ETV Bharat / bharat

କୂଳଭୂଷଣଙ୍କୁ ଭେଟିଲେ ଗୌରବ ଆହ୍ଲୁୱାଲିଆ

author img

By

Published : Sep 2, 2019, 1:02 PM IST

ପାକିସ୍ତାନର କନସୁଲାର ଆକ୍ସେସକୁ ଭାରତ ସମର୍ଥନ କରିଛି । ଆଜି କୂଳଭୂଷଣଙ୍କୁ ଭେଟିଛନ୍ତି ଭାରତର ଉପ-ଉଚ୍ଚାଯୁକ୍ତ ଗୌରବ ଆହ୍ଲୁୱାଲିଆ। 2 ଘଣ୍ଟା ଧରି ଆଲୋଚନା କରିବାକୁ ମିଳିଛି ଅନୁମତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି କୂଳଭୂଷଣଙ୍କୁ ଭେଟିଛନ୍ତି ଭାରତର ଉପ-ଉଚ୍ଚାଯୁକ୍ତ ଗୌରବ ଆହ୍ଲୁୱାଲିଆ । ତେବେ 2 ଘଣ୍ଟା ଧରି ଆଲୋଚନା କରିବାକୁ ଅନୁମତି ମିଳିଛି । ପାକିସ୍ତାନର କନସୁଲାର ଆକ୍ସେସକୁ ଭାରତ ସମର୍ଥନ କରିଥିବା ଜଣାପଡିଛି । ଅବାଧ ଓ ନିରପେକ୍ଷ ସାକ୍ଷାତ ପାଇଁ ଭାରତ ଆଶାବାଦୀ ରହିଛି । ଭିଏନା ଚୁକ୍ତି ଅନୁସାରେ ତାଙ୍କୁ ଏହି ଅନୁମତି ମିଳିଥିବା ପାକିସ୍ତାନ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ମହମ୍ମଦ ଫୈସଲ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, 2017 ରେ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ଅଦାଲତ ଗୁପ୍ତଚର ଏବଂ ଆତଙ୍କବାଦ ଅଭିଯୋଗରେ ଫାଶୀ ଦଣ୍ଡାଦେଶ ଦେଇଥିଲେ । ଏହା ପରେ ଭାରତ ଏହି ମାମଲାକୁ ନେଦରଲ୍ୟାଣ୍ଡ ସ୍ଥିତ ଅନ୍ତରାଷ୍ଟ୍ରୀୟ ଅଦାଲତକୁ ନେଇଥିଲା । ତେବେ ଅନ୍ତରାଷ୍ଟ୍ରୀୟ କୋର୍ଟ ଯାଦବଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ ଏବଂ ତାଙ୍କୁ କନସୁଲାର ଆକ୍‌ସେସ୍‌ ଯୋଗାଇ ଦେବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.