ନୂଆଦିଲ୍ଲୀ: ଦେଶରେ ଗତ 12 ଘଣ୍ଟା ମଧ୍ୟରେ 302ଟି କୋରୋନା ପଜିଟିଭ ମାମଲା ରେକର୍ଡ ହୋଇଛି । ଫଳରେ ମୋଟ କୋରୋନା ପଜିଟିଭ ସଂଖ୍ୟା 3374 କୁ ବୃଦ୍ଧି ପାଇଛି ।
ଦେଶରେ 3030 ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ 267ଜଣ ସୁସ୍ଥ ହୋଇଛନ୍ତି । ସେହିପରି 77 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 490 ଜଣ କୋରୋନା ପଜିଟିଭ ରହିଥିବା ବେଳେ ତାମିଲନାଡୁରେ 485, ଦିଲ୍ଲୀରେ 445, କେରଳରେ 306, ତେଲେଙ୍ଗାନା 269, ଉତ୍ତରପ୍ରଦେଶରେ 227, ରାଜସ୍ଥାନରେ 200, ଓ ଆନ୍ଧ୍ରପ୍ରଦେଶରେ 161 ରହିଛି ।
@ANI