ନୂଆଦିଲ୍ଲୀ: ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ 12 ଘଣ୍ଟା ମଧ୍ୟରେ 490ଟି କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଫଳରେ ମୋଟ କୋରୋନା ପଜିଟିଭ ସଂଖ୍ୟା 4067କୁ ବୃଦ୍ଧି ପାଇଛି ।
ଦେଶରେ 3666 ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ 292ଜଣ ସୁସ୍ଥ ହୋଇଛନ୍ତି । ସେହିପରି 109 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 69 ଜଣ କୋରୋନା ପଜିଟିଭ ରହିଥିବା ବେଳେ ତାମିଲନାଡୁରେ 571, ଦିଲ୍ଲୀରେ 503, କେରଳରେ 314, ତେଲେଙ୍ଗାନା 321, ଉତ୍ତରପ୍ରଦେଶରେ 227, ରାଜସ୍ଥାନରେ 253 ଓ ଆନ୍ଧ୍ରପ୍ରଦେଶରେ 226 ରହିଛି ।
ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 45 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 11, ମଧ୍ୟପ୍ରଦେଶରେ 9, ଦିଲ୍ଲୀ ଓ ତେଲେଙ୍ଗାନାରେ 7, ତାମିନାଡୁରେ 5, କର୍ଣ୍ଣାଟକରେ 4, ଆନ୍ଧ୍ରପ୍ରଦେଶରେ 3 ଜଣଙ୍କର ମୃତ୍ୟୁ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ