ଜମ୍ମୁ: ଘାଟିରେ କ୍ରମାଗତ ଭାବେ କମିବାରେ ଲାଗିଛି ଆତଙ୍କବାଦୀ କାର୍ଯ୍ୟକଳାପ । ଗତ ଏକ ବର୍ଷ ଜମ୍ମୁ ସେକ୍ଟରରେ 4ଟି ଆତଙ୍କବାଦୀ ଘଟଣା ଘଟିଛି । ଏହା କେବଳ କିସ୍ତୱାର ଜିଲ୍ଲାରେ ଘଟିଥିବା କହିଛନ୍ତି ଜମ୍ମୁ-କାଶ୍ମୀର ପୋଲିସ ଆଇଜି ମୁକେଶ ସିଂହ।
କିସ୍ତୱାର ପୋଲିସ, ସିଆରପିଏଫ, ସେନା ଏବଂ ଏନଆଇଏ ଟିମର ସହାୟତାରେ ଜମ୍ମୁ ସେକ୍ଟରରେ ସୁରକ୍ଷା ପ୍ରଦାନ ଜାରି ରହିଛି। ଫଳରେ ଏଭଳି କାର୍ଯ୍ୟକଳାପକୁ ଆମେ ରୋକିପାରିଛୁ । ପୂର୍ବରୁ ଘଟିଥିବା ସମସ୍ତ ଆତଙ୍କବାଦ ଘଟଣାକୁ ମୁକାବିଲା କରିବାରେ ଆମେ ସଫଳ ହୋଇଥିବା ଜମ୍ମୁ-କାଶ୍ମୀର ପୋଲିସ ଆଇଜି କହିଛନ୍ତି।