ETV Bharat / bharat

ଏସି ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲେ ଭାରତ ସରକାର

author img

By

Published : Oct 16, 2020, 10:08 AM IST

ଟାୟାର, ଟେଲିଭିଜନ ଓ ପ୍ରତିରକ୍ଷା ଉପକରଣ ଆମଦାନୀ ପରେ ଏବେ ଏସି ଆମଦାନୀ ଉପରେ ରୋକ୍‌ ଲଗାଇଛନ୍ତି ଭାରତ ସରକାର ।

ଏସି ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲେ ଭାରତ ସରକାର
ଏସି ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲେ ଭାରତ ସରକାର

ନୂଆଦିଲ୍ଲୀ: ବିଦେଶରୁ ଆମଦାନୀ ହେଉଥିବା ଏସି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର । ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀକୁ ହ୍ରାସ କରିବା ପାଇଁ ସରକାର ଏପରି ପଦକ୍ଷେପ ନେଇଛନ୍ତି ।

ଅକ୍ଟୋବର 15 ରେ ଡିଜିଏଫଟି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ଭାରତ ସରକାର ରେଫ୍ରିଜେରାଣ୍ଟ ବିଶିଷ୍ଟ ଏସି(ଶୀତତାପ ନିୟନ୍ତ୍ରଣକାରୀ)ର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଜୁନ୍ ମାସରେ ସରକାର କାର, ବସ୍, ମୋଟର ସାଇକେଲରେ ବ୍ୟବହୃତ କେତେକ ନୂତନ ନିମୋନିଆ ଟାୟାର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାପୂର୍ବରୁ ଟେଲିଭିଜନ୍ ଠାରୁ ଆରମ୍ଭ କରି ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

ସରକାରୀ ତଥ୍ୟ ଅନୁଯାୟୀ ଚୀନ୍ ଏବଂ ଥାଇଲାଣ୍ଡ ଭାରତକୁ ଏସି ରପ୍ତାନୀ କରିଥାନ୍ତି । ଦୁହେଁ ମିଶି ଭାରତର ଆମଦାନୀର 90% ରୁ ଅଧିକ ଯୋଗଦାନ କରନ୍ତି । ଫଳରେ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ ବିଲ୍ ହ୍ରାସ କରିବାକୁ ସରକାର ଏହି ସବୁ ଜିନିଷ ଉପରେ ବ୍ୟାନ ଲଗାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.