ETV Bharat / bharat

'ମୋ ପରିବାରରେ ବ୍ୟକ୍ତିଗତ ମତଭେଦ ଅପେକ୍ଷା ରାଜନୈତିକ ଶୋଭାକୁ ଅଧିକ ଗୁରୁତ୍ବ ଦିଆଯାଏ' - ବ୍ୟକ୍ତିଗତ ମତଭେଦ ଅପେକ୍ଷା ରାଜନୈତିକ ଶୋଭାକୁ ଅଧିକ ଗୁରୁତ୍ବ

ଦିଗବିଜୟ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ସଂସଦରେ ହୋଇଥିବା ମତଭେଦ ସମ୍ପର୍କରେ ପ୍ରଶ୍ନର ଉତ୍ତର ରଖି ମୋ ପରିବାରରେ ବ୍ୟକ୍ତିଗତ ମତଭେଦ ଅପେକ୍ଷା ରାଜନୈତିକ ଶୋଭାକୁ ଅଧିକ ଗୁରୁତ୍ବ ଦିଆଯାଏ ବୋଲି ସିନ୍ଧିଆ କହିଛନ୍ତି । ଅଧିକ ପଢନ୍ତୁ...

In my family political decorum maintained despite ideological differences, says Jyotiraditya Scindia
'ମୋ ପରିବାରରେ ବ୍ୟକ୍ତିଗତ ମତଭେଦ ଅପେକ୍ଷା ରାଜନୈତିକ ଶୋଭାକୁ ଅଧିକ ଗୁରୁତ୍ବ ଦିଆଯାଏ'
author img

By

Published : Feb 5, 2021, 1:13 PM IST

ଭୋପାଳ: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଓ ସଂସଦରେ କଂଗ୍ରେସ ନେତା ଦିଗବିଜୟ ସିଂ ମଧ୍ୟରେ କଟାକଟି ହୋଇଥିଲା । ଏହା ପରେ କଂଗ୍ରେସ ନେତା ଦିଗବିଜୟ ସିଂ ସଂସଦରେ ପରସ୍ପର ଉପରେ ଦୋଷାରୋପ ନ ଲଗାଇବାକୁ ସ୍ଥିର କରିଥିଲେ । ଏ ସମ୍ପର୍କରେ ସିନ୍ଧିଆ କହିଛନ୍ତି ଯେ ସେ ଏପରି ଏକ ପରିବାରରୁ ଆସିଛନ୍ତି ଯେଉଁଠାରେ ବ୍ୟକ୍ତିଗତ ମତଭେଦ ସତ୍ତ୍ବେ ରାଜନୈତିକ ଶୋଭା ବଜାୟ ରଖିବାକୁ ଅଧିକ ଗୁରୁତ୍ବ ଦିଆଯାଇଥାଏ ।

ସଂସଦରେ ଅଦଳବଦଳ ହୋଇଥିବା ଆନ୍ତର୍ଜାତିକ ବିଷୟରେ ଆଲୋଚନା କରି ବିଜେପି ନେତା ଗଣମାଧ୍ୟମକୁ କହିଛନ୍ତି, "ରାଜନୈତିକ ଚିନ୍ତାଧାରାରେ ପାର୍ଥକ୍ୟ ହୋଇପାରେ । ମୁଁ ଏକ ପରିବାରରୁ ଆସିଛି ଯେଉଁଠାରେ ମତଭେଦ ଥାଇ ମଧ୍ୟ ଆମେ ରାଜନୈତିକ ଶୋଭା ବଜାୟ ରଖିଛୁ । ମୁଁ ମୋର 20 ରାଜନୈତିକ କ୍ୟାରିୟର ମଧ୍ୟରେ ଏହାକୁ ବଜାୟ ରଖିବାକୁ ଚେଷ୍ଟା କରିଛି । ସଂସଦରେ ଆମର ଆଲୋଚନା ହୋଇଥିଲା ଏବଂ ଉଭୟ ପକ୍ଷରୁ ସବୁକିଛି କୁହାଯାଇଛି । "

ତେବେ ଗୁରୁବାର ସଂସଦରେ ଦିଗବିଜୟ, ସିନ୍ଧିଆଙ୍କୁ ପୂର୍ବରୁ କଂଗ୍ରେସ ଦଳର ନେତା ଥିବାବେଳେ ଯେଉଁଭଳି ଭାବରେ ନିଜ ପକ୍ଷ ରଖୁଥିଲେ, ବର୍ତ୍ତମାନ ସେହିପରି ଭାବରେ ବିଜେପିରେ ମଧ୍ୟ ନିଜ ପକ୍ଷ ରଖୁଛନ୍ତି ବୋଲି କଟାକ୍ଷ କରି କହିବା ସହିତ ତାଙ୍କୁ ମହାରାଜ କହି ସମ୍ବୋଧିତ କରିଥିଲେ । ପରେ ସିନ୍ଧିଆ ତାଙ୍କଠାରୁ ଆର୍ଶୀବାଦ ମାଗିଥିଲେ । ତେବେ ଦିଗବିଜୟଙ୍କ ଆର୍ଶୀବାଦ ସଦାସର୍ବଦା ସିନ୍ଧିଆଙ୍କ ଉପରେ ରହିଛିବ ବୋଲି ଦିଗବିଜୟ କହିଥିଲେ । ଏହି ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଥିଲା ।

ଏହାସହିତ ମଧ୍ୟପ୍ରଦେଶର ବିଭିନ୍ନ ଯୋଜନା ପାଇଁ ପାଣ୍ଠି ଆବଣ୍ଟନ କରିଥିବାରୁ ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅର୍ଥ ଆୟୋଗର ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଚାମ୍ବଲ ନଦୀର ଗ୍ବାଲିଅର ପର୍ଯ୍ୟନ୍ତ ଯୋଜନା ପାଇଁ 250 କୋଟି ଟଙ୍କା, ଚାନ୍ଦିରୀ ଶାଢୀ ବୁଣାକାର ତଥା ଗ୍ବାଲିଅର-ଶିବପୁରୀ-ଚାନ୍ଦେରୀ ଅଞ୍ଚଳର ପର୍ଯ୍ୟଟନ ପାଇଁ 75 କୋଟି ଟଙ୍କା ଏବଂ ମହାକାଳେଶ୍ବର ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ 75 କୋଟି ଟଙ୍କା କେନ୍ଦ୍ର ବଜେଟ୍ 2021-22ରେ ପ୍ରଦାନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.