ, ଯେଉଁ ସ୍ଥାନରେ ଡିସଏନଗେଜମେଣ୍ଟ ହୋଇଛି ସେ ଗୋଗରା(ହଣ୍ଟ ସ୍ପ୍ରିଙ୍ଗ)ର 14, 15 ଏବଂ 17 ପଏଣ୍ଟ ପାଖାପାଖି । ସେଠାରେ ଦୁଇ ଦେଶର ସୈନିକମାନେ ପଛକୁ ହଟିଛନ୍ତି ।

ଏପଟେ ଗାଲଭାନ ଘାଟିରେ ଚୀନ୍ ତାର ତମ୍ବୁ ସଂଖ୍ୟା କରିସାରିଛି ଏବଂ ସମସ୍ତ ତମ୍ବୁ ଚୀନ ସୀମାରେ ଥିଲା। ତେଣୁ ଗାଲଭାନ ଘାଟିକୁ ନେଇ ଭାରତ ଚିନ୍ତିତ ନଥିଲା।

ତେବେ ଦୁଇ ଦେଶ ମଧ୍ୟରେ ଗତ କିଛି ଦିନ ଧରି ସୀମା ବିବାଦକୁ ନେଇ ବିବାଦ ଲାଗି ରହିଛି । ଏଣୁ ବିବାଦକୁ କମ୍ କରିବା ପାଇଁ ଗତ 6 ଜୁନରେ ଏକ ବୈଠକ ଆଲୋଚନା ହୋଇଥିବା ବେଳେ ବୁଧବାର ପୁଣି ଆଉ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାର ଆଶଙ୍କା ରହିଛି ।

ପ୍ରକାଶ ଥାଉକି, ଲଦାଖ ସୀମାକୁ ନେଇ ଗତ କିଛି ଦିନ ହେବ ଚୀନ ଏବଂ ଭାରତ ମଧ୍ୟରେ ବିବାଦ ଲାଗି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.