ETV Bharat / bharat

ଆଜି ଉଦଘାଟିତ ହେବ ‘ଅଟଳ ଟନେଲ’ - ବିଶ୍ବର ସର୍ବବୃହତ ରାଜପଥ ଟନେଲ ଅଟଳ ଟନେଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୋହତାଙ୍ଗ ଅଟଳ ଟନେଲର ଉଦଘାଟନ କରିବେ। ପ୍ରାୟ 3200 କୋଟି ଟଙ୍କା ବ୍ୟୟରେ ନିର୍ମିତ ଅଟଳ ଟନେଲ କେବଳ ଲାହଲ ଉପତ୍ୟକାର ବାସିନ୍ଦାଙ୍କ ଛଅ ମାସର ବରଫ ନିର୍ବାସନକୁ ସମାପ୍ତ କରିବ । ଅଧିକ ପଢନ୍ତୁ...

‘ଅଟଳ ଟନେଲ’ର ଉଦଘାଟନ କରିବେ ମୋଦି
‘ଅଟଳ ଟନେଲ’ର ଉଦଘାଟନ କରିବେ ମୋଦି
author img

By

Published : Oct 3, 2020, 8:01 AM IST

Updated : Oct 3, 2020, 8:10 AM IST

ଶିମଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହିମାଚଳପ୍ରଦେଶର ରୋହତାଙ୍ଗରେ ବିଶ୍ବର ଦୀର୍ଘତମ ଅଟଳ ଟନେଲର ଉଦଘାଟନ କରିବେ । ଏହି ଟନେଲ ଯୋଗୁଁ ମନାଲି ଓ ଲେହର ଦୂରତା 46 କିମି ଦୂରତା ହ୍ରାସ ପାଇବ । ସମୟ ପ୍ରାୟ 4ରୁ 5ଘଣ୍ଟା କମି ଯିବ । ସାମିରକ ଦୃଷ୍ଟି କୋଣରୁ ମଧ୍ୟ ଏହି ଟନେଲ ଅନେକ ଗୁରୁତ୍ବ ରଖୁଛି । ଅଟଳ ଟନେଲ ସମେତ 3ଟି ସେତୁ ଉଦଘାଟନ କରିବେ ମୋଦି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର, ହିମାଚଳ ସିଏମ ଜୟରାମ ଠାକୁରଙ୍କ ସମେତ ରାଜ୍ୟ ସରକାରଙ୍କ ବହୁ ମନ୍ତ୍ରୀ ଯୋଗଦେବେ।

ଉଦଘାଟନ କାର୍ଯ୍ୟକ୍ରମ ପୂର୍ବରୁ ପିଏମଙ୍କ ଗସ୍ତକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଉଦଘାଟନୀ ସମାରୋହରେ ପ୍ରାୟ 200 ଲୋକ ଉପସ୍ଥିତି ରହିବେ । ଏହି ସମୟରେ କୋଭିଡ ଗାଇଡଲାଇନ ମଧ୍ୟ ପାଳନ କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେଠାରେ ପହଞ୍ଚି ସାରିଛନ୍ତି । ରାଜନାଥ ସିଂ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ସହ ଉଦଘାଟନୀ ସ୍ଥଳରେ ପହଞ୍ଚି ପୂର୍ବ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

ଅଟଳ ଟନେଲ ଦୁନିଆର ସବୁଠାରୁ ଲମ୍ବା ରାଜପଥ ଟନେଲ । 9.02 କିଲୋମିଟର ଲମ୍ୱା ଟନେଲ୍ ମନାଲିକୁ ବର୍ଷସାରା ଲାହାଲ୍ ସ୍ପିଟି ଉପତ୍ୟକା ସହିତ ସଂଯୁକ୍ତ ରଖିବ । ଏହା ବର୍ଷତମାମ ଖୋଲା ରହିବ । ପୂର୍ବରୁ ପ୍ରବଳ ତୁଷାରପାତ ହେତୁ ପ୍ରତିବର୍ଷ ପ୍ରାୟ 6 ମାସ ପର୍ଯ୍ୟନ୍ତ ଉପତ୍ୟକା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଉଥିଲା । ସମୁଦ୍ର ପତ୍ତନଠାରୁ ପ୍ରାୟ ତିନି ହଜାର ମିଟର ଉଚ୍ଚତାରେ ଏହି ଟନେଲଟି ହିମାଳୟର ପିର ପଞ୍ଜଲ ପର୍ବତ ମଧ୍ୟରେ ଅତ୍ୟାଧୁନିକ ବିଶେଷତା ସହିତ ନିର୍ମାଣ କରାଯାଇଛି।

ଅଟଳ ଟନେଲର ଦକ୍ଷିଣ ପୋର୍ଟାଲ ମନାଲି ଠାରୁ 25 କିଲୋମିଟର ଦୂରରେ 3,060 ମିଟର ଉଚ୍ଚରେ ନିର୍ମିତ ହୋଇଥିବାବେଳେ ଉତ୍ତର ପୋର୍ଟାଲ ଲାହଲ ଉପତ୍ୟକାର ସିସୁ ଗାଁର ତାଲିଙ୍ଗ ନିକଟରେ 3,071 ମିଟର ଉଚ୍ଚରେ ଅବସ୍ଥିତ । ଦେଶର ପ୍ରତିରକ୍ଷା ଦୃଷ୍ଟିକୋଣରୁ 3,300 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟନେଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 2010 ରେ ଏହା 1,700 କୋଟି ଥିଲା ରହିଥିଲା ।

ଟନେଲରେ ଦୈନିକ ତିନି ହଜାର କାର ଏବଂ 1500 ଟ୍ରକ୍ ଯାଆ ଆସ କରିପାରିବେ ସେନେଇ ପ୍ରସ୍ତୁତ କରାଯାଇଛି । ଏଥିରେ ଯାନଗୁଡିକର ସର୍ବାଧିକ ଗତି ଘଣ୍ଟା ପ୍ରତି 80 କିଲୋମିଟର ରହିବ । ଅଟଳ ବିହାରୀ ବାଜପେୟୀ ସରକାର ରୋହତାଙ୍ଗରେ ସାମରିକ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଟନେଲ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । 26 ମଇ 2002ରେ ଟନେଲର ଦକ୍ଷିଣ ପୋର୍ଟାଲରେ ସଂଯୋଗ ମାର୍ଗର ମୂଳଦୁଆ ପକାଯାଇଥିଲା।

ଡିସେମ୍ବର 2019 ରେ ମୋଦି ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସମ୍ମାନାର୍ଥେ ରୋହତାଙ୍ଗ ଟନେଲକୁ ଅଟଳ ଟନେଲ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଟଳ ଟନେଲ ମନାଲି ଏବଂ ଲାହଲ ଉପତ୍ୟକା ସମେତ ସମଗ୍ର ରାଜ୍ୟରେ ପର୍ଯ୍ୟଟନକୁ ବୃଦ୍ଧି କରିବ । ସୂଚନାଯୋଗ୍ୟ, ଅଟଳ ବିହାରି ବାଜପେୟୀଙ୍କ ପୂର୍ବରୁ ଏହି ସ୍ବପ୍ନ ଇନ୍ଦିରା ଗାନ୍ଧୀ ଦେଖିଥିଲେ । ବର୍ତ୍ତମାନ ଏହାକୁ ମୋଦି ସରକାରଙ୍କ କାର୍ଯ୍ୟକାଳରେ ପୁରା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 3, 2020, 8:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.