ETV Bharat / bharat

କମାଣ୍ଡରସ୍ତରୀୟ ବୈଠକ: ସଫା ସଫା ଶୁଣାଇଲା ଭାରତ, ପୂର୍ବ ସ୍ଥିତାବସ୍ଥା ବଜାୟ ପାଇଁ ପଛକୁ ହଟୁ ଚୀନ - ଏଲଏସି ସଂଘର୍ଷ

ଭାରତ-ଚୀନ ମଧ୍ୟରେ ହୋଇଥିବା ଆଲୋଚନା ବିନା କୌଣସି ନିଷ୍କର୍ଷରେ ଶେଷ ହୋଇଯାଇଛି । ଆଲୋଚନା ପାଖାପାଖି 14 ଘଣ୍ଟା ଯାଏଁ ଜାରି ରହିଥିଲା । ଅଧିକ ପଢନ୍ତୁ...

ଦଖଲ ଅଞ୍ଚଳ ଖାଲି କରିବାକୁ ଚୀନର ଚେତାବନୀ, ଭାରତ କହିଲା ପ୍ରଥମେ ପଛକୁ ଘୁଞ୍ଚ

author img

By

Published : Sep 22, 2020, 4:56 PM IST

Updated : Sep 22, 2020, 7:18 PM IST

ନୂଆଦିଲ୍ଲୀ: ସୀମା ବିବାଦର ସମାଧାନ କରିବାକୁ ମାଲ୍‌ଡୋରେ ଭାରତ-ଚୀନ ମଧ୍ୟରେ ହୋଇଥିବା ଆଲୋଚନା ବିନା କୌଣସି ନିଷ୍କର୍ଷରେ ଶେଷ ହୋଇଯାଇଛି । କର୍ପସ କମାଣ୍ଡରସ୍ତରୀୟ ଏହି ଆଲୋଚନା ପାଖାପାଖି 14 ଘଣ୍ଟା ଯାଏଁ ଜାରି ରହିଥିଲା । ହେଲେ ସୀମାରେ ଗତ 4 ମାସରୁ ଜାରି ଉତ୍ତେଜନାକୁ କମ କରିବା ପାଇଁ ସମାଧାନର ରାସ୍ତା ବାହାରି ନାହିଁ । ହେଲେ ଦୁଇ ଦେଶ ଆପୋଷ ବୁଝାମଣା ପାଇଁ ଆଲୋଚନା ଜାରି ରଖିବା ଉପରେ ସହମତି ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ ବିବାଦ ଏବେ ଗମ୍ଭୀର ସ୍ଥିତିରେ ରହିଛି । ଏଥିପାଇଁ ଭାରତ ଓ ଚୀନ ମଧ୍ୟରେ ଆଲୋଚନା ବିଭିନ୍ନ ପର୍ଯ୍ୟାୟରେ ଜାରି ରହିବ । ହେଲେ ଆଗାମୀ ବୈଠକ କେବେ ଓ କେଉଁଠି ବସିବ ତାହା ସ୍ପଷ୍ଟ ହୋଇନାହିଁ ।

ଷଷ୍ଠ କମାଣ୍ଡରସ୍ତରୀୟ ବୈଠକରେ ଏଲଏସିରେ ଭାରତ ଦଖଲ କରିଥିବା ବିଭିନ୍ନ ଅଞ୍ଚଳକୁ ଖାଲି କରିବାକୁ କହିଛି ଚୀନ । ଅଗଷ୍ଟ 29 ପରଠୁ ଭାରତୀୟ ସେନା ପାଙ୍ଗୋଙ୍ଗ୍‌ରେ ଦଖଲ କରିଥିବା ଅଞ୍ଚଳ ଗୁଡିକୁ ଖାଲି କରନ୍ତୁ ବୋଲି ଚୀନ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷେ ଭାରତ ମଧ୍ୟ ଚୀନର ନାଲିଆଖିକୁ ନ ଡରି ଏହା ଉପରେ ନିଜ ପ୍ରତିକ୍ରିୟା ରଖିଛି । ପ୍ରତିଉତ୍ତରରେ ଭାରତ କହିଛି ଯେ ଏପ୍ରିଲ ପରଠୁ ପୂର୍ବ ଲଦାଖରେ ସୀମାରେ ଥିବା ଚୀନ ସୈନିକଙ୍କୁ ପଛକୁ ଘୁଞ୍ଚିବାକୁ କଡା ଚେତାବନୀ ଦେଇଛି ଭାରତ ।

Last Updated : Sep 22, 2020, 7:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.