ହାଇଦ୍ରାବାଦ: କଂଗ୍ରେସରେ କେଁ । ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରେ ତେଲେଙ୍ଗାନାରେ ଦଳ ଛାଡିବେ 12 ବିଧାୟକ । କଂଗ୍ରେସ ଛାଡି ସେମାନେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ)ରେ ହେବେ ସାମିଲ । ଏନେଇ ଗତକାଲି(ଗୁରୁବାର) ବାଚସ୍ପତିଙ୍କୁ ଭେଟି ଜଣାଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ସବିତା ଇନ୍ଦ୍ରା ରେଡ୍ଡୀ, କାଣ୍ଡାଲା ଉପେନ୍ଦ୍ର ରେଡ୍ଡୀ, ସୁଧୀର ରେଡ୍ଡୀ, ହରପ୍ରିୟା ନାୟକ ଓ ଚିରୁମର୍ଥୀ ଲିଙ୍ଗେୟା 12 ବିଧାୟକଙ୍କ ଦସ୍ତଖତ ଥିବା ଦସ୍ତାବିଜ ବାଚସ୍ପତିଙ୍କୁ ଦେଇଛନ୍ତି ।
119 ବିଧାୟକ ବିଶିଷ୍ଟ ବିଧାନସଭାରେ କଂଗ୍ରେସର 19 ଜଣ ବିଧାୟକ ଥିଲେ । ତେବେ ଲୋକସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ଜଣେ ବିଧାୟକ ଇସ୍ତଫା ଦେଇଛନ୍ତି । ଏହା ସହ 12 ଜଣ ବିଧାୟକ ଟିଆରଏସ ସହ ମିଶୁଥିବାରୁ କଂଗ୍ରେସ ବିଧାୟକଙ୍କ ସଂଖ୍ୟା 6 କୁ ଖସିଯିବ । ଫଳରେ କଂଗ୍ରେସ ବିରୋଧୀ ଦଳ ପଦ ହରାଇ ବସିବ । ସୂଚନା ଥାଉକି, ମାର୍ଚ୍ଚ ମାସରେ 11 ବିଧାୟକ ଦଳ ଛାଡିବେ ବୋଲି ଘୋଷଣା କରିଥିଲେ ।